“ସେ ତା ବାପାଙ୍କ ଫିଲ୍ମ ଦେଖିବାକୁ ଆସିଥିଲା, ହେଲେ ସ୍ପିକର ପାଇଁ ସେ ପ୍ୟାନିକ କରିଗଲା” : ଅମ୍ଲାନଙ୍କ ସ୍ତ୍ରୀ।

ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର । ଗତକାଲି ଅର୍ଥାତ୍ ଜୁନ୍ ୨୯ରେ ରିଲିଜ୍ ହୋଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ । ପ୍ରଥମ ଥର ପାଇଁ ପରଦାକୁ ଏକାଠି ଆସିଛନ୍ତି ଅମ୍ଳାନ ଓ ଏଲିନା । ଏହି ଫିଲ୍ମରେ ପ୍ରେମ ରୋମାଞ୍ଚକୁ ନେଇ ହୋଇଛି ନୂଆ ପରୀକ୍ଷା । ଯେଉଁଥିରେ ହ୍ୟାଣ୍ଡସମ୍ ଅମ୍ଳାନ ଓ ଚୁଲବୁଲି ନାୟିକା ଏଲିନାଙ୍କୁ ଏକାଠି ଦେଖିବେ ଦର୍ଶକ । ଏଥିରେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ତେବେ ଏହି ଫିଲ୍ମର ପ୍ରଯୋଜିକା ହେଉଛନ୍ତି ଝିଲିକ୍ ଭଟାଚ୍ଚାର୍ଯ୍ୟ।

ଜୁନ୍ ୨୯ରେ ଅର୍ଥାତ୍ ଗତକାଲି ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏହି ଚଳଚ୍ଚିତ୍ର । ପ୍ରେମ ହେଇଯାଏ କେଉଁଠି, କେମିତି, କେତେବେଳେ! ପୁଅ ଓ ଝିଅର ପରିବାରର ଆଭିଜାତ୍ୟ ଭିତରେ ରହିଛି ଆକାଶ-ପାତାଳ ପ୍ରଭେଦ । ଜଣେ ଗରିବ ପୁଅକୁ ଭଲ ପାଇଛି ଜଣେ ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । ଏହା ଏକ ନିଆରା ପ୍ରେମ କାହାଣୀର ନିଛକ ଛବି । ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଅମ୍ଳାନଙ୍କ ‘ପ୍ରିୟେ ତୁ ମୋ ସିଏ’ ଫିଲ୍ମ ।

ତେବେ ଗତକାଲି ମୁକ୍ତିଲାଭ କରିଥିବା ଫିଲ୍ମକୁ ପ୍ରେକ୍ଷାଳୟକୁ ଦେଖିବାକୁ ଆସିଥିଲେ ଅମ୍ଳାନଙ୍କ ପତ୍ନୀ ଏବଂ ତାଙ୍କ କୁନି ଝିଅ । ଆଉ ଏହି ଅବସରରେ ଅମ୍ଳାନଙ୍କ ପତ୍ନୀ ମିଡ଼ିଆ ସାମ୍ନାରେ ନିଜର ମନ୍ତବ୍ୟ ଦେଇ କହିଥିଲେ ଯେ, “ବହୁତ୍ ଭଲ ଲାଗିଲା ଫିଲ୍ମଟା । ଏଇଟା ଫାଷ୍ଟ ଟାଇମ୍ ଝିଅ ଇକି ତା ବାପାଙ୍କ ଫିଲ୍ମ୍ ଦେଖିବାକୁ ଆସିଥିଲା । କିନ୍ତୁ ସ୍ପିକର ଏତେ ସାଉଣ୍ଡ ଯୋଗୁଁ ସେ ଟିକେ ପାନିକ୍ ହୋଇଗଲା । କିନ୍ତୁ ଫିଲ୍ମ ଟା ବହୁତ୍ ବଢ଼ିଆ ଥିଲା । ଆଉ ଆମେ ପୁଣିଥରେ ଯିବୁ ଭଲ ସେ ମିଶିକି ସିନେ ପଲିସ୍ ରେ ଦେଖିକି ଆସିବୁ ।

ମୋତେ ବହୁତ୍ ଭଲ ଲାଗିଲା ଫିଲ୍ମ ଟା । ଟ୍ରେଲର ଦେଖିକି ମୁଁ ଏତେ ଏକ୍ସାଇଟେଡ ଥିଲି ଯେ ଭାବିଲି ଯେ ଝିଅକୁ ନେଇକି ଆସିଯିବି ଦେଖିବି । ନାଇଁ ୟା ପୂର୍ବରୁ ସେ ତା ବାପାଙ୍କ ‘ଗୋଲାପି ଗୋଲାପି ଟୁ’ ଦେଖିବାକୁ ଯାଇଥିଲା । ଏଇଟା ତାର ସେକେଣ୍ଡ” । ତାପରେ ଆମ୍ଲାନଙ୍କ ଫିଲ୍ମରେ ଲୁକ୍ ଟା ଭଲ ଲାଗୁଛି କି ନାହିଁ ପଚାରିବାରୁ ଅମ୍ଳାନଙ୍କ ସ୍ତ୍ରୀ ଉତ୍ତର ଦେଇଥିଲେ, ହଁ ସବୁ ଭଲ ଅଛି । ଆଉ ଲୁଙ୍ଗି ତ ତାଙ୍କର ଫେଭରାଇଟ୍ । ଏମିତିରେ ତାଙ୍କୁ ବହୁତ୍ ପସନ୍ଦ ଆଉ ସେହି ଲୁକ୍ ଟା ଭି ତାଙ୍କୁ ବହୁତ୍ ଯାଚୁଛି” ।

Leave a Reply

Your email address will not be published. Required fields are marked *