ଓଡ଼ିଆ ସିନେମା କଳି ଭିତରେ ଛୁଙ୍କ ମାରିଲେ ପ୍ରଡ୍ୟୁସର ସୀତାଂଶୁ । କହିଲେ ଆଗକୁ ଆସୁଛି ମୋ ନୂଆ ଫିଲ୍ମ୍.. ।

ସିନେମା କଳି ଭିତରେ ବର୍ତ୍ତମାନ୍ ସାମ୍ନାକୁ ଆସିଛନ୍ତି ପ୍ରଡ୍ୟୁସର ସୀତାଂଶୁ । ସେ କହିଛନ୍ତି ଯେ ବହୁତ୍ ଜଲଦି ତାଙ୍କ ସିନେମା ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି । ତେବେ ତାଙ୍କୁ ତୋ ଆପଣମାନେ ଚିହ୍ନିଥିବେ ପିଣ୍ଟୁ ନନ୍ଦଙ୍କ ଘଟଣାରେ । ଚେକ୍ ଦେଇ ବାଉନ୍ସ କରାଇଥିଲେ । ତେବେ ସୀତାଂଶୁକୁ ଆପଣ ମାନେ ଚିହ୍ନିଥିବେ କିଏ ଟେବଲ୍ କଥା କହୁଥିଲା ତୋ ଆଉ କିଏ ମିକ୍ସ୍ଚର ମେସିନ୍ କଥା କହୁଥିଲା । ଆଜ୍ଞା ହଁ ସେ ସେହି ଆପଣମାନଙ୍କ ପ୍ରିୟ ତଥା ବିବାଦୀୟ ପ୍ରଡ୍ୟୁସର ସୀତାଂଶୁ । କିଏ ତାଙ୍କୁ କୁହେ ସୀତାଂଶୁ ମହାନ୍ତି ତୋ ଆଉ କିଏ ଆହୁରି କେତେ ନାଁରେ ଡାକନ୍ତି ।

ଏମିତି କି କେହି କେହି ତାଙ୍କୁ ଖନ୍ନା ମହାନ୍ତି ବୋଲି ମଧ୍ୟ ଡାକନ୍ତି । ଆଉ ବର୍ତ୍ତମାନ୍ ଏହି ସିନେମା କଳି ଭିତରେ ସୀତାଂଶୁଙ୍କୁ ଟିକେ ଫାଇଦା ନେବାକୁ ଇଛା ହେଲା । ଆଉ ଏବେ ପ୍ରଡ୍ୟୁସରଙ୍କ କଳି ଭିତରେ ଏ ପ୍ରଡ୍ୟୁସର୍ ବାବୁ ସୀତାଂଶୁ ଟିକେ ନାଆଁ କରିବାକୁ ମନ ବଳାଇଲେ । ଆଜି ପର୍ଯ୍ୟନ୍ତ ତୋ ପ୍ରଡ୍ୟୁସର୍ ଆସୋସିଏସନ୍ ରେ ନାଆଁ ଲେଖେଇ ପାରିଲେ ନାହିଁ ।

ତଥାପି ନୂଆ କରି ଏବେ ଗୋଟେ ସିନେମା ଆଣୁଛନ୍ତି । ଯେଉଁଟା କି ନୂଆ ବରଷରେ ରିଲିଜ୍ ହେବ । ମାମୁଁ ଭଣଜାର ପ୍ରେମ କାହାଣୀ । ତୋ ଆଉ କିଏ କହୁଛନ୍ତି ମାମୁଁ ଭର୍ସେସ ଭଣଜା । ଏମିତି କିଛି ଚର୍ଚ୍ଚା ଏବେ ସବୁଠି ହେଉଛି । କାରଣ କିଛିଦିନର ନୀରବତା ପରେ ଏବେ ସାମ୍ନାକୁ ଆସୁଛନ୍ତି ସେଇ ପ୍ରଡ୍ୟୁସର୍ । ଦମଦାର ପ୍ରଡ୍ୟୁସର୍ । ପ୍ରଡ୍ୟୁସର୍ ସୀତାଂଶୁ ମହାନ୍ତି । ପ୍ରଡ୍ୟୁସର୍ ସୀତାଂଶୁ ମହାନ୍ତିଙ୍କ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମାମୁଁ ଭର୍ସେସ ଭଣଜା” ଜାନୁଆରୀ ୧ ତାରିଖରେ ନୂଆବର୍ଷରେ ରିଲିଜ୍ ହେବାକୁ ଯାଉଛି । ଯେତେବେଳେ ଓଡ଼ିଆ ସିନେମାରେ କଳି ଲାଗିଛି ଠିକ୍ ସେତିକି ବେଳେ ସେଇ ବିବାଦୀୟ ପ୍ରଡ୍ୟୁସର୍ ସୀତାଂଶୁ ଏବେ ସାମ୍ନାକୁ ଆସିଛନ୍ତି ।

ଆଉ କହୁଛନ୍ତି ମୋର ଏବେ ନୂଆ ସିନେମା ଆସିବାକୁ ଯାଉଛି । ଭଲ ଭାବରେ ଚିହ୍ନିଥିବେ ଏହି ପ୍ରଡ୍ୟୁସରଙ୍କୁ ଆପଣ ମାନେ । ଯିଏ ଟେଣ୍ଟ କାମ କରନ୍ତି ମାମୁଁ ପଇସା ଦେଇଥିଲେ ବୋଲି କୁହନ୍ତି ଏବଂ ପରବର୍ତୀ ସମୟରେ ମିକଶ୍ଚର୍ ମେସିନ୍ ଚୋରି କରିଥିଲେ ବୋଲି ଜେଲ୍ ଯାଇଥିଲେ ।

Leave a Reply

Your email address will not be published. Required fields are marked *