ଛୁଆକୁ ଛାଡି ଭଡା ଘରେ ମା’ ରଖୁଥିଲା ଶାରୀ-ରିକ ସମ୍ପର୍କ…. ବାହା ହୋଇପାରିଲେନି ବୋଲି….

ସ୍ୱାମୀ- ସ୍ତ୍ରୀ ଥାଇକି ବି ପ୍ରେମରେ ମସଗୁଲ ଥିଲେ ପ୍ରେମୀ ଯୁଗଳ। ୫ ବର୍ଷର ଛୁଆକୁ ଛାଡି ରଖୁଥିଲେ ସମ୍ପର୍କ। ହୋଇପାରିଲାନି ବାହାଘର ଜୀବନ ହାରିଦେଲେ ପ୍ରେମୀ ଯୁଗଳ।ହଁ ଆଜ୍ଞା ଏହି ମହିଳାଙ୍କ ଫୋଟଟିକୁ ଦେଖନ୍ତୁ। ସ୍ୱାମୀ ଓ ୫ ବର୍ଷର ଛୁଆ ଥାଇକି ବି ମଧ୍ୟ ପ୍ରେମରେ ପୁରା ପାଗଳ।ଆଉ ଏ ହେଉଛନ୍ତି ପିଣ୍ଟୁ ତାଙ୍କର ବି ବିବାହ ହୋଇଛି। ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଛୁଆ ମଧ୍ୟ ଅଛି। ତାଙ୍କୁ ଛାଡି ବାହାରେ ଆସି ଭଡା ଘର ନେଇ ପ୍ରେମିକା ସହ ରହୁଥିଲେ।

ଗତ ୩ ମାସ ହେବ ଭଡା ଘରେ ରହୁଥିଲେ ପିଣ୍ଟୁ ଓ ଶୁଭସ୍ମିତା। ପ୍ରେମରେ ଏତେ ପାଗଳ ହୋଇଗଲେ ଯେ ସୁନାର ସଂସାରକୁ ଛାଡି ଉଭୟ ପଳାଇ ଆସିଲେ। ପ୍ରଥମ ବିବାହରେ ସନ୍ତୁଷ୍ଟ ନଥିଲେ ଉଭୟ। ପ୍ରେମରେ ପଡି ଦ୍ୱିତୀୟ ଥର ବିବାହ କରିବା ପାଇଁ କେତେ କଣ ସ୍ୱପ୍ନ ଦେଖିଥିଲେ ଉଭୟ କିନ୍ତୁ ବାହାଘର ହୋଇପାରିଲାନି ବୋଲି ଏଭଳି ନିଷ୍ପତ୍ତି ନେଇଗଲେ ଉଭୟ। ଶେଷରେ ଯେଉଁ ଭଡା ଘର ନେଇ ସୁନାର ସଂସାର ଗଢି ତଳିବାକୁ କେତେ କଣ ସ୍ୱପ୍ନ ଦେଖିଥିଲେ ଆଜି ସେହି ଘର ଭିତରେ ଉଭୟ ଜୀବନ ହାରିଦେଲେ।

ଏହାକୁ ଦେଖି ପରିବାର ଲୋକ ବି ସହନ୍ୟ କରିପାରୁନାହାନ୍ତି। ବାପାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଛି। ପ୍ରେମରେ ଏତେ ପାଗଳ ହୋଇଗଲେ ଯେ କାହା କଥା ଟିକେ ବି ଭାବିଲେନି। ଏ ଜନ୍ମରେ ଆମେ ସିନା ଏକାଠି ହୋଇପାରିଲୁନି କିନ୍ତୁ ଆମେ ଆର ପାରିରେ ଏକାଠି ହେବୁ।ଆଜ୍ଞା ହଁ ଏଭଳି ହୃଦୟବିଦାରକ ଘଟଣା ଘଟିଛି ଭୁବନେଶ୍ୱର ଇମ୍ଫସିଟି ଥାନା ଅଞ୍ଚଳରେ ଶିଖରଚଣ୍ଡୀ ବସ୍ତି କ୍ଳଷ୍ଟର ୩ ସ୍ଥିତ ଏକ ଭଡା ଘରୁ ପୋଲିସ ଉଭୟଙ୍କ ମୃତ ଦେହ ଜବତ କରିଛି।

ଏ ପ୍ରେମୀ ଯୁଗଳ ହେଲେ ମଞ୍ଚେଶ୍ୱର ଥାନା କଳାରାହାଙ୍କର ପିଣ୍ଟୁନାଥ ଓ କେନ୍ଦ୍ରାପଡା ପୋଟାମୁଣ୍ଡାଇର ଶୁଭସ୍ମିତା ନାୟକ।ପୋଡ଼ସିଙ୍କ କହିବା କଥା ଯେ ପିଣ୍ଟୁ ଓ ଶୁଭସ୍ମିତା ପରସ୍ପରକୁ ବହୁତ ଭଲ ପାଇଥିଲେ କିନ୍ତୁ ଉଭୟଙ୍କ ପରିବାର ପକ୍ଷରୁ ସେମାନଙ୍କୁ ସହଯୋଗ ମିଳିନଥିଲା। ଏମିତିକି ପିଣ୍ଟୁ ସ୍ଥାନୀୟ କଳାରାହଙ୍କର ଯୁବକ ହୋଇଥିଲେ ମଧ୍ୟ ଘର ଲୋକ ନପଚାରିବାରୁ ସେମାନେ ଏକ ବସ୍ତିରେ ଭଡା ଘରେ ରହୁଥିଲେ।

ପିଣ୍ଟୁଙ୍କର ପୂର୍ବରୁ ୫ ବର୍ଷର ପୁଅ ଏବଂ ସ୍ତ୍ରୀ ଅଛନ୍ତି। ପିଣ୍ଟୁଙ୍କ ସ୍ତ୍ରୀ ବାଙ୍ଗାଲୋରରେ ରହୁଥିବା ବେଳେ ଏଠାରେ ସେ ଆଉ ତାଙ୍କ ପୁଅ ରହୁଥିଲେ।ସୂଚନା ଅନୁଯାୟୀ ପିଣ୍ଟୁ ଓ ଶୁଭସ୍ମିତା ଉଭୟ ଏକ ଭଡା ଘର ନେଇ ସମ୍ପର୍କରେ ରହୁଥିଲେ। ଗତ କାଲି ରବିବାର ସନ୍ଧ୍ୟାରେ ସେମାନେ ଘରୁ ବାହାରି ନଥିଲେ। ବହୁତ ସମୟ ଧରି କବାଟ ବନ୍ଦ ରହିଥିବାରୁ ପୋଡ଼ସିଙ୍କ ସନ୍ଦେହ ହୋଇଥିଲା। ଘର ଭିତରୁ କୌଣସି ଶବ୍ଦ ଶୁଣିବାକୁ ମିଳୁ ନଥିଲା। ଯେତେ କବାଟ ବାଡେଇଲେ ମଧ୍ୟ କେହି କିଛି ବି କହୁନଥିଲେ କି କବାଟ ଖୋଲୁ ନଥିଲେ। ଆଉ ସ୍କାୟ ଲାଇଟ ପଟେ ଦେଖିଲା ବେଳକୁ ଉଭୟଙ୍କ ମୃତ ଦେହ।ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *