ଭୋ ଭୋ ହୋଇ କା-ନ୍ଦି ପକାଇଲେ ମନୋଜ ମିଶ୍ର। କହିଲେ ଅରିନ୍ଦମ କାହିଁକି ଏତେ ମି-ଛ କହୁଛ।

ଭୋ ଭୋ ହୋଇ କାନ୍ଦି ପକାଇଲେ ମନୋଜ ମିଶ୍ର। କହିଲେ ତୁମେମାନେ ମତେ ବହୁତ କଷ୍ଟ ଦେଉଛ। ତୁମକୁ ମା ସମ୍ବୋଲେଇ ଓ ପ୍ରଭୁ ଜଗନ୍ନାଥ କେବେ ହେଲେ କ୍ଷମା କରିବେ ନାହିଁ। ମତେ ଯେତିକି ମିଛ ସତ କହି କଷ୍ଟ ଦେଲନି ଭଗବାନ ବି ସହିବେ ନାହିଁ। ଯଦି ପାରୁଛ ତେବେ ସମୟ ଅଛି ସୁଧୁରୀ ଯାଅ।

ହଁ ଆଜ୍ଞ ନିଜ ଲୁହକୁ ଆଉ ଅଟକାଇ ପାରିନାହାଁନ୍ତି ପ୍ରଡ୍ୟୁସର ମନୋଜ ମିଶ୍ର। ସୋସିଆଲ ମିଡିଆରେ ଆସି ସମସ୍ତଙ୍କ ଆଗରେ ଆଖିରୁ ଲୁହ ଝରାଇ କହିଛନ୍ତି ରିଲରେ ଅଭିନୟ କରୁଥିବା ମନୋଜ ଆଜି ସତରେ କାନ୍ଦୁଛନ୍ତି। ଆଉ ସେ କାନ୍ଦି କାନ୍ଦି କହୁଛନ୍ତି ଆଉ କେତେ କଷ୍ଟ ଦେବ ତମେମାନେ ମତେ। ସାରା ଓଡିଶା ଦେଖୁଛି ମୁଁ କହି ଦେଉଛି ତମ ପାଖରେ କେତେ ପ୍ରୁଭ ଅଛି ମୋ ପାଖରେ ସମସ୍ତଙ୍କର ଗୋଟେ ଗୋଟେ ପ୍ରୁଭ ଅଛି।

ମନୋଜ ଆଜି ରାଗି ନାହାଁନ୍ତି ଅଭିମାନ କରିଛନ୍ତି ଅରିନ୍ଦମ ଅନୁଭବ ସମସ୍ତଙ୍କ ଉପରେ। ଏ ରାଗର ଲୁହ ନୁହଁ ଏ ହେଉଛି ଅଭିମାନର ଲୁହ। କାରଣ ଯେଉଁମାନଙ୍କ ଉପରେ ସେ ଏତେ ବିଶ୍ୱାସ କରିଥିଲେ ସେଇମାନେ ଆଜି ତାଙ୍କୁ ଧକା ଦେଇଛନ୍ତି। ଯେଉଁମାନଙ୍କ ସପଟରେ ସେ ସବୁବେଳେ ବାହରୁଥିଲେ ସେଇମାନେ ଆଜି ତାଙ୍କ ବିପକ୍ଷରେ ବାହାରିଛନ୍ତି।

ମନୋଜ କହିଛନ୍ତି କି ମୁଁ ଯେଉଁମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିଲି ସେଇମାନେ ଆଜି ମୋ ବିପକ୍ଷରେ ହୋଇଗଲେ। କଥା ଜାଣିବା ପରେ ବୋଧେ ମନୋଜଙ୍କୁ ବହୁତ କଷ୍ଟ ହୋଇଛି। ସେଥିପାଇଁ ସେ ତାଙ୍କର ଲୁହକୁ ଅଟକାଇ ପାରିନାହାନ୍ତି। ସେଥିପାଇଁ ସମସ୍ତଙ୍କ ଆଗରେ କାନ୍ଦୁଛନ୍ତି। ଆଉ କାନ୍ଦି କାନ୍ଦି କହୁଛନ୍ତି କି ମୋ ସ୍ତ୍ରୀକୁ ଶେଷରେ ଏଇ ଝଗଡାକୁ ଟାଣି ଆଣିଲ।

ତମେ ଜାଣିଛ ମୋ ଫିଲ୍ମକୁ ଲଗେଇଲନି ମୋତେ ଡିଷ୍ଟିବୁଟରେ ମନା କରାଗଲା ଯେ ମନୋଜ ମିଶ୍ରଙ୍କର ଫିଲ୍ମକୁ ଲଗାଅନି। କେତେ କଷ୍ଟ ହେଇଛି ତୁମେ ଜାଣିଛ। ଖାଲି କଣ ବାବୁ ଅରିନ୍ଦମ ଅନୁଭବ ଥିଲେ ହିଁ ଫିଲ୍ମ ଚାଲିବ ନହେଲେ କଣ ଆମ ଫିଲ୍ମ ଚାଲିବନି। ଏମିତି ସବୁ କଥା କହି ଆଜି କାନ୍ଦି ଚାଲିଛନ୍ତି ମନୋଜ ମିଶ୍ର।

ସେ ଆଜି ସବୁ ସତ କଥା କହିବାକୁ ବାଧ୍ୟ ହେଉଛନ୍ତି। ଗୋଟି ଗୋଟି କରି ସମସ୍ତଙ୍କ ନାମ କହିଛନ୍ତି। ଓଡ଼ିଆ ଫିଲ୍ମ କଲେ କେତେ କଷ୍ଟ ହୁଏ ରିଲିଜ କରିବା ପାଇଁ ତାର ପୋଲ ଖୋଲିଛନ୍ତି ମନୋଜ ମିଶ୍ର। ତାଙ୍କର ଦୁଃଖ ଯନ୍ତ୍ରଣା ଦେଖି ପୁରା ଓଡିଶା ବାସୀ ବୋଧେ କାନ୍ଦିଥିବେ। ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏଭଳି ଅନେକ କଥା କହିଛନ୍ତି। ତେବେ ସେ ଶେଷରେ କହିଛନ୍ତି କି ମା ସମ୍ବୋଲେଇ କାହାରିକୁ ବି କ୍ଷମା କରିବେନି ଯିଏ ଏମିତି ସବୁ କାଣ୍ଡ ଭିଆଇଛନ୍ତି।

Leave a Reply

Your email address will not be published. Required fields are marked *