ସୋସିଆଲ ମିଡିଆରେ ପ୍ରକୃତି କଲେ ଟୁଟୁ ନାୟକଙ୍କୁ ଟା-ର୍ଗେଟ….କଳାକାରିତା କହିଲେ ପୁରା ଶୁନ।

ସବୁ କଳାକାରଙ୍କୁ ଖରାପ ବ୍ୟବହାର କରନ୍ତି। କଳାକାରିତା କହିଲେ ପୁରା ଶୁନ। କେବଳ ଚାଲାକ କଥାବାର୍ତ୍ତା କରି କଥା ଆଦାୟ କରିବା ଶିଖିଛନ୍ତି। ବାଣ ପରେ ବାଣ ଏମିତି ବାଣ ମ-ରିଛନ୍ତି ଯେ ଟୁଟୁ ନାୟକ ପୁରା ଘାଇଲା। ଇଙ୍ଗିତ ଇଙ୍ଗିତରେ ସୋସିଆଲ ମିଡିଆରେ ଟା-ର୍ଗେଟ କରିଛନ୍ତି ଟୁଟୁ ନାୟକଙ୍କୁ। ସୁଯୋଗ ଦେଖି ଆଙ୍ଗୁଠି ଉଠାଇଛନ୍ତି।

ହଁ ଆଜ୍ଞା ଏବେ ଓଡ଼ିଆ ଫିଲ୍ମ ଜଗତ ଉଠୁଛି ପଡୁଛି। ଇଏ ତା ଫିଲ୍ମକୁ ବ୍ୟାନ କରୁଛି ତ୍ୱ ସେ ପୁଣି ଆ ଫିଲ୍ମକୁ ବ୍ୟାନ କରୁଛି। ଫିଲ୍ମକୁ ନେଇ ବଡ଼ ଘୋଷଡା ଘୋଷଡି ଆରମ୍ଭ ହୋଇଗଲାଣି। ଆଉ ଏହାରି ଭିତରେ ସାମ୍ନାକୁ ଆସିଛନ୍ତି ଓଲିଉଡରେ ଯାଇ ବଲିଉଡରେ ନିଜର କ୍ୟାରିୟର ଗଢିଥିବା ଅଜିନେତ୍ରୀ ପ୍ରକୃତି ମିଶ୍ର।ପୁରୁଣା ରାଗକୁ ଏତିକି ବେଳେ ସୁଝାଇଛନ୍ତି। ଯେଉଁ ରାଗ ପୂର୍ବରୁ ଥିଲା ସେହି ରା-ଗକୁ ଆକ୍ଷେପ କରି ସୁଝାଇବାକୁ ଚେଷ୍ଟା କରିଛନ୍ତି ପ୍ରକୃତି ମିଶ୍ର।

ସୋସିଆଲ ମିଡିଆରେ ପ୍ରକୃତି ମିଶ୍ର ଏମିତି କିଛି ଲେଖିଛନ୍ତି ଯେ ଯାହାକୁ ପଢି ପୁରା ନି-ଆଁ ବା-ଣ ଟୁଟୁ ନାୟକ। ପ୍ରକୃତି ମିଶ୍ର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ ମୁଁ ଏବେ ଯାହା ହେଇଛି କେବଳ ଓଡ଼ିଆ ଫିଲ୍ମ ଜଗତ ପାଇଁ ହିଁ ହୋଇଛି। ସେଥିପାଇଁ ମୁଁ ଓଡ଼ିଆ ଫିଲ୍ମ ଜଗତ ପାଖରେ କୃତଜ୍ଞ। ହେଲେ ଏବେ ଯେଉଁ ସବୁ କା-ଣ୍ଡ ହୋଇଛି ଓଡ଼ିଆ ଫିଲ୍ମ ଜଗତରେ ତାହା ସବୁ କେବଳ ସେହି ଶ୍ରୀ ନାୟକଙ୍କ ପାଇଁ ହିଁ ହୋଇଛି। ଯାହାଙ୍କ ପାଖରେ କଳାକାରିତର ଘୋର ଅ-ଭାବ। ସେ କଳାକାର ମାନଙ୍କୁ ସବୁବେଳେ ଖରାପ ବ୍ୟବହାର କରିଆସିଛନ୍ତି ଏବଂ ଚାଲାକ କଥାବାର୍ତ୍ତା କରି କାମ ଆଦାୟ କରିଛନ୍ତି। ଯାହା ମନଜ ଦାଙ୍କ ସହ ହୋଇଛି।

ତେବେ ପ୍ରକୃତି ଇଙ୍ଗିତ କରି ଶ୍ରୀ ନାୟକଙ୍କୁ ନିଚା ଦେଖାଇ ଆହୁରି କହିଛନ୍ତି କି ମନଜ ଦା ଆମ ରାଜ୍ୟର ଟେକ ରଖିଛନ୍ତି। ବାହାର ରାଜ୍ୟର ମଞ୍ଚରେ ସବୁବେଳେ ଆମ ଓଡ଼ିଆ ଫିଲ୍ମକୁ ପ୍ରସ୍ୟାହିତ କରିଛନ୍ତି। ସେ ଜଣେ ବହୁତ ସମ୍ମାନୀତ ବ୍ୟକ୍ତି। କିନ୍ତୁ କିଛି ବ୍ୟକ୍ତିଗତ କାରଣ ପାଇଁ ତାଙ୍କ ଉପରେ ଏମିତି ବ୍ୟା-ନ ଲଗାଇବା ଭଳି ଲଜିତ କାମ କରାଯାଇଛି। ଯେଉଁଥିପାଇଁ ଶ୍ରୀ ନାୟକ ପୁରା ଦାୟୀ।

ସିଧା କଥା କହିବାକୁ ଗଲେ ନିକଟରେ ରିଲିଜ ହୋଇଥିବା ଫିଲ୍ମକୁ ବ୍ୟା-ନ କରିବାରେ ମନଜ ଦାଙ୍କର କୌଣସି ହାତ ନାହିଁ। ଟିକେ ସାଧାରଣ ଜ୍ଞାନ ଥିବା ଦରକାର ଯେଉଁମାନେ ଏମିତି କରିବା ପାଇଁ ଲୋକଙ୍କୁ ଉସକାଇ ଛନ୍ତି। ଗୋଟେ କଳାକାରର ପ୍ରକୃତ ଉଦେଶ୍ୟ ହେଉଛି ସମସ୍ତଙ୍କୁ ଏକଜୁଟ କରି ରଖିବା ଏବଂ ଆମ ସଂସ୍କୃତିକୁ ଗୋଟିଏ ଧାରାରେ ଆଣିବା।ହେଲେ ଶ୍ରୀ ନାୟକ ବୋଧେ ସେମିତି କିଛି ଚାହୁଁନାହାନ୍ତି ବୋଲି କହିଛନ୍ତି ପ୍ରକୃତି ମିଶ୍ର। ସେ ତାଙ୍କର ସାଙ୍ଗ ମାନଙ୍କୁ ନିବେଦନ କରିଛନ୍ତି କି ଏଭଳି ଲୋକଙ୍କ ସାଥ ନଦେବା ପାଇଁ ।

Leave a Reply

Your email address will not be published. Required fields are marked *