ମୁଁ ଘରର ଫାଇନାନ୍ସ ଓ ହୋମ ମିନିଷ୍ଟର…….

ଭାରତୀୟ ସଂସ୍କୃତି ପ୍ରେମରେ ବନ୍ଧା ହେଇଛି।ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସ ବାସ କରନ୍ତି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲକାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।

ଆମେ କହୁଚୁ ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ରଙ୍କ କଥା।ଓଡ଼ିଆ ସିନେମା ଜଗତରେ ସିଦ୍ଧାନ୍ତ ମହାପାତ୍ର ଏବଂ ମାମା ମିଶ୍ରଙ୍କୁ କିଏ ବା ନଜାଣେ।ମାମା ମିଶ୍ର କହିଛନ୍ତି ଫିଲ୍ମ ଲାଇନରେ କେବେବି ଟାଇମ ଠିକ୍ ନଥାଏ।ସକାଳେ ଘରୁ ବାହାରିଲେ କେତେବେଳେ ଘରେ ପହଁଚିବୁ ଠିକ୍ ଠିକଣା ରୁହେନି।ସେ କହିଛନ୍ତି ନିଜ ଇଛାରେ ସେ ଫିଲ୍ମ୍ ଲାଇନ୍ ଛାଡିଛନ୍ତି ବୋଲି କହିଛନ୍ତି।ସେ କାହା ବଧ୍ୟରେ ଫିଲ୍ମ ଲାଇନ୍ ଛାଡ଼ିନାହାନ୍ତି ବୋଲି କହିଛନ୍ତି।

ସେ ତାଙ୍କ ସ୍ଵାମୀ ସିଦ୍ଧାନ୍ତ ମହାପାତ୍ରଙ୍କୁ ବହୁତ୍ ଭଲପାଆନ୍ତି କହିଛନ୍ତି।ସିଦ୍ଧାନ୍ତ ସବୁ ପଇସା ଆଣି ତାଙ୍କୁ ଦିଅନ୍ତି ବୋଲି କହିଛନ୍ତି ଏବଂ ଦରକାର ବେଳେ ମାଗିକି ନିଅନ୍ତି ବୋଲି କହିଛନ୍ତି।ମାମା ମିଶ୍ର କହିଛନ୍ତି ସେ ଘରର ଫାଇନାନ୍ସ ମିନିଷ୍ଟର ଏବଂ ହୋମମିନିଷ୍ଟର ବୋଲି କହିଛନ୍ତି।ସେ କହିଛନ୍ତି ସେ କେବେବି ସିଦ୍ଧାନ୍ତଙ୍କୁ ବେଶୀ ରାତିରେ ଫେରିଲେ ରାଗନ୍ତିନି କି ପଚାରନ୍ତି ନାହିଁ ବୋଲି କହିଛନ୍ତି।ସେ ନିଜ ଇଛାରେ ଗୃହିଣୀ ହେଇଛନ୍ତି ବୋଲି କହିଛନ୍ତି।

ତାଙ୍କୁ ପରିସ୍ଥିତି ବାଧ୍ୟ କରିନାହିଁ କି କେହିବି ତାଙ୍କୁ କିଛିବି କହିନାହାନ୍ତି ସେ ତାଙ୍କ ନିଜ ଇଛାରେ ଗୃହିଣୀ ହେଇଛନ୍ତି ବୋଲି କହିଛନ୍ତି।ସେ ତାଙ୍କ ପରିବାରର କୁ ଆଗେ ଦେଖନ୍ତି,ସେମାନଙ୍କ ସୁଖ ସୁବିଧା ପାଇଁ ସେ ଫିଲ୍ମ ଲାଇନ୍ ଛାଡିଛନ୍ତି ବୋଲି କହିଛନ୍ତି।ସେ ସୁଟିଂ ପାଇଁ ଗଲେ ସେମାନଙ୍କ ସୁବିଧା ଅସୁବିଧା ଠିକ୍ ଭାବରେ ବୁଝି ପାରିବେନି ବୋଲି କହିଛନ୍ତି।ତ ଘରେ ରହିଲେ ସେ ସେସବୁ ଠିକ୍ ଭାବରେ କରିପାରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *