ସ୍ୱାମୀ ଦିନେଶଙ୍କ ବିନା ପୁଅର ଜନ୍ମ ଦିନ ପାଳିଲେ ଦୀପିକା, ଜନ୍ମଦିନର ଭିଡ଼ିଓ ହେଲା ଭାଇରାଲ

ପିଲାଟିଏ ଜନ୍ମ ହେଲେ ପ୍ରତ୍ୟକ ମାଆ ବାପାଙ୍କ ପାଇଁ ଏହା ଖୁସି ଖବର ହୋଇଥାଏ। କିନ୍ତୁ ସବୁ ପିଲାଙ୍କ ଭାଗ୍ୟରେ ସେଭଳି ଖୁସି ନଥାଏ। କିଛି ପିଲା ଜନ୍ମ ହେଉ ହେଉ ମାଆ ବାପା ମ-ରିଯାନ୍ତି। ଆଉ କିଛି ପିଲା ଜନ୍ମ ହେଉ ହେଉ ବାପା-ମାଆ ପିଲାଟିକୁ ଛାଡିଦିଅନ୍ତି।

ତେବେ ଏହିପରି ଏକ ଦୁଃ-ଖ ଘ-ଟଣା ଦେଖିବାକୁ ମିଳିଛି ଦୀପିକାଙ୍କ ମାମଲାରେ।ଦୀର୍ଘ ଦିନ ଧରି ଧାରଣାରେ ବସିଥିବା ବହୁ ଚର୍ଚ୍ଚିତ ଦୀପିକାଙ୍କ ଆଜି ଆଉ ଏକ ଘ-ଟଣା ସାମ୍ନାକୁ ଆସିଛି। ପୁଅକୁ ବାପାର ଅଧିକାର ଦେବାକୁ ଦୀର୍ଘଦିନ ଲ-ଢ଼ୁଥିବା ଦୀପିକା ଆଜି ମଧ୍ୟ ଧାରଣାରେ ବସିଛନ୍ତି।

ଏପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ନା ସ୍ତ୍ରୀର ମାନ୍ୟତା ମିଳୁଛି ନା ତାଙ୍କ ପୁଅକୁ ବାପାର ଅଧିକାର।ଏପରିକି ଦୀପିକା ତାଙ୍କ ପୁଅ ଜନ୍ମଦିନ ଦୀନେଶଙ୍କ ବିନା ପାଳନ କରିଛନ୍ତି। ଦୀପିକାଙ୍କ ପୁଅକୁ 2 ବର୍ଷ ପୁରିଛି। ଦୀପିକାଙ୍କ ପରିବାରରେ ସମସ୍ତେ ରହି ପୁଅର ଜନ୍ମଦିନ ପାଳନ କରୁଛନ୍ତି।

କେକ ମଧ୍ୟ କାଟୁଛନ୍ତି। କିନ୍ତୁ ପୁଅଟି ନିଜ ବାପାର ପରିଚୟ ମାଗୁଛି। ସମୟ ଦିନକୁ ଦିନ ଗଡି ଚାଲିଛି। ଦୀପିକାଙ୍କ ଧାରଣକୁ ଏପର୍ଯ୍ୟନ୍ତ 153 ଦିନ ହୋଇଗଲାଣି। କେତେ ଦିନ ଏହିପରି ଦୀପିକା ବସିରହିବେ ବୋଲି ତାଙ୍କ ଘରଲୋକ ପ୍ରଶ୍ନ କରୁଛନ୍ତି। କେବେ ଏହାର ସମାଧାନ ହେବ।

ତେବେ ଦୀପିକାଙ୍କ ଘଟ-ଣା କିଛି ଏପରି ହୋଇଥିଲା ଯେ ଦିନେଶଙ୍କ ଘର ଆଗରେ ଦୀପିକା ସ୍ତ୍ରୀର ଅଧିକାର ଏବଂ ପୁଅକୁ ବାପର ପରିଚୟ ଦେବା ପାଇଁ ଏପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଧାରଣାରେ ବସିଥିବାବେଳେ ଦୀପିକାଙ୍କୁ ବାରମ୍ବାର ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ତଥାପି ଆଜି ପର୍ଯ୍ୟନ୍ତ ନିଜ ଅଧକାର ପାଇଁ ଲ-ଢ଼ି ଚାଲିଛନ୍ତି।

Leave a Reply

Your email address will not be published. Required fields are marked *