ରାଣୀ ପଣ୍ଡାଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଏବେ ଅନୁଭବ ଦେଇଛନ୍ତି ନିଜର ପ୍ରତି-କ୍ରିୟା, କହିଲେ ରାଣୀ ଜଣେ ଭଲ ସ୍ତ୍ରୀ ହୋଇପାରିବେ।:-

ଅଭିନେତ୍ରୀ ରାନୀ ପଣ୍ଡାଙ୍କର ଯେଉଁ ଭିଡ଼ିଓ ଭାଇରାଲ ହୋଇଥିଲା ତାହା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ। ଯେଉଁଥିରେ ରାଣୀ ପଣ୍ଡା ସୁପରଷ୍ଟାର ଅନୁଭବଙ୍କୁ ବିବାହ କରିବେ ବୋଲି ଇଛା ପ୍ରକାଶ କରିଥିଲେ ଏବଂ ଜନ୍ମଦିନର ଶୁଭେତ୍ସା ଜଣାଇଥିଲେ।

ତେବେ ସେହି ଭିଡ଼ିଓ ଭାଇରାଲ ହେବା ପରେ ଏବେ ସେଥିରେ ପ୍ରତିକ୍ରିୟା ଦେଇଛନ୍ତି ଅନୁଭବ। ସେ କହିଛନ୍ତି ଯେ, “ମୁଁ ରାଣୀଙ୍କୁ ବହୁତ ସମ୍ମାନ କରେ। ବ୍ୟକ୍ତିଗତ ଭାବରେ ତାଙ୍କ ସହ ମିଶିବାର ସୁଯୋଗ ପାଇନି। ତେଣୁ ଏତେଟା ଯଦିଓ ତାଙ୍କ ବିଷୟରେ ଜାଣିନାହିଁ ତେବେ ଟିଭିରେ ଦେଖି ଏବଂ ଲୋକଙ୍କ ପାଖରୁ ଯେତିକି ତାଙ୍କ ବିଷୟରେ ଜାଣିଛି ସେ ଖୁବ୍ ଭଲ ଝିଅ।

ସେ ଖୁବ ସେବା ମନବୃତ୍ତି ରଖୁଥିବା ଝିଅ। ସେ ଯେତିକି ରୋଜଗାର କରନ୍ତି ସେଥିରୁ ଲୋକଙ୍କ ସେବା ପାଇଁ ଦାନ କରନ୍ତି। ତାଙ୍କୁ ମୁଁ ଖୁବ ସମ୍ମାନ କରେ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିବି ନୂତନ ବର୍ଷ ତାଙ୍କ ପାଇଁ ସୁଖମୟ ହେଉ। ସେ ବହୁତ ଭଲରେ ରୁହନ୍ତୁ। ସେ ଯାହାକୁ ବି ବାହା ହେବେ ଜୀବନରେ ଖୁବ ଭଲ ସ୍ତ୍ରୀ ହୋଇପାରିବେ।”

ତେବେ ଅନୁଭବଙ୍କର ଏହି ପ୍ରତିକ୍ରିୟାର ଭିଡ଼ିଓ ସ୍ୱୟଂ ରାଣୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଆଜି ଅନୁଭବଙ୍କ ଠାରୁ ରାନୀ ପଣ୍ଡା ନିଜର ଉତ୍ତର ପାଇଯାଇଛନ୍ତି। ଏହି ଭିଡ଼ିଓ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି ଯେ, ଲଭ୍ ୟୁ ଧନ।

ଅନୁଭବଙ୍କର ଏହି ଭିଡିଓଟି ଖୁବ କମ ସମୟ ଭିତରେ ଭାଇରାଲ୍ ହୋଇଯାଇଛି। ପ୍ରଶଂସକମାନେ ମଧ୍ୟ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ, “ଦିଦି ଆମ ଭାଇନା ଖୁବ ଭଲ। ସେ ତମକୁ ବିବାହ କଲେ ବହୁତ ଭଲ ପାଇବେ ଏବଂ ଭଲରେ ରଖିବେ।”

Leave a Reply

Your email address will not be published. Required fields are marked *