ମିଳିଲାଣି ସଂକେତ । ଆଗକୁ ମରିବେ ପୋକ ମାଛି ପରି ଲୋକେ । ଯାହାକି ବର୍ଣ୍ଣନା ବୋଇଛି ମାଳିକାରେ । କହିଲେ ଭବିଷ୍ୟତ ବକ୍ତା ଦିବାକର ଦାସ ।

ସାଧାରଣତଃ ବର୍ତ୍ତମାନ ସମୟର ଏହି ଅତ୍ୟାଧୁନିକ ସମାଜରେ ମନୁଷ୍ୟ ଆଧୁନିକତାର ବଶବର୍ତ୍ତୀ ହୋଇ ପୌରାଣିକ ତଥ୍ୟ ବା ଶାସ୍ତ୍ରଗତ ସୂଚନାକୁ ବିଶ୍ୱାସ ନକରି ଉପେକ୍ଷା କରିଥାଏ । ତେବେ ସାଧାରଣରେ ଏହାକୁ ଉପେକ୍ଷା କରିବା ବା ଅବିଶ୍ୱାସ କରିବା ଯଥାର୍ଥ ଅଟେ ।

ଆଜିର ଆଧୁନିକ ମଣିଷ ଅନେକାଂଶରେ ଏହି ମାଳିକା ବଚନକୁ ବିଶ୍ୱାସ କରୁନାହାନ୍ତି । କିନ୍ତୁ ମହାପୁରୁଷ ଅଚ୍ୟୁତାନନ୍ଦ ଯେଉଁ ୧ ଲକ୍ଷ ୮୫ ଖଣ୍ଡ ଉପନ୍ୟାସ ଓ ଗ୍ରନ୍ଥ ଲେଖି ଯାଇଛନ୍ତି । ସେହି ସମସ୍ତ ଗ୍ରନ୍ଥ ମଧ୍ୟରୁ ୩୧୮ ଖଣ୍ଡ ଗ୍ରନ୍ଥରେ କଳିଯୁଗକୁ ନେଇ କିଛି ବିଶେଷ ଭବିଷ୍ୟବାଣୀ ସେ କରିଛନ୍ତି ।ଯାହା ବର୍ତମାନ ସବୁ ସତ୍ୟ ହେବାରେ ଲାଗିଛି ଏବଂ ସେହି ଘଟଣାମାନ ସବୁ ଘଟି ଚାଲିଛି ।

ବନ୍ଧୁଗଣ ମାଳିକା ବର୍ଣ୍ଣନା ଦୀର୍ଘ ୬୦୦୦ ବର୍ଷ ପୂର୍ବେ ଲେଖା ହୋଇଥିଲେ ମଧ୍ୟ ଏହାର ଅନେକ ପ୍ରମାଣ ଆମେ ଏବେ ପାଉଛୁ । ଏହା ସତ ଯେ ମାଳିକା ବର୍ଣ୍ଣନାରେ ଏକ ପୂର୍ଣ୍ଣ ଅନୁଭବର ବିଚାର ଦେଖିବାକୁ ମିଳିଥାଏ । ମହାପୁରୁଷ ମାନଙ୍କର ଅନେକ ଶହେ ବର୍ଷ ତଳର ଦିବ୍ୟ କଥାକୁ ଦିବ୍ୟ ରଚନାକୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ ।

ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଏକ ସୁନ୍ଦର ତଥ୍ଯକୁ ନେଇ ଆଲୋଚନା କରିବା । ମାଳିକା ବକ୍ତା ଦିବାକର ଦାସ ଏହାକୁ ବର୍ଣ୍ଣନା କରି କହିଛନ୍ତି ଯେ, “ପର୍ବତ ଶିଖରେ ଫୁଟିବ କଇଁ, ଅଚ୍ୟୁତଙ୍କ କଥା ଟଳିବ ନାହଁ” । ଅର୍ଥାତ୍ ମଲିକାରେ ବର୍ଣ୍ଣିତ ପତ୍ୟେକ କଥା ଆଗକୁ ସତ ହେବ । ତେବେ ଏଥିରେ ସେ କହିଛନ୍ତି ଯେ ଆଗକୁ ପୋକ ମାଛି ପରି ଲୋକସବୁ ମରିଯିବେ । ଆଗତ ଭବିଷ୍ୟତକୁ ନେଇ ଆହୁରି ମଧ୍ୟ କଣ ମହାପୁରୁଷ ଲେଖିଛନ୍ତି ଯେ, “ଭିନ୍ନ ଭିନ୍ନ ରୋଗ ଆସିବ ମାଡ଼ି, କଳିରେ ଭୈରବ ଦେବେ ରଡ଼ି” ।

ବୋଇଲେ ଆଗକୁ ଏଭଳି ସବୁ ରୋଗ ମାଡ଼ି ଆସିବ ଯେ କଳିରେ ଭୈରବୀ ରଡ଼ି ଦେବେ । ତେବେ ଏଠାରେ ଭୈରବୀ ରଡ଼ି ଅର୍ଥ ଲୋକମାନେ ଏଠାରେ ଭୟରେ ହିଁ କେବଳ ରଡ଼ି ଛାଡ଼ିବେ । ଆଉ ଲୋକମାନଙ୍କର ମନରେ ସେହି ଭୟର ବାତାବରଣ ଆସିବ । ଏହାକୁ ନେଇ ଲେଖା ଅଛି ଯେ, “ପୋକ ମାଛି ପରି ଅନେକ ଲୋକେ, ମରିବେ ଅନେକ ପେଟର ଭୋକେ ଲୋ ଜାଇ ଫୁଲ, ଆଲୋ ଜାଇ ଫୁଲ । ହଣା କଟାରେ ମରିବେ ଥୋକେ ଲୋ ଜାଇଫୁଲ” । ଆଉ ଏହାର ଉଦାହରଣ ଦେଖନ୍ତୁ ଚୀନରେ ଉତ୍ପନ୍ନ କରୋନାର ତାଣ୍ଡବ । ଆମ ମହାପୁରୁଷ ମାଳିକା କେବଳ ଓଡ଼ିଶା ପାଇଁ ନୁହେଁ ସାରା ବିଶ୍ବ ପାଇଁ ମାଳିକା ।

Leave a Reply

Your email address will not be published. Required fields are marked *