ମୋ ଚ୍ୟାନେଲ୍ ଡିଲିଟ କରିଦେଇଛନ୍ତି ରାଜୁ ଦାସ

ଭାଗ୍ୟଶ୍ରୀ ଦିଦି,ଯାହାକୁ ଆପଣ ଭାଉଜ ବୋଲି ଜାଣିଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପରିଚୟ କଉଠୁ ସୃଷ୍ଟି ହେଇଥିଲା। ସାହୁ ଭେରାଇଟି ଷ୍ଟୋରରୁ, କେମିତି ସେ ନିଜ ଅଧିକ ପରିଚୟ ପାଇ ପାରିଲେ । ଆସନ୍ତୁ କଥା ହେବା ତାଙ୍କ ସହ। ସର୍ବେ ପ୍ରଥମେ ସମସ୍ତଙ୍କୁ ମୋର ନମସ୍କାର। ପ୍ରଥମେ ଆପଣ ଇଣ୍ଡଷ୍ଟ୍ରିକୁ କେମିତି ଆସିଲେ ?ୟୁ ଟୁବ୍ ମାଧ୍ୟମରେ ହଉ କି ତା ଆଗରୁ କାମ କରୁଥିଲେ। ନାଇ ମୁଁ ଆଗରୁ କାମ କରୁଥିଲି ତରଙ୍ଗ ମ୍ୟୁଜିକରେ କାମ କରୁଥିଲି । ତାପରେ ଆପଣ ଜାଣିଥିବେ ଅନୁଗୁଳିଆ ବଣ୍ଟି ତାଙ୍କ ସହ ବି କାମ କରୁଥିଲି ୟୁ ଟୁବରେ। ତାପରେ ଆସିଲେ ରାଜୁ ଦାସ। ରାଜୁ ଦାସ ତାଙ୍କ ଆଡୁ ମୋତେ ଫେସବୁକରେ ମେସେଜ କଲେ କି ଆମେ ଗୋଟେ କନ୍ସେପ୍ଟ କରୁଛୁ ୟୁ ଟୁବରେ। ସେତେବେଳେ ଲୋକଡାଉନ୍ ଥିଲା ତ ଆମେ କଥାବାର୍ତ୍ତା କରି ମୁଁ ତାଙ୍କ ଚେନାଲରେ କାମ କଲି।

ଆଉ ସେ ସାହୁ ଭେରାଇଟି ଷ୍ଟୋର ଏତେ ମାତ୍ରାରେ ଭାଇରାଲ ହେଲା ଯେ ମୁଁ ବାହା ନ ହୋଇ ମଧ୍ୟ ସାରା ଓଡ଼ିଶାରେ ଭାଉଜ ଭାବେ ପରିଚିତ ହେଇଗଲି।”ସେ ତ ଦାସ ଥିଲେ, ମୋ ନାଁରେ ସାହୁ ଭେରାଇଟି ଷ୍ଟୋର କମେଡି ଭାଇରାଲ ହେଇଥିଲା “।ସେ ତାଙ୍କର ବାହାଘରକୁ ମୋତେ ଡାକିଲେନି , ତାଙ୍କର ରିସେପ୍ସନକୁ ମୋତେ ଡାକିଲେନି। ଏବଂ ତାଙ୍କର ୱାନ୍ ମିଲିୟନ ସେଲିବ୍ରେଶନ ଗଲା ସେଥିରେ ବି ମୋତେ ଡାକିଲେନି । ମୁଁ ଯୁଆଡ଼େ ଯାଏ ମୋତେ ଲଗେ କି ସମସ୍ତେ କୁହନ୍ତି ଯେମିତି ସାହୁବାବୁଙ୍କ ଭାଉଜ ଆସିଲେ କି ସାହୁବାବୁଙ୍କ ଘରଣୀ ଆସିଲେ। କିନ୍ତୁ ସତରେ ଏଇଆ ନୁହେଁ। ଆମେ କେବଳ ଫ୍ରେଣ୍ଡ।

ବର୍ତ୍ତମାନ୍ ଆପଣ ଯେଉଁ ଚାନେଲ୍ ନୂଆ ଖୋଲିଛନ୍ତି ସେଥିରେ କଣ ସବୁ ଡିଷ୍ଟର୍ବମାନ୍ସ ସୃଷ୍ଟି ଆସୁଛି , କଣ ଆପଣ ପ୍ରୋବଲେମ ଫେସ୍ କରିଛନ୍ତି, କିଛି ପ୍ରୋବଲେମ ସେ କ୍ରିଏଟ୍ କରୁଛନ୍ତି କି। ଦୁଇ ବର୍ଷ ତଳେ ଯେତେବେଳେ ମୁଁ ମୋ ନାଁରେ ଗୋଟେ ୟୁଟୁବ୍ ଚାନେଲ୍ ଖୋଲିଥିଲି ସେତେବେଳେ ବି ମୁଁ ରାଜୁ ଭାଇଙ୍କ ପରମିସନ୍ ଆଣି ସେଥିରେ ଭିଡ଼ିଓ ପୋଷ୍ଟ କରୁଥିଲି। ଆଉ ସେ ବି ମୋତେ ଶିଖେଇ ଦିଅନ୍ତି। ତାଙ୍କର ଦୁଇଟା ଭିଡ଼ିଓ ଥିଲା ଯଉଁଟାକି ମୁଁ ମୋ ଚାନେଲରେ ପୋଷ୍ଟ କରିଥିଲି। ଆଉ ସେଇଟା ବି ଥାର୍ଟି ସେକେଣ୍ଡ ଭିତରେ ଭାଇରାଲ ହେଇଯାଇଥିଲା। ସେ ମଧ୍ୟ ବି ଦେଖିଥିଲେ ଏହି ଭିଡ଼ିଓଟା। କିନ୍ତୁ ସେ ତ ଜାଣିପାରୁଥିବେ ଯେ ଏଇଟା ଶ୍ରୀର ଭିଡ଼ିଓ ସେ ଥରେ ମୋତେ ନ ପଚାରି ମୋର ଭିଡ଼ିଓକୁ ଷ୍ଟ୍ରାଇକ ଦେଲେ। ଆଉ ମୋ ଚେନାଲକୁ ଡିଲିଟ୍ କରିଦେଲେ। ଆଉ ମୁଁ ଯେତେ ତାଙ୍କୁ ମେସେଜ କଲି କି ମୋର ଷ୍ଟ୍ରାଇକକୁ କ୍ଲିଅର୍ କରିବା ପାଇଁ ସେ ମୋତେ ରିପ୍ଲାୟ ବି ଦେଲେନି।

ଆଉ ଚାରି ପାଞ୍ଚ ଦିନ ପରେ ମୁଁ ସାହୁ ଭାଉଜ ନାଁରେ ମୁଁ ଗୋଟେ ୟୁଟୁବ୍ ଚାନେଲ୍ ଖୋଲିଲି। ମୁଁ ଏତିକି କହିବା ପାଇଁ ଚାହୁଁଛି କି ଯଉଁ ଛୋଟ ଛୋଟ ୟୁଟୁବର ମାନେ ଅଛନ୍ତି ସେମାନେ କେବେବି ବଡ ୟୁଟୁବରମାନଙ୍କ ସୋର୍ଟ ଭିଡ଼ିଓକୁ ନିଜ ଚେନାଲରେ ପକାନ୍ତୁନି। କାରଣ ବଡ଼ ୟୁଟୁବର କାହାର ନୁହଁନ୍ତି। ଯଦି ମୁଁ ଟିମରେ ରହିକି ମୋ ସହିତ ଯଦି ଏମିତି ହେଇପାରେ ଭାବନ୍ତୁ ଆପଣଙ୍କ ସହ କଣ ହେଇପାରେ। ଆଜ୍ଞା ଦେଖନ୍ତୁ ସେ ହେଉଛନ୍ତି ଗୋଟେ ଗଛ, ଗୋଟେ ଗଛର ମୂଳଦୁଆ। ଆଉ ଆମେମାନେ ହେଉଛୁ ତାଙ୍କର ଗୋଟେ ଶାଖା। ସେ କଣ କଲେ ସେ ତାଙ୍କର ଶାଖାକୁ କାଟି ଦେଲେ। ତାମାନେ ମୂଳଦୁଆର ଅବସ୍ଥା ଯାହା ହେଉଥିବ ଆପଣମାନେ ଜାଣୁଥିବେ ଆଉ ମୁଁ କଣ କହିବି।

Leave a Reply

Your email address will not be published. Required fields are marked *