ମୁଁ ଉଦିତ ସହିତ ସୁନା କଣ୍ଢେଇ ଆଲବମ କରିଥିଲି, ସେ ରା-ଗ କଣ୍ଟ୍ରୋଲ କରି ନପାରି ଏମିତି କା-ଣ୍ଡ ଘଟାଇଛି” ଶୁଭମ୍ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଏପରି ଏକ ଜରିଆ ଯାହା ମାଧ୍ୟମରେ ଅନେକ ଲୋକ ପ୍ରତ୍ୟେକ ମୁହୂର୍ତ୍ତରେ ଭାଇରାଲ ହୋଇ ଯାଉଛନ୍ତି । ସୋସିଆଲ ମିଡ଼ିଆ ଆକାଉଣ୍ଟ ୟୁଟ୍ୟୁବରେ ଯିଏ ନାହିଁ ସିଏ ଭିଡିଓ ପୋଷ୍ଟ କରି ଦେଉଛନ୍ତି ଆଉ ନିଜକୁ ଜଣେ ଜଣେ ଷ୍ଟାର ବୋଲି ଭାବି ଦେଉଛନ୍ତି । ତେବେ ଏପରି ଜଣେ ଷ୍ଟାର ହେଉଛନ୍ତି ଅନ-ଟ୍ୟାଲେଣ୍ଟେଡ ଗାୟ । ଯିଏ ୟୁଟ୍ୟୁବରେ ଖରାପ ଭାଷାରେ ଗା-ଳି ଗୁ-ଲଜ କରି ବେଶ୍ ପ୍ରସିଦ୍ଧ । ଆଉ ସୋସିଆଲ ମିଡିଆରେ ତାଙ୍କୁ ଅନେକ ଲୋକଙ୍କ ଭଲ ପାଇବା ମଧ୍ୟ ମିଳିଥାଏ ।

କିଛି ଲୋକେ ତାଙ୍କୁ ବହୁତ ଭଲ ପାଉଥିବା ବେଳେ ଆଉ କିଛି ଲୋକ ତାଙ୍କ ଖରାପ ଭାଷା ଶୁଣି ତାଙ୍କୁ ନାପସନ୍ଦ କରିଥାନ୍ତି । ତେବେ ସୋସିଆଲ ମିଡ଼ିଆର ସେହି ଷ୍ଟାରଙ୍କ ନାମରେ ବର୍ତ୍ତମାନ ସମୟରେ ଆସିଛି ଏକ ସାଙ୍ଘା-ତିକ ଅଭି-ଯୋଗ । ବାଲେଶ୍ବରର ଦୁଇ ଜଣ ଯୁବକଙ୍କୁ ଗୁ-ଳି ମା-ଡ଼ କରିବା ସହିତ ତାଙ୍କୁ ଛୁ-ରୀ ମାଧ୍ୟମରେ ଆକ୍ର-ମଣ କରି କୁଆଡେ ଫେ-ରାର ହୋଇ ଯାଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଗୁରୁ-ତର ଅବସ୍ଥାରେ ସେହି ଦୁଇ ଜଣ ଯୁବକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

ଏହାରି ମଧ୍ୟରେ ଉଦିତ ସହିତ ସୁନା କଣ୍ଢେଇ ଆଲବମର ଡିରେକ୍ସନ୍ ଦେଇଥିବା ଶୁଭମ୍ ଏକ ସାକ୍ଷାତକାର ଦେଇ କହିଥିଲେ ଯେ, “ଅନ-ଟ୍ୟାଲେଣ୍ଟେଡ ଗାୟ ଓରଫ୍ ଉଦିତ ତାଙ୍କ ସହିତ ମୁଁ ପର୍ସନାଲି ଭଲ ଭାବରେ ଯୋଡ଼ିତ । କାହିଁକି ନା ମୁଁ ସେ ଅଭିନୟ କରିଥିବା ସୁନା କଣ୍ଢେଇ ଆଲବମରେ ଡିରେକ୍ସନ୍ ଦେଇଥିଲି ଯାହାକୁ ଓଡ଼ିଶା ସାରା ଲୋକ ବହୁତ୍ ଭଲ ପାଇବା ଦେଇଥିଲେ । ଯେତିକି ମୁଁ ଉଦିତକୁ ଜାଣିଛି ସେ କେମିତିକା ପିଲା କଣ ମୁଁ ସେ ବିଷୟରେ ଏତିକି କହିବି ମୁଁ ଯେତେବେଳେ ଶୁଣିଲି ନ୍ୟୁଜ୍ ଟାକୁ ମୋତେ ସତରେ ସକ୍ ଲାଗିଲା ।

ସତରେ କଣ ସେମିତିକା ପିଲା କଣ ଏମିତି କାମ କରିପାରିବ । ଗୋଟେ କଥା ହେଉଛି ମଣିଷ ରା-ଗରେ କିଛି ଭି କରି ଦେଇପାରେ । ତେଣୁ କୁହାଯାଏ କ୍ରୋ-ଧ ହେଉଛି ମଣିଷର ପରମ ଶ-ତ୍ରୁ । ଯେତେବେଳେ ଜଣେ ପବ୍ଲିକ ଫିଗର୍ ହେଇଯାଏ ସେତେବେଳେ ଅନେକ କିଛି ନିଜକୁ ସଂଜତ କରିବାକୁ ପଡ଼େ । କାରଣ ଯଦି କିଛି ଭୁଲ୍ କରୁଛି ତେବେ ଫ୍ୟାନ୍ସମାନେ ମଧ୍ୟ ସେଇଟାକୁ ଅନୁସରଣ କରିବେ । ତେଣୁ ଉଦିତ ଏଇଟା ଭୁଲ୍ କରିଛି ଯାହାକୁ ମୁଁ ବି-ରୋଧ କରିବି ନିହାତି ଭାବରେ । କିନ୍ତୁ ଶୁଣାଯାଉଛି ଉଦିତ ରା-ଗିକି ଏଭଳି କରିବା ପଛରେ ଜଣେ ଝିଅ ଅଛି । ମୁଁ କହିବି ସବୁ ବିଫ-ଳତା ପଛରେ ମଧ୍ୟ ଜଣେ ନାରୀର ହିଁ ହାତ ଥାଏ” ।

Leave a Reply

Your email address will not be published. Required fields are marked *