ମୋ ମନ ପୁରା ଦୁଃଖ, ଆଜି ମୋ ପରୀକ୍ଷା ଥିଲା ହେଲେ ମୋତେ କିଛି ଆସିଲାନି

ସୋସିଆଲ ମିଡ଼ିଆ ଆଜିକା ଦିନରେ ଯେତିକି ଭଲ ସେତିକ ଖରାପ ।କେଉଁ ଲୋକ ଏହି ସୋସିଆଲ ମିଡିଆରେ ଭଲ ରାସ୍ତାରେ ବ୍ୟବହାର କରୁଛି ତ କିଆ ତାକୁ ଖରାପ୍ ରାସ୍ତାରେ ବ୍ୟବହାର କରୁଛି। କିଛି ଲୋକ ସୋସିଆଲ ମିଡ଼ିଆକୁ ମୋନରଞ୍ଜନର ମାଧ୍ୟମ କହୁଥିଲା ବେଳେ ବହୁତ୍ ଲୋକ ସୋସିଆଲ ମିଡ଼ିଆରୁ ବହୁତ୍ କିଛି ତାଙ୍କ ଉପାର୍ଜନ କରିପାରୁଛନ୍ତି।

କେଉଁ ଲୋକ କିଛି ପୋଷ୍ଟ କରି କି ତା କେଉଁ ଲୋକ କିଛି ଭିଡିଓ କରୀକି ବେଶ୍ କିଛି ଟଙ୍କା ଇନକମ୍ କରିପାରୁଛନ୍ତି। ଆଜି କାଲିର ଯୁବପିଢି ସୋସିଆଲ ମିଡ଼ିଆକୁ ଗୋଟେ ଭଲ ଉପାର୍ଜନ ମାଧ୍ୟମ ବୋଲି ବିବେଚିତ କରୁଛନ୍ତି।ବର୍ତମାନ ସମୟର ଲୋକମାନେ ସିଆ ପୁଅ ହଉ କିମ୍ବା ଝିଅ ହେଉ ସେମାନେ ସବୁବେଳେ ସୋସିଆଲ ମିଡିଆରେ ରେ ସକ୍ରିୟ ରହିଥିବା ଦେଖିବାକୁ ମିଳୁଛି।

କାରଣ ସେମାନେ ଏବେ ଅନେକ ପ୍ରକାର ଭିଡ଼ିଓ ଏବଂ ସର୍ଟ ଭିଡ଼ିଓ କରି ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ଏବଂ ଏହାକୁ ଲୋକମାନେ ଯେତେବେଳେ ଦେଖୁଛନ୍ତି ସେମାନେ ତାହାକୁ ପସନ୍ଦ କରିବାରେ ଲାଗୁଛନ୍ତି ଯାହାପାଇଁ ସେମାନେ ଅନେକରୁ ଅନେକ ଭିଡ଼ିଓ କରିବାରେ ଲାଗୁଛନ୍ତି ।ଆପଣମାନେ ଜାଣିଥିବେ ପୂର୍ବରୁ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ପ୍ରଭାବିତ କରୁଥିବା ଭିଡ଼ିଓ ଯେଉଁଥିରେ ଜଣେ ଛୋଟ ପିଲା Instagramରେ vlog କରି ପୋଷ୍ଟ କରୁଛନ୍ତି ଏବଂ ଏବେ ତାହାକୁ ବର୍ତ୍ତମାନ ସୋସିଆଲ ମିଡିଆରେ ସକ୍ରିୟ ଥିବା ଲୋକମାନେ ବହୁଳ ମାତ୍ରାରେ ଦେଖିବା ସହ ବହୁଳ ମାତ୍ରାରେ ଭଲ ପାଇବା ମଧ୍ୟ ଦେଉଛନ୍ତି।

ଯାହା ପାଇଁ ସେହି ପିଲାଟି ବହୁତ କମ୍ ସମୟରେ ଲୋକଙ୍କ ପାଖରେ ପରିଚିତ ହୋଇପାରିଛି।ସେହି ପିଲାଟି ହେଉଛି ଅଶୋକ ଯିଏ କିଛି ଦିନ ପୂର୍ବରୁ ନିଜ ପରୀକ୍ଷା ବିଷୟରେ ବ୍ଲଗ୍ କରି instagramରେ ପୋଷ୍ଟ କରିଥିଲେ ଯାହା ପାଇଁ ତାଙ୍କୁ ଅନେକ ଲାଇକ ମିଳିବ ସହ ଅନେକ ଖରାପ କମେଣ୍ଟ ମଧ୍ୟ ମିଳିଛି।

ତାଙ୍କୁ ମିଡିଆ ଆଗରେ କହିଛନ୍ତି ଯେ ସେ କରିଥିବା ବ୍ଲଗକୁ ଲୋକମାନେ ଅଧିକ ପସନ୍ଦ କରିଥିବାରୁ ଏବଂ ବହୁଳ ମାତ୍ରାରେ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ୍ ଜଣାଇଛନ୍ତି। ତାଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଥିବା ରାଜା ଭାଇଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ପାଖରେ ସେ ସବୁଦିନ ଋଣି ହୋଇରହିବେ ଏବଂ ତାଙ୍କ ପାଇଁ ଅଶୋକ ମନରେ ଭଲ ପାଇବା ରହିବ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ସେ ପରୀକ୍ଷା ଦେବା ପାଇଁ ଯାଇଥିବା ବେଳେ ସେହି ସମୟର ଦୃଶ୍ୟକୁ ସେ ବ୍ଲଗ୍ କରିଥିଲେ ଏବଂ ସେ ତାହାକୁ କହିଥିଲେ ଯେ ସେ ଯେତେବେଳେ ପରୀକ୍ଷା ଦେଉଥିଲେ ସେତେବେଳେ ସେ ତାଙ୍କ ସାଙ୍ଗ ମାନଙ୍କୁ ଉତ୍ତର ପଚାରିଥିଲେ।କିନ୍ତୁ ତାଙ୍କୁ କେହି ସାହାଯ୍ୟ କରିନଥିଲେ ଏବଂ କହିଥିଲେ ଯେ ତୁ ପାଠ ପଢୁନୁ,ଆମେ କାହିଁକି ତତେ କହିବୁ।

ଅଶୋକଙ୍କୁ ଗଣିତ ବହୁତ କଷ୍ଟ ଲାଗେ ଏବଂ ତାଙ୍କର କମ୍ପ୍ୟୁଟର ଭଲ ହୁଏ ସେଥିପାଇଁ ତାଙ୍କ ସାଙ୍ଗ ଯେତେବେଳ ତାଙ୍କୁ କମ୍ପ୍ୟୁଟର ବିଷୟରେ ପଚାରିଥିଲେ ସେତେବେଳେ ସେ ତାଙ୍କୁ ମନ କରିଥିଲେ। ସେ କହିଛନ୍ତି ଯେଉଁ ମାନେ ମୋ ଭିଡିଓ ଦେଖି ଖରାପ comment ଦେଉଛ ,ମୁ ପାଠ ପଢୁଛି, ଟ୍ୟୁ ସନ୍ ମଧ୍ୟ ଯାଉଛି ତମେ ମାନେ କାହିଁକି ମତେ ଏମିତି ଖରାପ comment ଦେଉଛ।

Leave a Reply

Your email address will not be published. Required fields are marked *