ସ୍ମଶା-ନରୁ ଶୁଭୁଛି ଚାନ୍ଦିନୀଙ୍କ କାନ୍ଦ.. କୁମାର ପୂର୍ଣ୍ଣିମାରେ ଚାନ୍ଦ ଟେକିବା ପୂର୍ବରୁ ଚାଲିଯାଇଥିଲା ଜୀବନ।

ସ୍ମଶା-ନରେ ଚାନ୍ଦିନୀ କାନ୍ଦୁଛି। ସନ୍ଧ୍ୟା ହେଲେ ଶୁଭୁଛି ଚାନ୍ଦିନୀର କା-ନ୍ଦ ସ୍ୱର। ବାହୁନି ବାହୁନି କାନ୍ଦୁଛି ଗାଁ ସ୍ମଶାନରେ ଏମିତି କା-ନ୍ଦ ସ୍ୱର କେବେହେଲେ ଶୁଭୁ ନଥିଲା। ହେଲେ ଚାନ୍ଦିନୀ ଆବେଳାରେ ଚାନ୍ଦ ପୂଜା ନକରି ଚାଲିଗଲା ପରେ ଏବେ ଗାଁଏମିତି ସ୍ମଶା-ନରେ ଶୁଭୁଛି କା-ନ୍ଦ ସ୍ୱର। ଆଉ କାନ୍ଦି କାନ୍ଦି ନିଶ୍ଚିତ କିଛି କହୁଥିବ ବଉଲ ତୁ ମତେ କ୍ଷ-ମା କରିଦେବୁ। ମୁଁ ତତେ ନକହି ଆରପାରିକୁ ଚାଲି ଆସିଛି। ମୁଁ ତତେ ବିଲକୁଲବି ଛାଡିବାକୁ ଚାହୁଁନଥିଲି ଲ ବଉ। ମୁଁ କଣ କରିବି କହିଲୁ। କୁମାର ପୂର୍ଣ୍ଣିମାରେ ମୁଁ ମ-ରିଯିବି ବୋଲି ପରା ଉପରୁ ଆଦେଶ ଆସିଥିଲା।

ହେଲେ ବଉ ମତେ କେହି ବଞ୍ଚେଇଲେନି ଲ। ମୋତେ ବଞ୍ଚେଇଥିଲେ ବୋଧେ ମୁଁ ବଞ୍ଚି ଯାଇଥାନ୍ତି। ହଁ ଆଜ୍ଞା ବୋଧେ ଏମିତି କିଛି ପ୍ରଶ୍ନ କରିଯାଉଥିବ ଉପରେ ଥାଇ ଚାନ୍ଦିନୀ। ଏ ହେଉଛନ୍ତି ଘରର ଚାନ୍ଦିନୀ। ସମସ୍ତଙ୍କ ମନର ଚାନ୍ଦିନୀ (ପୂଜା)। ଯିଏ ଏବେ ଗାଁ ସ୍ମଶାନରେ କୁଆଡେ କା-ନ୍ଦୁଛନ୍ତି। ଗାଁ ଲୋକେ ପୂଜାଙ୍କ କାନ୍ଦକୁ ଅନୁଭବ କରିପାରୁଛନ୍ତି।

ଆଉ ଏ ହେଉଛି ଗାଁ ସ୍ମଶା-ନରେ ଜ-ଳିଯାଉଥିବା ପୂଜାଙ୍କର ଜୁଇ। ଜୁଇ କହୁଛି ଆଜି ମୁଁ ଜଳିବି ନାହିଁ। କାରଣ ବାଡୁଅ ଝିଅକୁ ମୋ ଛାତିରେ ଜା-ଳି ପୋ-ଡି ମୁଁ ପା-ପର ଭାଗିଦାର ହେବାକୁ ଚାହୁଁନି। କଣ ପାଇଁ ମୋତେ ଏତେ ପା-ପ କରାଉଛ। ଯେଉଁ ଝିଅ ଆଉ ମାତ୍ର କିଛି ଦିନ ପରେ ବାହା ହୋଇଥାନ୍ତା ହାତରେ ମେହେନ୍ଦୀ ପାଦରେ ଅଳତା ମଥାରେ ସିନ୍ଦୁର ନାଇ ଥାନ୍ତା ସେ ଝିଅ ଆଜି କଣ ପାଇଁ ମୋ ଜୁ-ଇରେ ପୋଡା ହେଉଛି। ହେ ଭଗବାନ ତୁମେ ଏତେ ନିଷ୍ଠୁର କଣ ପାଇଁ ବୋଲି ପ୍ରଶ୍ନ କରିଯାଉଛି ଆଜି ଏଇ ଜୁ-ଇ। ହେଲେ ଜୁ-ଇକୁ ଆଜିଏ ପ୍ରଶ୍ନର ଉତ୍ତର ମିଳୁନାହିଁ।

ପୂଜା କୁଆଡେ ବହୁତ ହସ ଖୁରିଆ ଝିଅଟେ। ଘର ଲୋକଙ୍କୁ ସେ ବହୁତ ଭଲପାଆନ୍ତି। ପୁରା ଗାଁ ମଧ୍ୟ ପୂଜାକୁ ବହୁତ ଗେଲ୍ହା କରନ୍ତି। ହେଲେ କିଏ ବା ଜାଣିଥିଲା ଚାନ୍ଦ ପୂଜା କରିବା ପୂର୍ବରୁ ଏମିତି ସବୁ ଅଘ-ଟଣ ହୋଇଯିବ ବୋଲି। କୁମାର ପୂର୍ଣ୍ଣିମା ଶେଷ କୁମାର ପୂର୍ଣ୍ଣିମା ପୂଜାଙ୍କ ପାଇଁ ହେବ ବୋଲି କିଏ ବା ଜାଣିଥିଲା। ଯେଉଁଥିପାଇଁ ପୂଜା ସବୁ ବର୍ଷ ପରି ନିଷ୍ଠାର ସହିତ କୁମାର ପୂର୍ଣ୍ଣିମା କରନ୍ତି ସେସବୁ ଅଧା ରହିଗଲା।

ଖବର ମୁତାବିକ ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ପୂଜା ନୂଆ ଡ୍ରେସ ପିନ୍ଧି ଆଞ୍ଜୁଳି ଟେକି ସାରିଥିଲେ ପୂଜା। ହେଲେ ଚାନ୍ଦକୁ ପୂଜା କରିବା ପାଇଁ ଲାଇଟ ସାଉଣ୍ଟ ଲଗାଇବା ସମୟରେ କରେଣ୍ଟରେ ଲାଗି ତାଙ୍କର ମୃ-ତ୍ୟୁ ହୋଇଗଲା।ବୟସ ମାତ୍ର ୨୫ ବର୍ଷ। କହିବା ଅନୁଯାୟୀ ପୂଜା ଚାନ୍ଦ ପୂଜା ପାଇଁ ଲାଇଟ ସାଉଣ୍ଟ ଦେବାକୁ ଯାଇଥିଲେ ତ ହଠାତ କ-ରେଣ୍ଟ ଲାଗି ସେ ମୃ-ତ୍ୟୁବ-ରଣ କରିଥିଲେ। କରେଣ୍ଟ ଲାଗିବା ସମୟରେ କେହି ଜାଣିପାରିନଥିଲେ। ଯେତେବେଳେ ପୂଜା ପାଖକୁ ଘରକୁ ଗଲେ ତ ସେତେବେଳକୁ ପୂଜାର ମୃ-ତ୍ୟୁ ହୋଇସାରିଛି। ଡାକ୍ତରଖାନାକୁ ନେବା ପରେ ଡାକ୍ତର ମୃ-ତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *