ବାହାହେଲେ ପ୍ରକୃତି ମିଶ୍ର, ମଣ୍ଡପରେ ବିବାହ କରୁଥିବାର ଭିଡ଼ିଓ ହେଲା ଭାଇରାଲ

ଏବେ ବିବାହର ସମୟ ଚାଲିଛି। ଚାରିଆଡେ ବିବାହର ମାହୋଲ ଦେଖିବାକୁ ମିଳୁଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା ମାନେ ମଧ୍ୟ ବିବାହ କରୁଛନ୍ତି। ଏହି ସମୟରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ବିବାହ କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।

ତେବେ କଣ ପ୍ରକୃତରେ ବିବାହ କରିବେ ପ୍ରକୃତି? ଯଦି ବିବାହ କରିବେ ତେବେ କାହାକୁ କରିବେ ନିଜର ଜୀବନ ସାଥି? ଏ ସବୁ ପ୍ରଶ୍ନର ସିଧା ସଳଖ ଉତ୍ତର ଦେଇଛନ୍ତି ଅଭିନେତ୍ରୀ। ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କର ବିବାହ କରିବାକୁ ଇଛା ନାହିଁ।

କିନ୍ତୁ ରିଲସରେ ଅଭିନୟ କଲା ବେଳେ ସେ ଯେଉଁ ବିବାହ କରିବେ ତାହାର ଭିଡ଼ିଓ ଲୋକଙ୍କୁ ଅବଶ୍ୟ ଭଲ ଲାଗିବ ବୋଲି ସେ କହିଛନ୍ତି। ସମୟ ଆସିଲେ ନିଜର ପ୍ରକୃତ ବିବାହ ବିଷୟରେ ସେ ନିଶ୍ଚିତ ଜଣାଇବେ ବୋଲି ଅଭିନେତ୍ରୀ କହିଛନ୍ତି।

ଏବେ ଭାଇରାଲ ହେଉଥିବା ପ୍ରକୃତିଙ୍କର ବିବାହର ଭିଡ଼ିଓଟି ଢେଙ୍କାନାଳ ସ୍ଥିତ ଭୁବନରେ ସୁଟିଂ ହେଉଥିବା ‘କଫି ସପ’ ଫିଲ୍ମର ଅଟେ। ତାଙ୍କ ସହ ଫିଲ୍ମର ପୁରା ଟିମ ମଧ୍ୟ ଉପସ୍ଥିତ ଅଛନ୍ତି। ଢେଙ୍କାନାଳର ଖାଦ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ଅଭିନେତ୍ରୀ।

ଶୀତର ଅନୁଭୂତି ସହ ଫିଲ୍ମର ବିଭିନ୍ନ ଦିଗକୁ ନେଇ ଖୁସି ଅଛନ୍ତି ପ୍ରକୃତି। ଏବେ ପୁଣି ଥରେ ନିଜ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କୁ ମନ ଜିଣିପାରିବେ ବୋଲି ରଖିଛନ୍ତି ବିଶ୍ୱାସ।

Leave a Reply

Your email address will not be published. Required fields are marked *