ରଥଯାତ୍ରାରେ ଆମ ଘରର ଝିଅ ବୋହୂ ମାନେ ଏସବୁ କରନ୍ତିନି…

ବିଶ୍ଵର ସବୁଠାରୁ ବଡ଼ ପର୍ବ ରଥଯାତ୍ରା ଏବେ ଚାଲୁଅଛି ଆଉ ଚତୁର୍ଦ୍ଧାମୂର୍ତ୍ତି ଏବେ ମାଉସୀଙ୍କ ଘରୁ ଫେରି ଶ୍ରୀମନ୍ଦିର ଆଗରେ ରହିଛନ୍ତି। ସମସ୍ତ ଦଇତାପତି ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥାଆନ୍ତି,ହେଲେ ଏହା ମଧ୍ୟରେ ସେମାନଙ୍କ ଘରେ ଚାଲିଥାଏ ଅନେକ ପ୍ରକାରର ନୀତିନିୟମ।ରଥଯାତ୍ରା ସମୟରେ ଓଡ଼ିଶାରେ ଏକ ଅଲଗା ପ୍ରକାରର ଖୁସି ଦେଖିବାକୁ ମିଳିଥାଏ ଲୋକଙ୍କ ମଧ୍ୟରେ ହେଲେ ଏହି ସମୟରେ ମହାପ୍ରଭୁଙ୍କ‌ ସେବା କରୁଥିବା ଦଇତାପତିଙ୍କ ଘରେ ଥିବା ଝିଅ ବୋହୂ ମାନେ ଅନେକ ପ୍ରକାରର ନୀତିନିୟମ ସବୁ ତାଙ୍କ ଘରେ ପାଳନ କରି ଥାଆନ୍ତି।

ରଥଯାତ୍ରାର ମାସେ ପୂର୍ବରୁ ସେମାନଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥାଏ, ଘରକୁ ଭଲ ଭାବରେ ସଫା କରିବା ସହ ଘର ଗୁଡ଼ିକୁ ପୁନର୍ବାର ରଙ୍ଗ ମଧ୍ୟ ଦିଆ ଯାଇଥାଏ। ରଥଯାତ୍ରା ସମୟରେ ଦଇତାପତିଙ୍କ ଘରର ଝିଅ,ବୋହୂ ମାନେ ସକାଳୁ ଜଲ୍ଦି ଉଠି ଘରର ନୀତି କର୍ମ ସବୁ ସାରି ଦେଇ ଥାଆନ୍ତି ଆଉ ଏହି ସମୟରେ କାହାକୁ ତାଙ୍କ ରୋଷେଇ ଘର ଭିତରକୁ ପସିବାକୁ ଦିଆ ଯାଇନଥାଏ କି ପାଣି ଗ୍ଲାସ୍ ଟିଏ ବି ଛୁଇଁବାକୁ ଦିଆଯାଇ ନଥାଏ,ଏପରିକି ତାଙ୍କ ଘରର ବାହାହେବା ଝିଅଙ୍କୁ ମଧ୍ୟ ରୋଷେଇଘର ଭିତରକୁ ଆସିବାକୁ ଦିଆଯାଇନଥାଏ। ଦଇତାପତି ମାନେ ପିନ୍ଧୁଥିବା ଲୁଗାପଟା ଆଦିକୁ ତାଙ୍କ ଘରର ଲୋକମାନେ ବି ସଫା କରି ନଥାନ୍ତି ଧୋବା କୁ ସଫା କରିବାକୁ ଦେଇଥାଆନ୍ତି ସେହି ବସ୍ତ୍ରକୁ ହିଁ ସେମାନେ ପିନ୍ଧି କରି ମହାପ୍ରଭୁଙ୍କ ପାଖକୁ ଯାଇଥାଆନ୍ତି।

ଦେଉଳରେ ଯେଉଁ ପରିବା ଡ଼ାଲି ଆଦି ରୋଷେଇ ହୁଏ ତାଙ୍କ ଘରେ ମଧ୍ୟ ସେଇ ପରିବା ଏବଂ ଡ଼ାଲି ରେ ଘରେ ରୋଷେଇ ହୁଏ ଅନ୍ୟ କିଛି ପରିବା କିମ୍ବା ଆଉ କିଛି ଜିନିଷ ଘରକୁ ଆସି ନଥାଏ। ରୋଷେଇ ସରିବା ପରେ ପ୍ରଥମେ ତାକୁ ଠାକୁରଙ୍କ ନିକଟରେ ଭୋଗ ଲଗାଯାଇଥାଏ ଏବଂ ଏହାପରେ ପୁରୁଷ ଲୋକମାନେ ଖାଇଥାଆନ୍ତି ଏବଂ ତାପରେ ହିଁ ଯାଇ ସ୍ତ୍ରୀ ଲୋକ କିମ୍ବା ଅନ୍ୟ ଲୋକମାନେ ଖାଇଥାଆନ୍ତି। ସ୍ନାନପୂର୍ଣ୍ଣମୀ ଆଇଦିନ ଦଇତାପତିଙ୍କ ଘରର ଲୋକମାନେ ନଖ କାଟି ଥାଆନ୍ତି ଏବଂ ଏହାପରେ ତାଙ୍କ ଘରର ପାଣି ଟାଙ୍କିକୁ ସମ୍ପୂର୍ଣ୍ଣ ଖାଲି କରାଯାଏ ଏବଂ ତାହାକୁ ସଫା କରି ସେଥିରେ ପବିତ୍ର ପାଣି ପକାଯାଇଥାଏ।

ତା’ପରେ ମଟର ଚଲାଇ ଟାଙ୍କିରେ ପାଣି ରଖାଯାଇଥାଏ। ରୋଷେଇ ଘରକୁ କେବଳ ପାଟ କିମ୍ବା ମଠା ବସ୍ତ୍ର ପିନ୍ଧି ହିଁ ଯାଇ ପାରିବେ ନହେଲେ ଆଉ ଅନ୍ୟ କିଛି ବସ୍ତ୍ର ପିନ୍ଧି ତା ଭିତରକୁ ଦଇତାପତିଙ୍କ ଘରର ଲୋକ ମଧ୍ୟ ଯାଇପାରିବେ ନାହିଁ। ତାଙ୍କ ଘରର ଝିଅ ବୋହୂ ମାନେ ଆଗରୁ ରଥ ଦେଖିବାକୁ ଯାଇ ପାରୁ ନଥିଲେ ରାତି ଅଧରେ ଯାଇ ଠାକୁରଙ୍କୁ ଦର୍ଶନ କରି ଫେରୁଥିଲେ। ରଥଯାତ୍ରା ସମୟରେ ଏହିପରି ଅନେକ ନୀତିନିୟମ ସବୁ ଦଇତାପତିଙ୍କ ଘରେ ପାଳନ କରାଯାଏ, ସାଧାରଣ ଦିନ ପରି ସେମାନେ ରଥଯାତ୍ରାରେ ରହି ନଥାଆନ୍ତି ଅନେକ ନୀତିନିୟମ ଭିତରେ ସେମାନେ ରହି ଥାଆନ୍ତି।

Leave a Reply

Your email address will not be published. Required fields are marked *