୨୪୮ ଜଣ ଯାତ୍ରୀଙ୍କୁ ନେଇ ରାତିରେ LONDONରୁ ଉଡାଣ ଭରିଥିବା ବିମାନ ସହ ଯାହା ହେଲା ତାହା ଏବେ ଇତିହାସ

ବନ୍ଧୁଗଣ, ସୂଚନା ଅନୁଯାୟୀ ୧୯୮୨ ମସିହା ଜୁନ ୨୪ ତାରିଖ ଲଣ୍ଡନର ହେଟ୍ରୋ ବିମାନ ବନ୍ଦର ୭୪୭ର ଏକ ବିମାନ ବ୍ରିଟିଶ ଏୟାରୱେ ଫ୍ଲାଇଟ ୯ ମୁମ୍ବାଇ ରାସ୍ତା ଦେଇ ଅଷ୍ଟ୍ରେଲିଆ ଅଭିମୁଖେ ଉଡାଣ ଭରିଥିଲା । ୨୪୮ ଜଣ ଯାତ୍ରୀ ଏବଂ ୧୫ ଜଣ କ୍ରିଉ ମେମ୍ବରଙ୍କୁ ଧରି ବିମାନଟି ଆକାଶରେ ଉଡୁଥିଲା । ଏହି ବିମାନକୁ ଉଡାଉ ଥିଲେ ୩୨ ବର୍ଷିୟ ଫାଷ୍ଟ ଅଫିସର ରୋଜାର ଗ୍ରୀବ୍ସ ଏବଂ ୪୧ ବର୍ଷୀୟ କ୍ୟାପଟେନ ଏରିକ ହେମ୍ରେମୁଡିକ ।

ସନ୍ଧ୍ୟା ପରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ସମୁଦ୍ର ଉପର ଦେଇ ଭାରତୀୟ ସାମୁଦ୍ରିକ ସୀମା ଆଡକୁ ଆସୁଥିଲା । ରାତି ୮.୪୦ ସୁଦ୍ଧା ଏହା ଚାକରତାର ଛୋଟ ଛୋଟ ଦୀପାଞ୍ଚଳ ଉପର ଦେଇ ଉଡୁଥିଲା ।କ୍ୟାପଟେନ ରାତ୍ରି ଭୋଜନ ସାରି ୱାସରୁମ ଯାଇଥିଲେ ଏତିକି ବେଳେ ଗୋଟିଏ କୋଣରୁ ଧୂଆଁ ବାହାରୁଥିବା ଦେଖିଥିଲେ କ୍ୟାପଟେନ ମୁଡିନ । ଏହା ଦେଖି ସେ ତୁରନ୍ତ ବିମାନର କଟପିକ ଆଡକୁ ଚାଲିଗଲେ ।

ଏହା ପରେ ସେ ଯାହା ଦେଖିଥିଲେ ସେଥିରେ ତାଙ୍କ ହୋସ ଉଡିଗଲା ଭଳି ଲାଗିଥିଲା । ବିମାନର ୱିଣ୍ଡୋ ସ୍କ୍ରିନରେ ଉଜ୍ଵଳ ଆଲୋକ ଚମକୁଥିଲା । ତୁଫାନୀ ବାଦଲରେ ପ୍ରବେଶ କରିଲେ ମଧ୍ୟ ଏତେ ଉଜ୍ଵଳ ଆଲୋକ ଦେଖିବାକୁ ମିଳିବ ନାହିଁ ।ତୁରନ୍ତ ସେ ୱେଦର ରାଡ଼ାରକୁ ଦେଖିଥିଲେ । ମାତ୍ର ସେଥିରେ ସବୁକିଛି ନର୍ମାଲ ଥିଲା । ମାଇଲ ମାଇଲ ଦୂର ପର୍ଯ୍ୟନ୍ତ କୌଣସି ବାଦଲ ଦିଶୁ ନଥିଲା । ପାଗ ବିଲକୁଲ ସଫା ଥିଲେ ମଧ୍ୟ ବିମାନଟି ସଂପୂର୍ଣ୍ଣ ଭାବରେ ଚମକୁ ଥିଲା ।

ପାଇଲଟ ମାନେ ପୂର୍ବରୁ କେବେ ଏଭଳି ଦୃଶ୍ୟ ଦେଖୁ ନଥିଲେ । ବିମାନର ଇଞ୍ଜିନ ମଧ୍ୟ ଚମକୁ ଥିଲା । ଧୀରେ ଧୀରେ ଧୂଆଁ ଭର୍ତ୍ତି ହେଉଥିଲା ପାଖାପାଖି ୪ ମିନିଟ ଏଭଳି ହିଁ ବିତିଗଲା । ସେତେବେଳେ ଜଣା ପଡିଥିଲା ଯେ ଇଞ୍ଜିନ ନମ୍ବର ୪ ଫେଲ ହୋଇ ସାରିଛି । ଏହାକୁ ଦେଖି ଯାତ୍ରୀ ମାନେ ମଧ୍ୟ ମୃ-ତ୍ୟୁ ଆଶଙ୍କାରେ ଭୟଭୀତ ହୋଇଯାଇଥିଲେ ।

ଯାତ୍ରୀ ମାନଙ୍କ ଉଦେଶ୍ୟରେ କ୍ୟାପଟେନ ଏକ ଘୋଷଣା କରିଥିଲେ ଏବଂ ସେ କହିଥିଲେ ଯେ ବିମାନର ସମସ୍ତ ଇଞ୍ଜିନ ଫେଲ ହୋଇସାରିଛି । ସମସ୍ତେ ଧର୍ଯ୍ୟ ଧରନ୍ତୁ । ୧୩ ହଜାର ଫୁଟ ବେଗରେ ଗତିଶୀଳ ଥିଲା ବିମାନ ଏବଂ ୩୭ ହଜାର ଫୁଟ ଉଚ୍ଚରେ ବିମାନଟି ଉଡୁଥିଲା । ମାତ୍ର କୌଣସି ଅଦୃଶ୍ୟ ଆତ୍ମାର ପ୍ରଭାବରେ ବୋଧ ହୁଏ ଟଳି ଯାଇଥିଲା ଏହି ବିପଦ । ଅନେକ ପ୍ରଶ୍ନକୁ ନେଇ ଯାଞ୍ଚ ହୋଇଥିଲା ଆଉ ଟିମ ଯେଉଁ ଆଶ୍ଚର୍ଯ୍ୟ ଜନକ ତଥ୍ୟ ପାଇଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ ।

Leave a Reply

Your email address will not be published. Required fields are marked *