ଡିସେମ୍ବରରେ କଳିଯୁଗ ଶେଷ, ଯିବ ୧୦୦ କୋଟି ଜୀବନ…

ସରି ସରି ଯାଉଛି ୨୦୨୩ ଆସୁଛି ୨୦୨୪। ୨୦୨୩ ଡ଼ିସେମ୍ବରରେ ହେବାକୁ ଯାଉଛି ମହା ଅଘଟଣ। ବାରମାସ ପରିବର୍ତ୍ତେ ହେବ ତେରମାସ। ଧରା ପୃଷ୍ଠରେ ପ୍ରକଟ ହେବେ କଳକୀ ଅବତାର ।କେତେବେଳେ ମାଡିଆସୁଛି ଅଚାନକ କାଳବୈଶାଖୀ ଆଉ ସବୁକିଛି ଆଖି ପିଚୁଳାକେ ନଷ୍ଟ ହେଉଛି। ଆଉ ଯଦି ଦେଖିବା ଋତୁଚକ୍ରରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇସାରିଛି। ଆଗକୁ ଖାଲି ସୂଚନା, ସମ୍ପର୍କ, ସଚେତନତା । ହଁ, ଆଜ୍ଞା ସରୁଛି ୨୦୨୩ ଆରମ୍ଭ ହେବ ୨୦୨୪ ଘଟିବ ମହା ଅଘଟଣ ଆଉ ବଦଳିଯିବ ବାରମାସ। ବାରମାସ ପରିବର୍ତ୍ତେ ହେବ ତେରମାସ । ଆଉ ଠିକ୍ ସେହିସମୟରେ ହେବ କଳିଯୁଗର ଅନ୍ତ।

ଆକାଶରୁ ଖସିବ ଅଗ୍ନି ବର୍ଷା ,ମହା ସମୁଦ୍ରରେ ଖେଳିବ ଓଲଟା ଲହରୀ ଆଉ ଶୁଖିଯିବ ନଦୀ, ହ୍ରଦ, ସମୁଦ୍ର। ପାଣି ପାଇଁ ସମସ୍ତେ ଘୁରି ବୁଲିବେ ଭୂମି ହୋଇଯିବ ଟାଙ୍ଗରା। ଆଉ ପାଣି ଟୋପେ ପାଇଁ ଅନେକ ଜୀବନ ଯିବ। ଆଉ ସବୁଠି ପଡ଼ି ରହିଥିବ ମଲା ଶରୀର। ଏହି ସବୁଦିନ ଖୁବ୍ ନିକଟରେ।

୨୦୨୪ ମସିହା ମୀନ ଶନି ଠାରୁ ଆରମ୍ଭ ହେବ ଏହି ସବୁ ଅଘଟଣ ତାହା ୨୦୨୪ ମସିହାରୁ ଆରମ୍ଭ ହୋଇ ୨୦୨୭ ମସିହା ପର୍ଯ୍ୟନ୍ତ ଘଟିବାକୁ ଯାଉଛି। ଖାଲି ସେତିକି ନୁହେଁ ବଦଳିଯିବ ଧରାପୃଷ୍ଠର ବାତାବରଣ , ପ୍ରକୃତି ହେବ ଅଶାନ୍ତ। ଏମିତି ଅନେକ କିଛି ଖରାପ ହେବାକୁ ଯାଉଛି। ଆଗାମୀ ଡ଼ିସେମ୍ବର ହେବାକୁ ଯାଉଛି ଅଭିଶପ୍ତ ମାସ।

କୁହାଯାଇଛିକି ବୈଶାଖ ଶୁକ୍ଳ ଅଷ୍ଟମୀ ଅର୍ଥାତ୍ ଗୁରୁବାର ଦିନ କଳିଯୁଗର ଶେଷ ହେବ। କିନ୍ତୁ ଏଠିପ୍ରଶ୍ନ ଉଠୁଛି ଏହା କେତେ ସତ ଏଠି କହିବାକୁ ଚାହିଁବୁ ଏହି ଅଘଟଣମାନ ଖୁବ୍ ନିକଟତମ । ଆଉ ଏହା କୌଣସି ମିଥ୍ୟା ନୁହେଁ , ଏସବୁ ଆମ ମନଗଢ଼ା କାହାଣୀ ନୁହେଁ ଏସବୁ କହି ଆମେ କାହାକୁ ଭୟଭୀତ କରୁନାହୁଁ ବରଂ ମାଳିକାରେ ବର୍ଣ୍ଣିତ କଥାକୁ ଆପଣଙ୍କ ସାମ୍ନାରେ ଆମେ ରଖୁଛୁ। ଯାହାଦ୍ଵାରା ସମସ୍ତେ ସତର୍କ ହୋଇଯାଆନ୍ତୁ । ଏବେବି ସମୟ ରହିଛି କୁକର୍ମକୁ ଛାଡ଼ି ସୁକର୍ମରେ ଆଗେଇ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରିବା। ହୁଏତ ଭଗବାନ୍ ରକ୍ଷା କରିଦେବେ।

Leave a Reply

Your email address will not be published. Required fields are marked *