କୁମ୍ଭୀର ପାଇଁ ବନବିଭାଗ ନଦୀରେ ଫୋପା-ଡିଲା କୁକୁଡ଼ା, ଦେଶୀ କୁକୁଡ଼ା ଦେଖି ଖାଇବାକୁ ଦୌଡ଼ି ଆସିଲା କୁମ୍ଭୀର।:-

ଗାଁ ଲୋକ ଫୋନ କରି ବାର୍ ବାର୍ ଡାକିଲେ। ଆମେ ନଦୀରେ କୁମ୍ଭୀର ଦେଖିଛୁ ଶୀଘ୍ର ଆସ। ଆଉ ଦଉଡି ଆସିଲା ବନବିଭାଗ। ଆଉ ବନବିଭାଗ ଆସି ବୁଦ୍ଧି ପ୍ରୟୋଗ କରି ଗୋଟେ ଦେଶୀ କୁକୁଡ଼ା ଧରିକି ଆଣିଲେ। ଆଉ ତାର ଗୋଡ ବାନ୍ଧି ପାଣିରେ ପକାଇଦେଲେ।

ଏହାପରେ କୁମ୍ଭୀରକୁ ଜଗିକି ବସିଲେ। ତେବେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଦେଇ ଯାଇଥିବା ଏକ ନଈରେ ଏପରି କୁମ୍ଭୀର ଆ-ତଙ୍କ ଖେଳାଉଛି ବୋଲି ଲୋକେ ଅଭି-ଯୋଗ କରିଥିଲେ। ତେବେ ଗତ 5 ଦିନ ତଳେ ନଈର ଆଡ଼ି ବନ୍ଧରେ କୁମ୍ଭୀରକୁ ଦେଖିବାକୁ ପାଇଥିଲେ ଲୋକେ।

ଆଉ ସେହିଦିନ ଠାରୁ ଡରିକି ଥିଲେ। ଆଉ ଯେତେବେଳେ ବନ ବିଭାଗ ଆସିଥିଲେ। ସେମାନେ କୁକୁଡ଼ା ପକାଇ କୁମ୍ଭୀରକୁ ଧରିବାକୁ ଚେଷ୍ଟା କରିଥିଲେ। କୁମ୍ଭୀରକୁ ଧରିବା ପାଇଁ ବନବିଭାଗ ଜା-ଲ ମଧ୍ୟ ଆଣିଥିଲା।

ଆଉ ମାଇକ ସାହାଯ୍ୟରେ ଗାଁରେ ପ୍ରଚାର କରିଥିଲା ଯେ କେହି ବି ପାଣିକୁ ଯାଆନ୍ତୁ ନାହିଁ। ତେବେ କୁମ୍ଭୀରକୁ ବନ ବିଭାଗ ଧରିଲା ନା ନାହିଁ ତାର କୌଣସି ସୂଚନା ନାହିଁ।କିନ୍ତୁ ଭିଡ଼ିଓ ଦେଖି ଏହା ଜଣା ପଡୁଛି ଯେ କୁମ୍ଭୀର ସେହି ନଈରେ ଉପସ୍ଥିତ ଅଛି।

Leave a Reply

Your email address will not be published. Required fields are marked *