ଏହି ରାଶିର ଲୋକମାନେ ହେବେ ଧନବାନ, ଘରକୁ ଆସିବ ଗଦା ଗଦା ଟଙ୍କା।

ଆଜି ହେବ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣ ଭାରତର ସବୁ ସ୍ଥାନରେ ମଧ୍ୟ ରାତିରେ ଦୃଶ୍ୟମାନ ହେବ। ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା, ଦକ୍ଷିଣ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ।ତେବେ ଏହି ଚନ୍ଦ୍ରଗ୍ରହଣ ହେଉଛି ଚଳିତ ବର୍ଷର ଦ୍ୱିତୀୟ ବା ଅନ୍ତିମ ଚନ୍ଦ୍ରଗ୍ରହଣ ଭାବରେ ସୌର ମଣ୍ଡଳରେ ସଂଗଠିତ ହେବ। ଦୀର୍ଘ ୧୬୦୦ ବର୍ଷ ପରେ ପଡୁଛି ଏଭଳି କିଛି ଅଦ୍ଭୁତ ଗ୍ରହଣ। ତେବେ କଣ ଆପଣ ଜାଣିଛନ୍ତି କି ଏହି ଚନ୍ଦ୍ରଗ୍ରହଣ କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ।

ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ କେଉଁ ରାଶିର ଲୋକଙ୍କୁ କରିଦେଵ ଧନୀ। ହଁ ଆଜ୍ଞା ସୂର୍ଯ୍ୟପରାଗ ସାଧାରଣତଃ ଅମାବାସ୍ୟା ତିଥିରେ ଆଉ ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ତିଥିରେ ପଡିଥାଏ। ଏହି ଗ୍ରହଣ ଲାଗୁଥିବା ସମୟରେ ତୁଳା ରାଶି ରେବତୀ ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହି ଚନ୍ଦ୍ରଗ୍ରହଣ ତୁଳା ରାଶିରେ ସଂଗଠିତ ହେବ। ଯାହା ଫଳରେ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଚନ୍ଦ୍ରଗ୍ରହଣର ଅନେକ ପ୍ରଭାବ ପଡ଼ିବାକୁ ଯାଉଛି।ଚନ୍ଦ୍ରଗ୍ରହଣ ସାଧାରଣତଃ ସବୁ ରାଶି ଉପରେ ଶୁଭ ଅଶୁଭର ପ୍ରଭାବ ପକାଇଥାଏ। ତେବେ ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏହି ୩ ରାଶି ପାଇଁ ହେବାକୁ ଯାଉଛି ଅତ୍ୟନ୍ତ ଶୁଭ। ତେବେ ଆସନ୍ତୁ ଜାଣିବା କୋଣ ସେହି ରାଶି।

ମେଶ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କର ଧନ ଲାଭ ହେବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟରେ ମଧ୍ୟ ଲାଭ ଯୋଗ ରହିଛି। ଭାଇକୁ ଭଉଣୀର ସହଯୋଗ ମିଳିପାରେ। ସାହସ ଏବଂ ପରାକ୍ରମରେ ବୃଦ୍ଧି ହେବ। ମାନ ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବାକୁ ସୁଯୋଗ ମିଳିବ। କାର୍ଯ୍ୟରେ ସଫଳତା ଏବଂ ଭାଗ୍ୟରେ ସାଥ ମିଳିବ। ଚାକିରୀ ଏବଂ ବ୍ୟବସାୟ ପାଇଁ ଶୁଭ ସମୟ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ଲାଭ ହେବ। ଏଥିସହିତ ପରିବାରରେ ଅଚାନକ ଶୁଭ ସମାଚାର ଶୁଣିବାକୁ ମିଳିବ।

ମିଥୁନ ରାଶି:- ଏହି ରାଶିର ବ୍ୟକ୍ତିଙ୍କର ଚାକିରୀ ଏବଂ ବ୍ୟବସାୟ ପାଇଁ ଏହା ଶୁଭ ସମୟ ଅଟେ। ମାନ ସମ୍ମାନ ମିଳିବ। କାର୍ଯ୍ୟରେ ସଫଳତା ମିଳିବା ସହିତ ଦାମ୍ପତ୍ୟ ଜୀବନରେ ସୁଖମୟ ହେବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିବାର ଯୋଗ ରହିଛି। ପ୍ରମୋସନ କିମ୍ବା ଆର୍ଥିକ ଲାଭର ଯୋଗ ରହିଛି। ଏହି ସମୟରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ବହୁତ ଲାଭଦାୟକ।

ଧନୁ ରାଶି:- ବର୍ଷର ଶେଷ ଚନ୍ଦ୍ରଗ୍ରହଣରେ ଏହି ରାଶିର ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କରେ ମଧୁରତା ଆସିବ। ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ଖବର ଆସିପାରେ। ଆତ୍ମବିଶ୍ବାସ ବଢିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧନ ଲାଭ ହେବ ଯେଉଁ କାରଣରୁ ଆର୍ଥିକ ସ୍ଥିତି ମଜବୁତ ହେବ। ସମାଜରେ ମାନ ସମ୍ମାନ ସହିତ ପଦ ମର୍ଯ୍ୟାଦା ମିଳିବ।ହଁ ଆଜ୍ଞା ଚଳିତ ଚନ୍ଦ୍ରଗ୍ରହଣ ଏହିସବୁ ରାଶି ପାଇଁ ବେଶ ଲାଭଦାୟକ ସାବ୍ୟସ୍ତ ହେବ।

Leave a Reply

Your email address will not be published. Required fields are marked *