ହାତଗଣ୍ଠି ପଡ଼ିଲା ବାହାଘର ହେଲା । ହେଲେ ହଠାତ ଗୋଡ଼ ଫୁଲିଲା । ଚିକିତ୍ସା ପରେ ଜଣା ପଡ଼ିଲା ୨ଟି ଯାକ କିଡନୀ ଖରାପ…।

ହାତଗଣ୍ଠି ପଡ଼ିବା ପରେ ୨ଟି ଯାକ କିଡନୀ ଫେଲ୍ ହୋଇଗଲା । ଭଲରେ ଭଲରେ ବାହାଘର ହୋଇଥିଲା। ଘରେ ସମସ୍ତେ ନୂଆ ବୋହୂକୁ ପାଇ ବେଶ୍ ଖୁସିରେ ଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିଲା ହେଲେ ହଠାତ୍ ଗୋଡ଼ ଫୁଲିଲା ଆଉ ଚିକିତ୍ସା ପରେ ଜଣା ପଡ଼ିଲା ୨ଟି ଯାକ କିଡନୀ ଖରାପ୍ ହୋଇ ଯାଇଛି । ହଁ ଆଜ୍ଞା ସାଜିଥିଲେ ଘରର ନବବୋଧୂ । ଏଇ ଏବେ ଏବେ ତ ଘରକୁ ନୂଆ କରି ବୋହୂ ହୋଇ ଆସିଥିଲେ । ଶାଶୁ ଶ୍ୱଶୁରଙ୍କ ଗେହ୍ଲା ବୋହୁ ହୋଇ ରହିଥିଲେ । ସ୍ୱାମୀର ଭଲ ସ୍ତ୍ରୀଟେ ମଧ୍ୟ ଅଳ୍ପ ଦିନରେ ପାଲଟି ଯାଇଥିଲେ । ହେଲେ ଅଚାନକ ଘୋଟି ଆସିଲା ଦୁଃ-ଖର କଳା ବାଦଲ ।

ବାହାଘରର ମାତ୍ର ୬ମାସ ଭିତରେ ନବ ବଧୂଙ୍କ ଖରାପ୍ ହୋଇ ଯାଇଥିଲା ୨ଟି ଯାକ କିଡନୀ । ସବୁ ଖୁସି ଅଚାନକ ପାଣି ଫୋଟକା ପରି ଫାଟି ଯାଇଥିଲା । ହଁସ ଖୁସିରେ ବିତୁଥିବା ଜୀବନ ଦୁଃ-ଖ ଯନ୍ତ୍ର-ଣା ଆଡ଼କୁ କଡ଼ ଲେଉଟାଇ ଥିଲା । ଏମିତି କିଛି ଦୁଃ-ଖଦ ଖବର ଦେଖିବାକୁ ମିଳିଛି ବାହାନଗା ବ୍ଲକ ତାଳ କୁରୁଣିଆ ପଞ୍ଚାୟତ ରହଣିଆଗଞ୍ଜ ଗାଆଁରେ । ସେ ହେଉଛନ୍ତି ନବବୋଧୂ ଶୁଭ୍ରଲିନ ଯିଏ ନାଲି ଟୁକୁ ଟୁକୁ ନବ ବୋଧୂ ପରି ସଜେଇ ହୋଇ ଏବେ ଏବେ ଭାଗବତ ବିଶ୍ବାଳଙ୍କୁ ବାହା ହୋଇ ତାଙ୍କ ଘରକୁ ଆସିଥିଲେ ।

ଆଉ ସେ ଏବେ ରୋଗାଗ୍ରସ୍ତ । ହଁସ ହଁସ ମୁହଁ ଏବେ ଝାଉଁଳି ପଡ଼ିଛି । ସବୁବେଳେ ଚଞ୍ଚଳ ଧାଉଁଥିବା ପାଦ ଏବେ ଥକି ପଡ଼ିଛି । କୁଙ୍କୁମ ଲାଗିଥିବା ମୁହଁରେ ଏବେ ଦୁଃ-ଖର ଯ-ନ୍ତ୍ରଣା । ଖବର ମୁତାବକ ରହଣିଆଗଞ୍ଜ ଗାଆଁର ଗଙ୍ଗାଧର ବେହେରା ନିଜ ବଡ଼ଝିଅ ଶୁଭ୍ରାଲିନକୁ ୨୦୨୨ ମସିହାରେ ରେମୁଣା ବ୍ଲକ ଶ୍ରୀଜଙ୍ଗ ଗାଆଁର ଭାଗବତ ବିଶ୍ବାଳଙ୍କୁ ବିବାହ ଦେଇଥିଲେ । ହେଲେ ବିବାହର ପାଖାପାଖି ୬ ମାସ ପରେ ଶୁଭ୍ରାଲିନଙ୍କ ଦେହ ଅସୁସ୍ଥ ହୋଇଥିଲା । ଶ୍ୱଶୁର ଘର ଲୋକେ ଡ଼ାକ୍ତରଖାନାରେ ଦେଖାଇ ଔଷଧ ଖାଇଲା ପରେ ମଧ୍ୟ ଶୁଭ୍ରାଲିନଙ୍କ ଗୋଡ଼ ଫୁଲା କମିଲା ନାହିଁ ।

ତେବେ ଡାକ୍ତରଙ୍କ ପରାମର୍ଶ ପରେ କଟକରେ ଦେଖାଇବା ପରେ ୨ଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ଜଣା ପଡ଼ିଲା । ଶୁଭ୍ରାଲିନ ଏବେ ବାପା ଘରେ ରହି ଚିକିତ୍ସିତ ହେଉଛନ୍ତି । ଡାଇଲିସିସ୍ ପରେ ଟିକିଏ ଦେହ ଭଲ ହେଲା ବେଳକୁ ଶୁଭ୍ରାଲିନଙ୍କୁ ତାଙ୍କ ସ୍ଵାମୀ ବାପଘରେ ଛାଡ଼ି ଚାଲି ଯାଇଛନ୍ତି । ତେବେ ଶୁଭ୍ରାଲିନଙ୍କ ଅପରେସନ ପାଇଁ ଦରକାର ୧୫ରୁ ୨୦ ଲକ୍ଷ ଟଙ୍କା । ଯାହା ପରିବାର ପାଇଁ ବାଧକ ସାଜିଛି । ସେଥିପାଇଁ ସହାୟତା ଲୋଡୁଛନ୍ତି ଏବେ ଶୁଭ୍ରାଲିନଙ୍କ ବାପା ଓ ମାଆ ।

Leave a Reply

Your email address will not be published. Required fields are marked *