ପ୍ରେମିକ କୁ ଝୁରି ଝୁରି ରାସ୍ତାରେ ପାଗଳ ହୋଇ ବୁଲୁଛି ପ୍ରେମିକା।

ପ୍ରେମ ସମ୍ପର୍କ ହେଉଛି ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ।ଆଜିକାଲି କିନ୍ତୁ ପ୍ରେମର ପରିଭାଷା ବଦଳି ଗଲାଣି।ପ୍ରେମକୁ ଲୋକମାନେ ଅଲଗା ଭାଷା ରେ ବୁଝୁଛନ୍ତି।ପ୍ରେମ ପାଇଁ ଲୋକ ମାନେ ପାଗଳ ହୋଇଯାଆନ୍ତି ବୋଲି ଆପଣ ଶୁଣିଥିବେ,କିନ୍ତୁ ସତରେ ପାଗଳ ହୋଇଯିବା କଥା ଟି ଆପଣ ପ୍ରଥମ ଥର ଜାଣିବେ ବୋଧ ହୁଏ।ପ୍ରେମିକ ଛାଡି ଚାଲିଯିବାରୁ ପ୍ରେମିକା ପାଗଳ ହୋଇ ରାସ୍ତା ରେ ସବୁ ଗାଡ଼ି କୁ ଅଟକାଇ ନିଜ ପ୍ରେମିକକୁ ଖୋଜୁଛି।ଏପରି ଘ-ଟଣା ଦେଖିବାକୁ ମିଳିଛି କଟକର ତ୍ରିଶୂଳି ଠାରେ।ଆସନ୍ତୁ ଜାଣିବା ଏହା ବିଷୟରେ।

ବନ୍ଧୁଗଣ ଘଟଣାଟି ଏପରି କଟକ ସହରର ତ୍ରିଶୂଳି ଠାରେ ଜଣେ ମହିଲଗୋଟେ ବାଡ଼ି ଧରି ରାସ୍ତାର ଏପାଖରୁ ସେପାଖ ବିନା ଡରରେ ଚାଲିଯାଉଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୁଆଡେ଼ ତାଙ୍କ ପ୍ରେମିକ ବସ ରେ ଆସି ସେଠାରେ ଓହ୍ଲାଉଥିଲେ

ତେଣୁ ସେ ସେଠାରେ ବାଡି ଧରି ଅଛନ୍ତି ସେ ଆସିଲେ ତାଙ୍କୁ ଧରିବେ।କିନ୍ତୁ ତାଙ୍କ ପ୍ରେମିକ ୧୦ ବର୍ଷ ହେଲାଣି ଆଉ ଆସିନାହାନ୍ତି।ତେଣୁ ସେ ପୁରା ପୂରି ପାଗଳ ହୋଇଯାଇଛନ୍ତି।ରାସ୍ତା ରେ ଯେଉଁ ଗାଡ଼ି ଆସୁଛି ତାକୁ ଅଟକାଉଛନ୍ତି ଓ ତାଙ୍କ ପ୍ରେମିକ ଙ୍କୁ ଖୋଜୁଛନ୍ତି।

ସେ ବେଳେ ବେଳେ ବଡ଼ ବଡ଼ ଗାଡ଼ିକୁ ମଧ୍ୟ ଅଟକାଇ ଦେଉଛନ୍ତି।ବେଳେ ବେଳେ ବସ୍ ସାମ୍ନା କୁ ଦ୍ରୁତ ବେଗରେ ଚାଲିଆସନ୍ତି।ସେଠାରେ ନିଜ ପ୍ରେମିକ କୁ ଖୋଜନ୍ତି ଓ ନମିଳିଲେ ବସକୁ ବଡ଼ ବଡ଼ ଟେକା ମଧ୍ୟ ଫୋପାଡିଥାନ୍ତି। ତେବେ ବେଳେ ବେଳେ ସେ ଇଟା ଧରି ମଧ୍ୟ ରାସ୍ତାରେ ବୁଲୁଥିବାର ଦେଖାଯାଇଛି।

ସେଥିପାଇଁ ସ୍ଥାନୀୟ ଲୋକ ଭୟରେ ଅଛନ୍ତି।ତେବେ ସବୁଠାରୁ ବଡ଼ କଥା ହେଉଛି ସେ ମହିଳା ଜଣକ ଯେଉଁଭଳି ଭାବରେ ବେପରୁଆ ଭାବରେ ରାସ୍ତାର ଏପଟ ସେପଟକୁ ଯିବା ଆସିବା କରୁଛନ୍ତି ସେଥିରେ କେତେବେଳେ ତାଙ୍କର ଜୀବନ ମଧ୍ୟ ଚାଲିଯାଇପାରେ।

Leave a Reply

Your email address will not be published. Required fields are marked *