ସ୍କୁଲ୍ ରେ ହେଉଛି ମଳ ବର୍ଷା,ଶୂନ୍ୟ ରୁ ପଡୁଛି ମଳ।ଏଭଳି ଅବିଶ୍ଵସନୀୟ ଘଟଣା ସମ୍ପର୍କରେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଏ ଦୁନିଆଟି ବଡ଼ ବିଚିତ୍ର।ଏହି ବିଚିତ୍ର ଦୁନିଆ ବହୁତ୍ ପ୍ରକାର ଅଜବ ଅଜବ ଘଟଣାମାନ ଘଟିଥାଏ।କେତେକ ଘଟଣା ଏପରି ଥାଏ ଯାହା ବିଶ୍ୱାସ କରିବା ଅସମ୍ଭବ ହୋଇଥାଏ।ପ୍ରତିଦିନ ନ୍ୟୁଜ୍ କିମ୍ବା ଖବର କାଗଜ ମାଧ୍ୟମ ରେ ଆମେ ବହୁତ ପ୍ରକାର କଥା ଜାଣିବାକୁ ପାଇଥାଉ। ତା ମଧ୍ୟରେ ଅନେକ ବିଚିତ୍ର କଥା ଜଣା ପଡ଼ିଥାଏ।ଆଜିକାଲି ଅନେକ ପ୍ରକାର ର ଅଜବ ଘଟଣା ମାନ ଘଟିଥାଏ।ସବୁଦିନ ଅନେକ ନୂଆ ନୂଆ ଘଟଣା ଶୁଣିବାକୁ ମିଳିଥାଏ।ଯାହା ଶୁଣିଲେ ଲୋକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।ଆଜି ଆପଣଙ୍କୁ ଏପରି ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଘଟଣାଟି ଏପରି ଗଞ୍ଜାମର ଏକ ଗ୍ରାମ ରେ ଏକ ସ୍କୁଲରେ ମଳ ବର୍ଷା ହୋଇଛି।ଯାହାକୁ ନେଇ ପୁରା ଗାଁରେ ଚହଳ ପଡ଼ିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ ଏହି ରିପୋର୍ଟରେ। ହଁ ଆଜ୍ଞା ବନ୍ଧୁଗଣ ଏପରି ଚାଂଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ତୁଡ଼ୁକପଲ୍ଲୀ ସରକରୀ ପ୍ରାଥମିକ ବିଦ୍ୟାଳୟ ରେ।ବିଦ୍ୟାଳୟ ରେ ପାଠ ପଢ଼ା ଆରମ୍ଭ ହେବା ପରଠାରୁ ଆରମ୍ଭ ହୋଇଥିଲା ମଳ ବର୍ଷା।ଏପରି ପିଲା ମାନଙ୍କ ଖାଦ୍ୟରେ ମଧ୍ୟ ପଡ଼ିଥିଲା ମଳ।ଏହା ପରେ ପିଲାମାନେ ଶିକ୍ଷକଙ୍କୁ ଯାଇ ଏହା ବିଷୟ ରେ କହିଥିଲେ।ସେଠାରେ ଥିବା ଶିକ୍ଷକ ଙ୍କ କହିବା ଅନୁସାରେ ସ୍କୁଲ୍ ଆରମ୍ଭ ପର ଠାରୁ ଏପରି ଘଟଣା ଘଟିଥିଲା,ଯାହା ସେ ମଧ୍ୟ ଦେଖିଛନ୍ତି।

ପିଲା ମାନଙ୍କ ସ୍କୁଲ୍ ଡ୍ରେସରେ ଏପରି ମଳ ଦାଗ ଦେଖି ଶିକ୍ଷକ ଗ୍ରାମବାସୀଙ୍କୁ କହିଥିଲେ ଯାହା ଫଳରେ ସେଠାରେ ଲୋକମାନେ ମଧ୍ୟ ଆସି ଦେଖିଥିଲେ।ଶିକ୍ଷକଙ୍କ କହିବା ଅନୁଯାୟୀ ପ୍ରଥମେ ସେମାନେ କୌଣସି ପୋକ କିମ୍ବା ଝିଟିପିଟି ଭାବି ତ ଉପରେ ଏତେ ଧ୍ୟାନ ଦେଇ ନଥିଲେ।କିନ୍ତୁ ଏପରି ବାରମ୍ବାର ଘଟିବାରୁ ଘଟଣାଟି ସମ୍ପର୍କରେ ସେ ବ୍ଲକ୍ ରେ ବିଇଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ପିଲାମାନଙ୍କ କହିବା ଅନୁସାରେ ସ୍କୁଲ୍ ଖୋଲିବା ପର ଠାରୁ ଏପରି ଘଟଣା ଘଟି ଚାଲିଛି।ଯାହା ଫଳରେ ତାଙ୍କର ପାଠ ପଢ଼ା ରେ ବାଧା ପ୍ରାପ୍ତ ହେଉଛି।ପିଲାମାନେ ସ୍କୁଲ୍ ଆସିବାକୁ ଇଛା କରୁନାହାନ୍ତି।

ସେଠାରେ ଯେଉଁ ଶିକ୍ଷୟତ୍ରୀ ଅଛନ୍ତି ତାଙ୍କ ଅନୁସାରେ, ପ୍ରଥମେ ସେ ଏହା ପିଲା ମାନଙ୍କର ବଦମାସୀ ଭାବିଥିଲେ ଏହାପରେ କିନ୍ତୁ ବାରମ୍ବାର ପିଲା ମାନେ ଆସି ତାଙ୍କର ଡ୍ରେସ୍ ରେ ଦାଗ ଦେଖାଉଥିବା ଯୋଗୁ ସେ ଆସି ସବୁ ପିଲାଙ୍କୁ ଚେକ୍ କରିଥିଲେ କିନ୍ତୁ କେଉଁଠି କିଛି ବି ମିଳିନଥିଲା।ଏହାପରେ ଗ୍ରାମବାସୀ ମାନଙ୍କୁ ଏହା ବିଷୟରେ କହିଥିଲେ।ଗ୍ରାମବାସୀଙ୍କ କହିବା କଥା ହେଲା ଏହା କିଏ ଗୁଣିଗାରେଡ଼ି କରିଛି ଯାହା ଫଳରେ ଏପରି ଅଘଟଣ ଘଟିଛି।ସେମାନେ ଥାନାରେ ମଧ୍ୟ ଏତଲା ଦେଇଛନ୍ତି।ଦେଖିବକୁ ବାକି ରହିଲା ଏ ଘଟଣାଟି ସମ୍ପର୍କ ରେ କ’ଣ ଜଣା ପଡ଼ୁଛି କିଏ ଗୁଣିଗାରେଡ଼ି କରିଛି ନା ଏହା ପ୍ରାକୃତିକ ଉପାୟରେ ହୋଇଛି।

Leave a Reply

Your email address will not be published. Required fields are marked *