ମୁମ୍ବାଇରେ ଯାଇ ସେ କଣ କରୁଛନ୍ତି ମାଆ ଗଙ୍ଗେଇ ଜାଣନ୍ତି, କଣ ଝକ ମରାଉଛନ୍ତି : ଚଣ୍ଡି ପରିଜା।:-

ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ‌ନେଇ ସୃଷ୍ଟି ହୋଇଥିବା ଝଡ଼ ଭୟଙ୍କର ରୂପ ନେବାକୁ ଯାଉଛି। ଏହି ପ୍ରସଙ୍ଗକୁ ନେଇ ଏବେ ଓଲିଉଡ୍‌ ଏକପ୍ରକାର ଦୁଇ ଫାଳ ହୋଇଯାଇଛି। କିଏ ପ୍ରଯୋଜକଙ୍କ ସପକ୍ଷରେ ବାହାରି ଅଭିନେତ୍ରୀଙ୍କୁ ଦାୟୀ କଲାଣି ତ, କିଏ ଅଭିଯୋଗ ଆଣିଥିବା ଅଭିନେତ୍ରୀଙ୍କୁ ସମର୍ଥନ ଦେଲାଣି।

ସାମାଜିକ ଗଣମାଧ୍ୟମରେ ଉଭୟ ପକ୍ଷର ବୟାନବାଜି ସୀମା ଲଂଘିଲାଣି। ଓଲିଉଡ୍‌ର ରଜ ସିନେମାକୁ ନେଇ ଯେତିକି ଚର୍ଚ୍ଚା ହେଉନି, କାଷ୍ଟିଂ କାଉଚ୍‌କୁ ନେଇ ତାହା ଠାରୁ ଅଧିକ ଚର୍ଚ୍ଚା ହେଉଛି।ଗୋଟିଏ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରୁ କାଷ୍ଟିଂ କାଉଚ୍‌ ନେଇ ମେସେଜ୍‌ ଭାଇରାଲ୍‌ ହେବା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଗଣମାଧ୍ୟମରେ ମୁହଁ ଖୋଲିଥି‌ଲେ।

ସେଥିରେ ସେ ସିଧାସଳଖ ପ୍ରଯୋଜକ ଟୁଟୁ ନାୟକ ବିରୋଧରେ ବର୍ଷିଥିଲେ। ତାଙ୍କୁ ସମର୍ଥନ ଦେଇ ଅଭିନେତ୍ରୀ ଯସ୍ମିନ୍‌ ରଥ ମଧ୍ୟ ଟୁଟୁଙ୍କ ବିରୋଧରେ ବିଷ ଓଗାଳିଥିଲେ। ଏମିତିକି ଅନେକ ନବାଗତା ହ୍ବାଟସ୍‌ଆପ୍‌ରେ ମେସେଜ୍‌ କରି ତାଙ୍କୁ ସମର୍ଥନ ଦେଇଥିଲେ। ଟୁଟୁ ମଧ୍ୟ ଅଭିନେତ୍ରୀଙ୍କୁ ଟାର୍ଗେଟ୍‌ କରି ସେମାନଙ୍କ ଚରିତ୍ର ସଂହାର କରିବାକୁ ପଛାଇନଥିଲେ।

ପରେ ପରେ ଟୁଟୁଙ୍କ ସମର୍ଥନରେ କିଛି ପ୍ରଯୋଜକ, ନିର୍ଦେଶକ ଏବଂ ଅଭିନେତ୍ରୀ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ପ୍ରକୃତି ଏବଂ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ୍‌ କରିଥିଲେ। କଥା ଏତିକିରେ ଅଟକି ନାହିଁ, ଥାନା ପର୍ଯ୍ୟନ୍ତ ବଢ଼ିଛି। ପ୍ରକୃତି ମୁମ୍ବାଇରେ ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଏହାକୁ ନେଇ ଆଉ ଜଣେ ପ୍ରଯୋଜକ ମିଡିଆ ଆଗରେ କହିଛନ୍ତି ଯେ ,” ଇଏ ସବୁ କଣ ଚାଲୁଛି କିଛି ବୁଝା ପଡୁନି। ସେ ପ୍ରକୃତି କାହିଁକି ଏମିତି ହେଉଛି। ଏହା ପୂର୍ବରୁ ତ କେହି ଅଭିଯୋଗ କରିନଥିଲେ। ଆରେ ଆମ ବେଳେ କେତେ ସୁନ୍ଦର ସୁନ୍ଦର ଅଭିନେତ୍ରୀ ଥିଲେ। ସେମାନେ ନିଜ ଟାଲେଣ୍ଟ କାରଣରୁ ଆଜି ଏତେ ପ୍ରସିଦ୍ଧ ହୋଇଛନ୍ତି ଏପରି କାଷ୍ଟିଂକାଉଚ୍ ପରି ଜିନିଷ କିଛି ବି ନଥିଲା।

ଏହା ସବୁ ଲୋକ ଦେଖାଣି ଆଉ କିଛି ନୁହେଁ। ଏବେର ଯୁବପିଢି ହିଁ ଏପରି ଅଭିଯୋଗ ଆଣି ବିବାଦ ସୃଷ୍ଟି କରୁଛନ୍ତି। ଯାହାର ଟାଲେଣ୍ଟ ଅଛି ତାକୁ କେହି ବି ଅଟକାଇ ପାରିବେ ନାହିଁ। ଆଉ ଯାହାର ଟାଲେଣ୍ଟ ନାହିଁ ସେ କେବଳ ଏହିପରି ବିବାଦ ହିଁ ସୃଷ୍ଟି କରିବ। ପ୍ରକୃତି ଏବେ ମୁମ୍ବାଇରେ କଣ କରୁଛି ତାହା ମାଆ ଗଂଗେଇଙ୍କୁ ଜଣା।”

Leave a Reply

Your email address will not be published. Required fields are marked *