କି ପୁରୁଷ ଦିବସ ? ସ୍ତ୍ରୀ ଆଗରେ ପାଟି ଆମର ଫିଟେଇବା ଅଧିକାର ନାହିଁ!

ଆଡଭୋକେଟ୍ ବ୍ୟୋମକେଶ ତ୍ରିପାଠୀଙ୍କୁ ଆପଣ ସମସ୍ତେ ଭଲ ଭବାରେ ଚିହ୍ନିଥିବେ ନିଶ୍ଚୟ । ସେ ପ୍ରାୟ ସମୟରେ କୌଣସି ନା କୌଣସି ନ୍ୟୁଜ ଚ୍ୟାନେଲରେ କୌଣସି ନା କୌଣସି ବିଷୟକୁ ନେଇ ମିଡିଆକୁ ନିଜର ବ-ୟାନ ଦେଉଥିବାର ନଜର ଆସିଥାନ୍ତି । ଯାହାକି ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଥାଏ । କହିବାକୁ ଗଲେ ତାଙ୍କର ବ-ୟାନ ସବୁଠୁ ଭିନ୍ନ ପ୍ରକାରର । ସେ ଯେଉଁଭଳି ଭାବରେ କୌଣସି କଥା ଉପରେ ନିଜର ମନ୍ତବ୍ୟ ଦିଅନ୍ତି ତାହା ଅନ୍ୟ କୌଣସି ଓକିଲ ଦିଅନ୍ତି ନାହିଁ । କହିଦେଉଛୁ କି ଆଜି ପୁଣିଥରେ ପୁରୁଷ କେତେ ନିର୍ଯ୍ୟା-ତିତ ତା ଉପରେ ମନ୍ତବ୍ୟ ଦେଇ ଆଡଭୋକେଟ୍ ବ୍ୟୋମକେଶ ତ୍ରିପାଠୀ ଚର୍ଚାରେ ଅଛନ୍ତି ।

ତେବେ ବନ୍ଧୁଗଣ ସବୁବେଳେ ପୁରୁଷ ମାନଙ୍କ ହକ ପାଇଁ ହାଇ ପ୍ରୋଫାଇଲ୍ କେଶ୍ ଗୁଡ଼ିକ ସବୁ ଲଢ଼ୁଥିବା ହାଇକୋର୍ଟର ଓକିଲ ବ୍ୟୋମକେଶ ତ୍ରିପାଠୀ ନିକଟରେ ଏକ ସାକ୍ଷାତକାରରେ ପୁରୁଷ ଦିବସ ଉପରେ କହିଛନ୍ତି ଯେ, ଯେତେବେଳେ ଗୋଟେ ମହିଳା ଦିବସ ପାଳନ କରାଯାଉଛି, ସେଠି ସରକାର୍ ତାକୁ ପାଳନ କରୁଛନ୍ତି, ସୋସିଆଲ ରେସପୋନ୍ସିବିଲିଟି ସେ ପଇସା ମଧ୍ୟ ଖର୍ଚ୍ଚ ହେଉଛି ଆହୁରି ମଧ୍ୟ ବିଭିନ୍ନ ପ୍ରକାରର ଅର୍ଗାନାଇଜେସନ୍ ମହିଳା ଦିବସ ନାମରେ ବହୁତ୍ ଟଙ୍କା ଖର୍ଚ୍ଚ କରି ପାଳନ କରୁଛନ୍ତି ।

କିନ୍ତୁ ୨୦୧୬ ମସିହାରେ ଓଡିଶା ଇତିହାସରେ ୧୯ ତାରିଖ ଦିନ ଏହି ଦିବସ ପାଳନ କରାଯାଇଥିଲା ସୂଚନା ଭବନରେ ଯେଉଁଥିରେ ୭୩ ହଜାର ଖର୍ଚ୍ଚ ହୋଇଥିଲା । ଗୋଟେ ଟଙ୍କା ମଧ୍ୟ କଉଠୁ କଲେକ୍ସନ କରାଯାଇ ନଥିଲା ଅଣ୍ଟା ଭାଙ୍ଗି ଯାଇଥିଲା । ଆଜିକା ସମାଜରେ ପୁରୁଷ ବର୍ତ୍ତମାନ୍ ସମସ୍ତେ ନିର୍ଯ୍ୟା-ତିତ । ସମସ୍ତେ କହିଲେ ଭୁଲ୍ ହେଇଯିବ କିନ୍ତୁ ଅଧିକାଂଶ ହେଉଛନ୍ତି ନିର୍ଯ୍ୟା-ତିତ ପୁରୁଷ ।

କିନ୍ତୁ ସେମାନେ କାଳେ ସୋସାଇଟ ତାଙ୍କୁ ଜାଣିଦେବ ସେମାନେ ନିର୍ଯ୍ୟା-ତିତ ପୁରୁଷ ବୋଲି, କେଉଁଠି ନା କେଉଁଠି ତାଙ୍କ ଦେହରେ କ-ଳଙ୍କ ଲାଗିଯିବ ବୋଲି ତାକୁ ଡରି ସେମାନେ କାହାରି ଆଗରେ ପ୍ରକାଶ କରି ପାରନ୍ତି ନାହିଁ ବୋଲି ବ୍ୟୋମକେଶ ତ୍ରିପାଠୀ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ପୁରୁଷ ମାନଙ୍କ ହକ୍ ପାଇଁ ଯେଉଁମାନେ ସବୁ କାମ କରୁଛନ୍ତି ସେଇମାନେ ସବୁ ଜେନେରାଲ ସେନ୍ସରେ ଆଜି ପୁରୁଷ ଦିବସ ପାଳନ କରୁଛନ୍ତି । କହିବାକୁ ଗଲେ ପ୍ରତିକ୍ଷେତ୍ର ପରି ପୁରୁଷ ଦିବସ ପାଳନରେ ମଧ୍ୟ ପୁରୁଷ ନିର୍ଯ୍ୟା-ତିତ ।

Leave a Reply

Your email address will not be published. Required fields are marked *