ଥା-ନା ଆଗରେ ମାଆ-ଝିଅ ହେଲେ ମୁହାଁମୁହିଁ, ମାଆକୁ ଠେଲିଦେଇ ପ୍ରେମିକ ପାଖକୁ ଚାଲିଗଲା ଝିଅ

ମାଆର ମମତାକୁ ଲାତ ମାରି ପ୍ରେମିକ ସହ ଫେ-ରାର ହୋଇଗଲା ଝିଅ। ଘରକୁ ଫେରିଆସିବା ପାଇଁ ଝିଅକୁ ହାତ ଯୋଡି ନିବେଦନ କଲା ମାଆ। ଶେଷକୁ ନିଜ ଝିଅର ଗୋଡ଼ ମଧ୍ୟ ମାଆ ଧରିଲା କିନ୍ତୁ ଝିଅ ବୁଝିଲା ନାହିଁ। ତେବେ ଘଟ-ଣାଟି ଘଟିଛି ବ୍ରହ୍ମପୁରର ବୈଦ୍ୟନାଥପୁର ଥା-ନା ପରିସରରେ।

ତେବେ ମହିଳା ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥା-ନା ଅନ୍ତର୍ଗତ ବଡବୋରସିଙ୍ଗ ଗାଁର ଗୈାରୀବାଳା ସାହୁ। ଝିଅଟିର ନାମ ପ୍ରିୟଙ୍କା ପ୍ରିୟଦର୍ଶିନୀ।ଘ-ଟଣା ଅନୁସାରେ ଝିଅଟି ବ୍ରହ୍ମପୁରର ଏକ ଇଞ୍ଜିନିୟରିଂ ସ୍କୁଲରେ 2017 ମସିହା​‌ରେ ଡିପ୍ଲୋମା ପଢୁଥିଲେ। ପାଢ଼ ପଢ଼ୁଥିବା ବେଳେ ସେହି କଲେଜର ଜଣେ ସିନିୟର ଛାତ୍ରଙ୍କ ପ୍ରେମରେ ପଡ଼ିଥିଲେ।

ପ୍ରେମ ଏତେ ଗଭୀର ହୋଇଗଲା ଯେ ଉଭୟ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ। 2019 ମସିହାରେ ଏହି ଯୁବତୀ ଜଣଙ୍କ ନିଜ ଘରୁ ପ୍ରେମିକ ସହ ଫେ-ରାର ହୋଇଯାଇଥିଲେ। ଝିଅଟି ଫେ-ରାର ହୋଇଯାଇଥିବା ଜାଣିବା ପରେ ପରିବାର ଲୋକ ଗାଙ୍ଗପୁର ଥା-ନାରେ ଅଭି-ଯୋଗ କରିଥିଲେ।

ଏହାପରେ ପୋ-ଲିସ ଯୁବତୀଙ୍କୁ ଖୋଜି ଖୋଜି ପାଇଯାଇଥିଲା। କିନ୍ତୁ ଯୁବତୀ ଜଣକ ଘରକୁ ଯିବାକୁ ମନା କରିଦେଇଥିଲେ। ସେଥିପାଇଁ ତାଙ୍କୁ ସୁଧାର ଗୃହରେ ରଖାଯାଇଥିଲା। କିଛି ମାସ ସେଠାରେ ରହିବା ପରେ ପୁଣି ଥରେ ପ୍ରେମିକଙ୍କୁ ଘରକୁ ଚାଲିଯାଇଥିଲେ। ଉଭୟ ଯୁବକ ଏବଂ ଯୁବତୀ 18 ବର୍ଷ ବୟସରୁ ଅଧିକ ହୋଇଥିବା କାରଣରୁ ପରିବାର ଲୋକେ ମଧ୍ୟ କିଛି କରିପାରିନଥିଲେ।

ତେବେ ଏହାପରେ ଉଭୟ ମନ୍ଦିରରେ ବିବାହ କରିଥିଲେ। ଆଜିକୁ ପ୍ରାୟ ଦେଢ଼ ବର୍ଷ ହେବ ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ଘରେ ରହୁଛନ୍ତି। ତେବେ ଏନେଇ ଯୁବତୀଙ୍କ ପରିବାର ତରଫରୁ ଥା-ନାରେ ଅଭି-ଯୋଗ କରାଯାଇଥିଲା। ଏପଟେ ନିଜ ଝିଅକୁ ଘରକୁ ଫେରାଇ ଆଣିବାକୁ ଝିଅର ପରିବାର ତରଫରୁ ଗତ 1 ତାରିଖରେ ବୈଦ୍ୟନାଥପୁର ଥା-ନାରେ ଏ-ତଲା ଦିଆଯାଇଥିଲା।

ତେବେ ବୁଧବାର ଦିନ ଯୁବତୀଙ୍କ ପରିବାର ପୁଣିଥରେ ଥା-ନାରେ ପହଞ୍ଚିଥିଲେ। ଠିକ ସେହିସମୟରେ ଯୁବତୀ ଜଣକ ମଧ୍ୟ ନିଜ ପ୍ରେମିକଙ୍କ ସହ ମଧ୍ୟ ପହଞ୍ଚିଥିଲେ। ବହୁ ଦିନ ପରେ ଝିଅକୁ ଦେଖି ମହିଳା ଜଣକ ଭାବବିହ୍ବଳ ହୋଇଗଲେ। ଦୌଡ଼ି ଦୌଡ଼ି ଯାଇ ନିଜ ଝିଅକୁ କୁଣ୍ଢାଇ ପକାଇଥିଲେ। କିନ୍ତୁ ଝିଅଟି ନିର୍ଦୟ ଭାବେ ନିଜ ମାଆକୁ ଠେଲି ଦେଇଥିଲା।

ମାଆ ତଳେ ପଡିଯିବା ପରେ କା-ନ୍ଦି ପକାଇଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ଯୁବତୀଙ୍କ ମାଆଙ୍କୁ ଉଠାଇଥିଲେ। ଏହାପରେ ମିଡିଆ ଆଗରେ ମାଆ ଜଣକ କହିଥିଲେ ଯେ ଯଦି ସେମାନେ ବିବାହ କରିବାକୁ ଚାହୁଁଛନ୍ତି ତେବେ ଆଇ-ନଗତ ଭାବେ ବିବାହ କରନ୍ତୁ।

ଏହାସହ ସେ ଆହୁରି ମଧ୍ୟ କହିଥିଲେ ଯେ କିଛି ମାସ ତଳେ ଯୁବକଙ୍କ ପରିବାର ଲୋକେ ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ମା-ଡ ମା-ରିବା ସହ 5 ଲକ୍ଷ ଟଙ୍କା ମାଗିଥିଲେ। ତେବେ କଥାକୁ ବି-ରୋଧ କରି ଝିଅଟି କହିଥିଲା ଯେ,”ମାଆ ଯାହା ସବୁ କହିଛନ୍ତି ସେ ସବୁ ମି-ଛ କଥା। ଆଉ ଏମିତିରେ ବି ଆମେ ଦୁଇ ଜଣ ମନ୍ଦିରରେ ବିବାହ କରି ସାରିଛୁ।

Leave a Reply

Your email address will not be published. Required fields are marked *