ନିଜ କ୍ୟାରିଅରକୁ କିପରି ଗଢିଲେ ସେ ବିଷୟରେ ମିଡିଆ ଆଗରେ ପ୍ରକାଶ କଲେ ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତି ମିଶ୍ର

ପୁରୁଣା ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ କିଏ ବା ନଜାଣେ। ସେତେବେଳର ଅଭିନେତ୍ରୀ ଯେପରିକି ଉଷସି ମିଶ୍ର, ଅର୍ଚ୍ଚନା ବାନାର୍ଜୀଙ୍କ ପରି ଜ୍ୟୋତି ମଧ୍ୟ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି। ନିଜର ଅଭିନୟ , ନାଚ ଏବଂ ଗୀତ ମାଧ୍ୟମରେ ସେ ଲୋକଙ୍କ ମନକୁ ଏପରି ଜିତିଛନ୍ତି ଯେ ଆଜି ଯାଏଁ ମଧ୍ୟ ଲୋକମାନେ ତାଙ୍କୁ ମନେ ରଖିଛନ୍ତି।

ତେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ ମିଡିଆ ଆଗରେ ନିଜର କ୍ୟାରିଅର କୁ ନେଇ ଅନେକ କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ସେତେବେଳେ ମଡେଲିଙ୍ଗ କରିବାକୁ ବହୁତ ଇଛା ଥିଲା। ତାଙ୍କ ପାଖକୁ ବିଜ୍ଞାପନ ପାଇଁ ଅନେକ ଅଫର ଆସେ। ଏହି ଅଫର ଭିତରେ ସେ ଚେନ୍ନାଇକୁ ଯାଇ ଏକ ସୁନା ଗହଣାର ବିଜ୍ଞାପନ କରିଥିଲେ।

ବିଜ୍ଞାପନ ସରିବାର କିଛି ଦିନ ଭିତରେ ତାଙ୍କ ପାଖକୁ ସାଉଥ ଫିଲ୍ମରେ ହିରୋଇନ ହେବା ପାଇଁ ଅଫର ଆସିଲା ଏବଂ ଏହି ଫିଲ୍ମରେ ହିରୋ ହୋଇଥାନ୍ତେ ସୁପରଷ୍ଟାର ରବି ତେଜା। କିନ୍ତୁ ନିଜ ପାଠପଢ଼ାରେ ଅଧିକ ଧ୍ୟାନ ଦେବେ କହି ଜ୍ୟୋତି ଏହି ଅଫର ଗ୍ରହଣ କଲେ ନାହିଁ।

ତାପରେ ଧୀରେ ଧୀରେ ସମୟ ବିତିବା ସହ ତାଙ୍କ ପାଖକୁ ଏକ ଓଡ଼ିଆ ଫିଲ୍ମର ଅଫର ଆସିଲା। ଯେଉଁଥିରେ ସେ ଏକ ଛୋଟ କ୍ୟାରେକ୍ଟରରେ କାମ କରିଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ପାଖକୁ ବଡ ଫିଲ୍ମର ଅଫର ଆସିଲା। ଆଉ ସେହି ଫିଲ୍ମରେ ସେ ସମ୍ପୂର୍ଣ୍ଣ ହିରୋଇନ କ୍ୟାରେକ୍ଟରରେ ରହିଥାନ୍ତେ। ତେବେ ଜ୍ୟୋତି ମଧ୍ୟ ଏହି ଅଫରକୁ ଗ୍ରହଣ କରିଲେ।

ଏହାପରେ ତିଆରି ହେଲା ତାଙ୍କର ପ୍ରଥମ ଫିଲ୍ମ “ମନ ରହିଗଲା ତୁମରି ଠାରେ”। ତାପରେ ଧୀରେ ଧୀରେ ସେ ଅନେକ ଫିଲ୍ମ ଏବଂ ଆଲବମ କରିଥିଲେ। ଯାହା ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲା। ସେ ମିଡିଆ ଆଗରେ ନିଜ ବିବାହ ବିଷୟରେ କହିଛନ୍ତି ଯେ ସେ ଯେଉଁ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି ସେ ଅତ୍ୟନ୍ତ ଭଲ ମଣିଷ ଅଟନ୍ତି। ତାଙ୍କର ଏବେ ଏକ 16 ବର୍ଷର ପୁଅ ମଧ୍ୟ ଅଛି। ଯିଏକି ଏବେ +2 ରେ ପାଠ ପଢୁଛି। ସେ କହିଛନ୍ତି ଯେ ଏବେ ସେ ନିଜର ଅଭିନୟ କ୍ୟାରିଅରରୁ ବାହାରି ଯାଇଛନ୍ତି। ଏବେ ତାଙ୍କର ପୁଅ ହିଁ ତାଙ୍କ ପାଇଁ ସବୁକିଛି।

Leave a Reply

Your email address will not be published. Required fields are marked *