ବର୍ଷାରେ ଝରିଗଲା ଆଖିର ଲୁହ : ସହିଦ୍ ଦେବାଶିଷ ବିଶ୍ବାଳଙ୍କ ଦଶାହରେ ପରିବାରର ଦୁଃ-ଖ ସହି ପାରିଲାନି ପ୍ରକୃତି ମା’

ବନ୍ଧୁଗଣ ଆପଣମାନେ ନିଶ୍ଚୟ ଏହି ଦୁଃ-ଖଦ ଖବର ଜାଣିଥିବେ ଯେ ଗତ ୨୦ ତାରିଖ ଗୁରୁବାର ଅପରାହ୍ଣ ୩ଟା ସମୟରେ ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ଆତଙ୍କବାଦୀମାନେ ଏକ ସେନା ଟ୍ରକ୍ ଉପରେ ଆକ୍ର-ମଣ କରିଥିଲେ । ଆତ-ଙ୍କବାଦୀଙ୍କ ଗ୍ରେନେଡ ମାଡରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜ-ଳିଯାଇଥିବା କୁହାଯାଇଛି । ଯାହା ଫଳରେ ୫ ଯବାନ ସହିଦ ହୋଇ ଯାଇଥିଲେ । ଆଉ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ମଧ୍ୟ ଥିଲେ । ସେ ହେଉଛନ୍ତିି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ଅଳଗୁମା ଖଣ୍ଡାୟତ ସାହିର ପ୍ରତାପ ବିଶ୍ୱାଳ ଓ ମମତାଙ୍କ ପୁତ୍ର ଦେବାଶିଷ ବିଶ୍ୱାଳ ।

ଦେବାଶିଷ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ଏହି ନିକଟରେ ବିବାହ କରିଥିବା ବେଳେ ତାଙ୍କର ଏକ ୭ ମାସର କନ୍ୟା ସନ୍ତାନ ମଧ୍ୟ ଅଛି । ଆକ୍ର-ମଣ ପରେ ସେନା ମୁଖ୍ୟାଳୟରୁ ତାଙ୍କ ପରିବାରକୁ ଏହି ସୂଚନା ଦିଆଯାଇଥିଲା । ଆଉ ଖବର ମିଳିବା ପରେ ଭା-ଙ୍ଗି ପଡ଼ିଥିଲେ ସମ୍ପୂର୍ଣ ପରିବାର । ଗ୍ରାମରେ ଶୋକା-କୂଳ ପରିବେଶ ସୃଷ୍ଟି ହୋଇଥିଲା । ସହିଦ ଦେବାଶିଷ ବିଶ୍ଵାଳଙ୍କ ମୃ-ତ୍ୟୁ ଖବର ଯିଏ ଶୁଣୁଛନ୍ତି ସେ ଦୁଃ-ଖ ପ୍ରକାଶ କରୁଛନ୍ତି ।

ତେବେ ବନ୍ଧୁଗଣ ଆଜି ଥିଲା ସହିଦ ଦେବାଶିଷ ବିଶ୍ଵାଳଙ୍କ ଦଶାହ । ଆଉ ତାଙ୍କ ଦଶାହରେ ପ୍ରକୃତି ମଧ୍ୟ ସହି ପାରିନି । ମାଟିର ଦେହରେ ଆକାଶରୁ ଲୁ-ହ ଖସି ପଡୁଛି । ଆଜି ଗାଆଁ ମାଟି ଲୁ-ହରେ ଯେମିତି ଭିଜିବାକୁ ଚାହୁଁଛି । ଆଜ୍ଞା ହଁ ବନ୍ଧୁଗଣ ଆଜି ଦେବାଶିଷଙ୍କ ଦଶାହ କର୍ମ ଚାଲିଥିବା ବେଳେ ଆକାଶରେ ଘନେଇ ଆସିଥିଲା କଳା ବାଦଲ । ଆଉ ବର୍ଷୁଥିବା ବୁନ୍ଦା ବୁନ୍ଦା ପାଣିରେ ଭିଜି ଯାଇଥିଲା ଗାଆଁ ମାଟି । ଲାଗୁଥିଲା ଯେମିତି ଆକାଶ କା-ନ୍ଦୁଛି ଆଉ ସେହି ଲୁ-ହରେ ଭିଜି ଯାଉଥିଲା ଦେବାଶିଷଙ୍କ ଗାଁ ମାଟି ।

ଆପଣମାନେ ଦେଖିଥିବେ ସହିଦ୍ ଦେବାଶିଷଙ୍କ ମ-ର ଶରୀର ଯେତେବେଳେ ଗାଆଁକୁ ଆସିଥିଲା ସେତେବେଳେ କେମିତି ଗାଁରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ଦେବାଶିଷ ପିଲାଟି ଦିନରୁ ଯେମିତି ମାଟି ପାଇଁ ଶ-ପଥ ନେଇ ସାରିଥିଲେ ଯେପରି ମା ମାଟିକୁ ସୁର-କ୍ଷା ଦେବେ । ଆଉ ଯଦି ଜୀବନ ଯାଏ ତେବେ କେବଳ ଏହି ମାଟି ପାଇଁ ଜୀବନ ଯିବ । ଆଉ ଆଜକୁ ୧୦ ଦିନ ପୂରିଗଲା ଦେବାଶିଷଙ୍କ ସହିଦ୍ ହେବାର । ଆଉ ଆଜି ଦେବାଶିଷଙ୍କ ସାନ ଭାଇ ସବୁ ଦ-ଶାହ କର୍ମ କରିଥିଲେ । ଆଉ ଆଜି ଦଶାହରେ ଦେବାଶିଷଙ୍କୁ ବାପା, ମା, ଭାଇ, ସ୍ତ୍ରୀ ପାରିବାର ଜନଙ୍କ ସମେତ ପ୍ରକୃତି ମଧ୍ୟ ଝୁରି ହେଉଛି ।

Leave a Reply

Your email address will not be published. Required fields are marked *