ଆମେ ଦୁଇ ଜଣ ଭାବିଛୁ ସେଟେଲ ହେବା ପରେ ପିଲା ପାଇଁ ପ୍ଳାନିଙ୍ଗ କରିବୁ.. ।

ବନ୍ଧୁଗଣ ଲକ୍-ଡାଉନର ପ୍ରଥମ ଲହର ସମୟରେ ଲୋକେ ପ୍ରାୟ ବାହାରକୁ ଯାଉ ନଥିଲେ । ଆଉ ସେହି ସମୟରେ ସୋସିଆଲ ମିଡ଼ିଆରେ ଟିକଟକ୍ ଅଧିକ ପ୍ରଚଳିତ ଥିଲା । ଆଉ ସେହି ସମୟରୁ ହିଁ ଆରମ୍ଭ ହୋଇଥିଲା ଆର୍ୟନ ଏବଂ ରଶ୍ମିଙ୍କ ପ୍ରେମ । ଆଉ ମାତ୍ର କେଇଟା ମାସ ପରେ ହିଁ ଦୁହେଁ ବିବାହ କରିଥିଲେ ଏବଂ ଜନ୍ମ ଜନ୍ମାନ୍ତରର ସାଥି ହୋଇ ଯାଇଥିଲେ । ଆଉ ବର୍ତ୍ତମାନ ଗଣ ମାଧ୍ୟମରେ ନିଜର ଲୋଭ୍ ଷ୍ଟୋରିକୁ ନେଇ କିଛି ଏଭଳି କହିଛନ୍ତି ଆର୍ୟନ ଏବଂ ରଶ୍ମି । ତେବେ ଯେତେବେଳେ ଆର୍ୟନ ଏବଂ ରଶ୍ମିଙ୍କୁ ବିବାହ ପରର ଜୀବନ ବିଷୟରେ ପଚରା ଯାଇଥିଲା ସେତେବେଳେ ସେମାନେ କହିଛନ୍ତି ଯେ ୨ ବର୍ଷ ତଳେ ଯେମିତି ଥିଲା ଏବେବି ଠିକ ସେମିତି ହିଁ ଅଛି ।

ରଶ୍ମି ରାଗିଲେ ସେ କେମିତି ମନାନ୍ତି ବୋଲି ପ୍ରଶ୍ନରେ ଆର୍ୟନ କହିଥିଲେ ଯେ ଗୋଟିଏ ହଗ୍ ଓ କିସ ହିଁ ଯଥେଷ୍ଟ ହୋଇଥାଏ । ନିକଟରେ କଣ ବାପା ମା ହେବାକୁ କିଛି ଭାବିଛନ୍ତି କି ବୋଲି ପ୍ରଶ୍ନରେ ରଶ୍ମି କହିଥିଲେ ଯେ ଆଗକୁ ଭାବିବା । ଏବେ ପର୍ଯ୍ୟନ୍ତ ପ୍ଲାନିଂ ତୋ କିଛି ହେଇନି । ତାପରେ ଆର୍ୟନ୍ ଦୋହରାଇ ଥିଲେ ଯେ ଏବେ ଆମର ଷ୍ଟ୍ରଗଲ ଚାଲିଛି । ତେଣୁ ଯେତେ ପର୍ୟ୍ୟନ୍ତ ଆମେ ସେଟେଲ୍ ନହେଇଛୁ ସେତେ ପର୍ୟ୍ୟନ୍ତ ପ୍ଳାନିଂ କରିବୁନି ।

ଏହାପରେ ଆର୍ୟନ୍ କହିଥିଲେ ଯେ ଯଦି ଆପଣ ଲଭ କରୁଛନ୍ତି ଆଉ ଲଭ୍ ରେ ଧୋକା ଖାଉଛନ୍ତି କେବେ ହେଲେ ଚେଷ୍ଟା କରନ୍ତୁ ନାହିଁ ଯେ ଆମେ ଜୀବନ ହାରିଦେବୁ । କାରଣ ତୁମେ ଯେତିକି ବଡ଼ ହେଲଣି ବାପା ମା କେତେ କଷ୍ଟରେ ତୁମକୁ ବଢ଼ାଇଥିବେ । ତୁମେ ଯଦି ଗୋଟେ ଝିଅ ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେବ ତେବେ ତାଠାରୁ ବଡ଼ ଲଜ୍ୟାଜନକ କଥା ଆଉକିଛି ନାହିଁ । ଝିଅ ଯଦି ଜଣେ ଗଲା ଆଉଜଣେ ମିଳିବ ।

ତୁମେ ଲାଇଫରେ ଭଲରେ ରହିପାରିବ । ତେଣୁ କେବେହେଲେ ହାର ମାନିବେନି । ଆଉ ଶେଷରେ ଗୋଟେ କଥା କହିବି ଝିଅ ହେଉ କିମ୍ଵା ପୁଅ ହେଉ ପଇସାକୁ ଦେଖିକି ଲଭ୍ କରିବେନି ପ୍ଲିଜ୍ । ଆଉ ସବୁବେଳେ ଚେଷ୍ଟା କରିବା ଲଭ୍ କଲେ ଫ୍ୟାମିଲିକୁ ସାଙ୍ଗରେ ନେଇ ଚାଲିବା ଆଉ ବାହାଘର ପାଇଁ ମନେଇବା । ଶେଷରେ ରଶ୍ମିଙ୍କ ପାଇଁ ଗୋଟେ ଗୀତ ଗାଇବାକୁ କୁହାଯିବାରୁ ଆର୍ଯ୍ୟନ କହିଥିଲେ ଗୋଟାଏ ଗୀତ ମୋର ସବୁଠୁ ପ୍ରିୟ ଆଉ ଭଲଲାଗେ। ସେ ଗୀତଟି ହେଉଛି “ଜନମ ଜନମ ପାଇଁ, ଚାଲୁଥିବି ସାଥୀ ହୋଇ.. ତୁ ମୋର ହୃଦୟର ଫେରା ଅତିଥି, ତୁ ମୋ ଜୀବନ ସାଥୀ..” । ନିକଟରେ ଏକ ସାକ୍ଷାତକାର ସମୟରେ ଟିକଟକରୁ ଭଲ ପାଇବା ଓ ଲକ୍ ଡାଉନ ସମୟରେ ବାହାଘର ଏହି ଭଳି ଭାବରେ ସୁନ୍ଦର ଅନୁଭୂତି ବିଷୟରେ ସେୟାର କରିଛନ୍ତି ଆରି୍ୟାନ ଓ ରଶ୍ମି ।

Leave a Reply

Your email address will not be published. Required fields are marked *