ସୁକାନ୍ତଙ୍କ ଦଶାହ କର୍ମରେ 500 ଜଣ ଲୋକଙ୍କ ପାଇଁ ଅବଢ଼ା ପଠାଇଲେ ରାଣୀ ପଣ୍ଡା

ସ୍ୱର୍ଗବାସୀ ଶୁକାନ୍ତଙ୍କର ଏକାଦଶାହ ଉପଲକ୍ଷେ ପୁରୀରୁ ପ୍ରାୟ 500ରୁ ଅଧିକ ଲୋକଙ୍କ ପାଇଁ ଅବଢା ପଠାଇଲେ ରାଣୀ। ଏହା ସହିତ ସୁକାନ୍ତଙ୍କର ଦୁଇ ଜଣ ଛୋଟ ଛୋଟ ପୁଅ-ଝିଅଙ୍କ ଭବିଷ୍ୟତ ପାଠପଢା ଦାୟିତ୍ୱ ମଧ୍ୟ ନେବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି

ରାଣୀଙ୍କର ଏପରି ଦୟାନୀୟ ଭାବ ଦେଖି ସୁକାନ୍ତଙ୍କ ପରିବାର ଏବଂ ଗ୍ରାମବାସୀମାନେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏକାଦଶାହ ଉପଲକ୍ଷେ ସୋମବାର ସନ୍ଧ୍ୟାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜନଗର ଠାରେ ଏକ ମହମବତୀ ଶୋଭାଯାତ୍ରା କରାଯିବା ସହ ସୁକାନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ତେବେ ଗତ 25 ତାରିଖ ରାତିରେ ମୁଣ୍ଡଳି-ଆଠଗଡ ରାସ୍ତାରେ ରାଣୀଙ୍କ କାର ସହିତ ଏକ ବାଇକ୍‌ ଧକ୍କାରେ ରାଜନଗର ଗ୍ରାମର 28 ବର୍ଷୀୟ ସୁକାନ୍ତ ବେହେରାଙ୍କର ମୃ-ତ୍ୟୁ ହୋଇଥିଲା। ଏହି ଦୁର୍ଘ-ଟଣାରେ କାହାର ଭୁଲ୍‌ ରହିଥିଲା ସେ ବିଷୟରେ ଏବେବି ତ-ଦନ୍ତ ଚାଲିଛି।

ତେବେ ଦୁର୍ଘ-ଟଣାରେ ସୁକାନ୍ତଙ୍କ ମୃ-ତ୍ୟୁଖବର ଶୁଣିବା ପରେ ରାଣୀ ପଣ୍ଡା ମର୍ମା-ହତ ହୋଇଥିଲେ। ସେ ଏକ ଭିଡିଓ ବାର୍ତ୍ତାରେ କାନ୍ଦି କାନ୍ଦି ତାଙ୍କ ଉପରେ ଆ-ରୋପ ନ ଲଗାଇବା ପାଇଁ ଲୋକମାନଙ୍କୁ ଅନୁରୋଧ କରିବା ସହ ମୃତ-କଙ୍କ ପରିବାରକୁ ସହାୟତା କରିବେ ବୋଲି ପ୍ରତି-ଶୃତି ମଧ୍ୟ ଦେଇଥିଲେ।

ତେବେ ନିଜ ପ୍ରତି-ଶୃତି ରଖିବା ନିମନ୍ତେ ସେ ସୁକାନ୍ତଙ୍କ ପାଇଁ ଶୁ-ଦ୍ଧିକ୍ରି-ୟା କରିବା ସହ ପରିବାର ଲୋକଙ୍କୁ 50 ହଜାର ଟଙ୍କା ଦେଇଥିଲେ ଏବଂ 500 ଜଣ ଲୋକଙ୍କ ପାଇଁ ଅଭଡ଼ା ଦେବା ପରେ ସେ ସୁକାନ୍ତଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ ମଧ୍ୟ ଉଠାଇବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *