ଏ କାର୍ତ୍ତିକେ କିଏ ଯିଏ ଦେଇଛି ୭୦ ଲକ୍ଷରୁ ଅଧିକା ଟଙ୍କା !

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲା-କମେ-ଲିଂ ମାମ-ଲାରେ ପୁଣି ଥରେ ଏକ ନାମ ଶୁଣିବାକୁ ମିଳିଛି କାର୍ତ୍ତିକେ। ଭାଇଜାଗ୍‌ର ଜଣେ ଖଣି ବ୍ୟବସାୟୀ କାର୍ତ୍ତିକେ ବୋଜୋଡ଼ିଆଙ୍କ ସହ ଅର୍ଚ୍ଚନା 2019-2022 ଭିତରେ 70 ଲକ୍ଷ ଟଙ୍କାରୁ ଅଧିକ ଟଙ୍କା କାରବାର କରିଛନ୍ତି। କାର୍ତ୍ତିକେ ମଞ୍ଚେଶ୍ୱର ଅଞ୍ଚଳରେ ରହୁଥିଲେ। ଖଗେଶ୍ୱରଙ୍କର ସେହି ଅଞ୍ଚଳରେ ହିଁ ଏକ ଗ୍ୟାରେଜ୍‌ ଥିଲା। କାର୍ତ୍ତିକେ ଏବଂ ଖଗେଶ୍ୱରଙ୍କ ମଧ୍ୟରେ ଏକ ଭଲ ସଂ-ପର୍କ ମଧ୍ୟ ରହିଥିଲା।

ଉଭୟଙ୍କ ମଧ୍ୟରେ ପ୍ରାୟ ସମୟ ଚାଲୁଥିଲା ଲକ୍ଷ ଲକ୍ଷ ଟଙ୍କାର କାରବାର। ସେହି କାରବାର ବିଷୟରେ ଜାଣିବା ପାଇଁ ହିଁ ଇଡି ଖଗେଶ୍ୱରଙ୍କୁ ପୁଣିଥରେ ରିମା-ଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା। କିନ୍ତୁ ଆବେଦନକୁ କୋର୍ଟ ଖାରଜ କରିଛି। ଅବଶ୍ୟ କାହିଁକି ଏତେ ଟଙ୍କା କାରବାର ହୋଇଛି ତାହାକୁ ନେଇ ଏବେ କୌଣସି ସୂଚନା ମିଳିନାହିଁ।

ଏହା ସହ ଆଉ ମଧ୍ୟ ଶୁଣିବାକୁ ମିଳୁଛି ଯେ ଇଡି କାର୍ଯ୍ୟାଳୟରେ ଦ୍ଵିତୀୟ ଥର ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ପ୍ରଥମ ଦିନରେ ଇଡିର ଅଧିକାରୀମାନେ ଶ୍ରଦ୍ଧାଞ୍ଜଳିଙ୍କୁ ଦୀର୍ଘ 14 ଘଣ୍ଟା ଧରି ଜେରା କରିଥିଲେ। ଏହି ସମୟରେ ସେ ଅନେକ ଗୁମର କଥା ଖୋଲିଥିବା ଶୁଣିବାକୁ ମିଳିଛି।

ସୂଚନା ଅନୁସାରେ ଗୁମର କଥାରୁ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ ଙ୍କର ମଧ୍ୟ ଏହି ମାମଲାରେ ଲିଙ୍କ ରହିଛି ବୋଲି ଜଣା ପଡ଼ିଛି। ସେଥିପାଇଁ ଇଡି ଗଙ୍ଗାଧରଙ୍କୁ ମଧ୍ୟ ନୋଟିସ ଜାରି କରିଥିଲା। ଏହାପରେ ଗୁରୁବାର ଦିନ ଗଙ୍ଗାଧର ଇଡି କାର୍ଯ୍ୟାଳରେ ହାଜର ହୋଇଥିଲେ। ତାଙ୍କୁ ମଧ୍ୟ ପ୍ରାୟ 12 ଘଣ୍ଟା ଧରି ଜେ-ରା କରାଯାଇଥିଲା। ଦୀର୍ଘ ସମୟ ଜେ-ରା ପରେ ମଧ୍ୟ ଗଙ୍ଗାଧର କିଛି କହି ନଥିଲେ।

ଏହାସହ ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କ ଆର୍ଥିକ କାରବାର ରାଜ୍ୟ ବାହାରେ ବି ରହିଛି ବୋଲି ଇଡି ତଥ୍ୟ ପାଇଛି। ଏହାସହ ବିଶେଷ କଥା ଶୁଣିବାକୁ ମିଳିଛି ଯେ ଆସନ୍ତା 30 ତାରିଖରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ ଇଡି ଉଭୟଙ୍କୁ ରିମାଣ୍ଡରେ ଆଣି ପଚ-ରାଉ-ଚରା କରିବ।

Leave a Reply

Your email address will not be published. Required fields are marked *