ପାଗଳ ହୋଇ ନଗ୍ନ ଅବସ୍ଥାରେ ଜଣେ ବ୍ୟକ୍ତି ବୁଲୁଥିବା ବେଳେ ହଠାତ ହୋଇଗଲା ସୁସ୍ଥ, ଲୋକ ଦେଖି କହିଲେ ଏହା ଭଗବାନଙ୍କର ଚମତ୍କାର।:-

ବାଲେଶ୍ୱର ଜିଲ୍ଲା ସିମିଳିଆ ବ୍ଲକ ଅନ୍ତର୍ଗତ ମଇତିପୁର ଗ୍ରାମରୁ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ସେହି ଅଂଚଳରେ ପାଗଳ ହୋଇ ବୁଲିଥିବା ଜଣେ ବ୍ୟକ୍ତି ମନ୍ଦିର ବାହାରେ ବସି ହଠାତ ହୋଇଗଲା ସୁସ୍ଥ। ଏହାପରେ ସେ ନିଜ ପରିବାର ଏବଂ ଘରର ଠିକଣା କହିବାକୁ ଲାଗିଲା। ସ୍ଥାନୀୟ ଲୋକମାନେ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ।

ତେବେ ସୂଚନା ଅନୁସାରେ ମଇତି ପୁର ଗ୍ରାମରେ ଜଣେ ବ୍ୟକ୍ତି ପାଗଳ ହୋଇ ନଗ୍ନ ଅବସ୍ଥାରେ ବୁଲୁଥିଲା। ବାଟରେ ଯାଉଥିବା ଲୋକଙ୍କୁ ଟେକାପଥର ଫୋପାଡିବା ସହ ଦୋକାନରୁ ବିସ୍କୁଟ ଚୋରି କରି ଖାଉଥିଲା। ତେବେ ଏଥିରେ ସ୍ଥାନୀୟ ଲୋକ ରାଗିଯାଇ ବ୍ୟକ୍ତିଟିକୁ ବହୁତ ଥର ମାରପିଟ ମଧ୍ୟ କରିଛନ୍ତି।

ତେବେ ଗାଁର କିଛି ଲୋକ ସେହି ବ୍ୟକ୍ତି ଉପରେ ଦୟା ଦେଖାଇ ତାକୁ ମନ୍ଦିର ପ୍ରାଙ୍ଗଣରେ ରହିବାକୁ ଦେଲେ। ବ୍ୟକ୍ତିଟିର ଖାଇବା ପିଇବା ବିଷୟରେ ବୁଝିବା ସହ ତାର ବହୁତ ସେବା ମଧ୍ୟ କରୁଥିଲେ। ତେବେ ଏହାରି ଭିତରେ ଥରେ ସେହି ବ୍ୟକ୍ତିଟି ହଠାତ ଶୋଇବା ଅବସ୍ଥାରୁ ଉଠିଯାଇ ସବୁକିଛି ମନେ ପକାଇବାକୁ ଲାଗିଲା।

ଏହାପରେ ଗାଁ ଲୋକଙ୍କୁ ଡାକି ନିଜର ନାମ ହେମବୋରା କହିବା ସହ ଘରର ଠିକଣା ଏବଂ ପରିବାର ସଦସ୍ୟ ବିଷୟରେ କହିଲା। ବ୍ୟକ୍ତିଟିର ହଠାତ ଏପରି ପରିବର୍ତ୍ତନ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଏହା ଭଗବାନଙ୍କର ଚମତ୍କାର ବୋଲି କହିଥିଲେ। ତେବେ ବ୍ୟକ୍ତିଟି କହିଛି ଯେ ସେ ଆସାମର ଗୋପାଳପୁର ଅଂଚଳର ବାସିନ୍ଦା।

ସେ ଏଠାକୁ କିପରି ଆସିଲା ତାହା ସେ ଜାଣିନାହିଁ। ଏହାପରେ ଯେତେବେଳେ ବ୍ୟକ୍ତିଟି ନିଜର ପୁଅର ଫୋନ ନମ୍ବର ଦେଲା ସେତେବେଳେ ଗାଁ ଲୋକମାନେ ସେହି ନମ୍ବରରେ ଫୋନ କରି ବ୍ୟକ୍ତିର ପୁଅ ସଂଗେ ଭିଡ଼ିଓ କଲରେ କଥା କରାଇଲେ।

ଏହାପରେ ଉଭୟ ପରସ୍ପରକୁ ନିଜ ସାମ୍ନାରେ ଦେଖି ଭାବୁକ ହୋଇଯାଇଥିଲେ। ତାପରେ ପୁଅ କହିଥିଲା ଯେ ସେ ନିଜ ପରିବାର ସହ ସୋମବାର ଦିନ ବାଲେଶ୍ୱରରେ ପହଁଞ୍ଚିବ। ତେବେ ଗାଁ ଲୋକମାନେ ମଧ୍ୟ ବ୍ୟକ୍ତିଟିକୁ ଠିକ ହୋଇଯିବାର ଦେଖି ବହୁତ ଖୁସି ହୋଇଥିଲେ।

Leave a Reply

Your email address will not be published. Required fields are marked *