“ମୋ ଧୋ-କା ପାଇବାର କାହାଣୀ ଉପରେ ଗୋଟିଏ ମ୍ୟୁଜିକ ଭିଡ଼ିଓ କରିଛି, ଯେଉଁ ଝିଅ ଥରେ ଛାଡିଛି ସେ ପୁଣି ଥରେ ନିଶ୍ଚୟ ଛାଡିବ।”ଅଙ୍କିତ।:-

ଆପଣମାନେ ଓଡ଼ିଆ ଧାରାବାହିକ ହିରୋ ଅଙ୍କିତଙ୍କୁ ତ ନିଶ୍ଚୟ ଜାଣିଥିବେ। ଯିଏ ନିଜ ଅଭିନୟ ଜରିଆରେ ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି। ଲୋକମାନେ ତାଙ୍କୁ ବହୁୟ ପସନ୍ଦ କରନ୍ତି। ସେ ଅନେକ ଓଡ଼ିଆ ଧାରାବାହିକରେ ଅଭିନୟ କରିଛନ୍ତି। ଖାସ କରି ସେ ” ମୋ ଅଗଣାର ତୁଳସୀ ତୁ” ଧାରାବାହିକରେ ଅଧିକ ପରିଚିତ ହୋଇଥିଲେ।

ତେବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ମିଡିଆ ଆଗରେ କିଛି କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,” ଲୋକମାନେ ମୋ ଅଭିନୟ କାରଣରୁ ମତେ ବହୁତ ଭଲ ପାଆନ୍ତି। ଆଜି ମୁଁ ମୋ ଟାଲେଣ୍ଟ କାରଣରୁ କାରଣରୁ ଏହି ସ୍ଥାନରେ ପହଁଞ୍ଚିଛି।ଏବେ ମୁଁ ଫିଲ୍ମ କରିବାକୁ ଯାଉଛି। ରିଲିଜ ହେବା ସମୟରେ ମୁଁ ନିଜେ ଫିଲ୍ମ ବିଷୟରେ ପ୍ରକାଶ କରିବି।

ମୁଁ ଅନେକ ଧରାବାହିକ ସହ କିଛିଟା ମ୍ୟୁଜିକ ଭିଡ଼ିଓ ମଧ୍ୟ କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁଁ ମୋ ଜୀବନର ପ୍ରେମ କାହାଣୀକୁ ନେଇ ମଧ୍ୟ ମ୍ୟୁଜିକ ଭିଡ଼ିଓ ତିଆରି କରିଛି। ମୁଁ ମଧ୍ୟ ପ୍ରେମ କରିଥିଲି ଆଉ ପ୍ରେମରେ ଧୋ-କ୍କା ମଧ୍ୟ ପାଇଛି।

ଅନେକ ଲୋକଙ୍କୁ ପ୍ରେମକୁ ନେଇ ଉପଦେଶ ମଧ୍ୟ ଦେଇଛି। ମୋର ଯେତେବେଳେ ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥିଲା ସେତେବେଳେ ମତେ ମୋର ସାଙ୍ଗମାନେ ଅନେକ ପ୍ରଶ୍ନ ପଚାରିଥିଲେ କିନ୍ତୁ ମୁଁ କାହାକୁ କିଛି କହିନଥିଲି। ଆଉ ମତେ ଯିଏ ଯେତେବେଳେ ଦୁଃଖ କଥା କୁହନ୍ତି ମୁଁ ତାଙ୍କୁ ଉପଦେଶ ଦିଏ। ଆଉ ମୋ ଉପଦେଶ ସତ ମଧ୍ୟ ହୁଏ।

ମୋ ଜଣେ ସାଙ୍ଗର ପ୍ରେମିକା ମଧ୍ୟ ତାକୁ ଛାଡି ଚାଲିଗଲା ଆଉ ସେଥିପାଇଁ ସେ ବହୁତ ଭାଙ୍ଗି ଯାଇଥିଲା। ମତେ ଯେତେବେଳ ସେ ସବୁ କଥା କହିଲା ମୁଁ ତାକୁ ଉପଦେଶ ଦେଲି ଯେ ତୁ କୌଣସି ଆକ୍ସନ ଜମା ନବୁନି। ଆଉ ଯେତେବେଳ ସେ ପୁଣି ଆସିବ ତାକୁ ମନା କରିଦେବୁ।

ପ୍ରାୟ 15 ଦିନ ଚୁପ ହେଇଯା। ସେ ଝିଅ ପୁଣିଥରେ ତୋ ପାଖକୁ ଆସିବ। ଆଉ ପରେ ତାହା ହିଁ ହେଲା ସେ ଝିଅ 15 ଦିନ ପରେ ପୁଣି ଫୋନ କରି ତାକୁ କହିଲା ଯେ ମୁଁ ଆଉ ଥରେ ରିଲେସନରେ ଆସିବାକୁ ଚାହୁଁଛି। ତାପରେ ମୋ ସାଙ୍ଗ ତାକୁ ସିଧାସଳଖ ମନା କରିଦେଲା। କାରଣ ଯେଉଁ ଝିଅ ଥରେ ଛାଡି ଦେଇଛି ସେ ଦ୍ଵିତୀୟ ଥର ଛାଡିବାକୁ ସଂକୋଚ କରିବ ନାହିଁ।”

Leave a Reply

Your email address will not be published. Required fields are marked *