ଆର୍ ଆର୍ ଆର୍ ଫିଲ୍ମ୍ କୁ ପଛରେ ପକାଇ ଇତିହାସ ରଚିଲା ଓଡ଼ିଆ ଫିଲ୍ମ୍ ଦମନ।

ଓଡ଼ିଆ ଫିଲ୍ମ୍ ଦମନ୍ ସବୁଆଡେ ଚହଳ ପକାଇଛି। ଓଡ଼ିଆ ସିନେ ଇଣ୍ଡର୍ଷ୍ଟ୍ରୀ ର ବହୁ ଚର୍ଚ୍ଚିତ ଫିଲ୍ମ୍ ଦମନ ଆଜି ଆଉ ଏକ ରେକଡ୍ ସୃଷ୍ଟି କରିଛି। ବହୁତ୍ ଚର୍ଚ୍ଚିତ ତେଲୁଗୁ ଫିଲ୍ମ୍ ଆର୍ ଆର୍ ଆର୍ ଫିଲ୍ମ୍ କୁ ପଛରେ ପକାଇ ଦେଇଛି ଓଡ଼ିଆ ଫିଲ୍ମ୍ ଦମନ । ଏବେ କେବଳ ଓଡ଼ିଶା ନୁହଁ ବରଂ ଭାରତ ସାରା ଦର୍ଶକ ଫିଲ୍ମ୍ ଦମନ କୁ ବହୁତ୍ ଭଲ ପାଇବା ଦେଉଛନ୍ତି ,ଯାହାଫଳରେ ହିନ୍ଦୀ ଫିଲ୍ମ୍ ହେଉ କି ତେଲୁଗୁ ଫିଲ୍ମ୍ ହେଉ ,ସେ ସବୁ ଫିଲ୍ମ୍ ର ଚାହିଦା ଏବେ କମ୍ ଅଛି। ଆଜି ଗୋଟେ ଓଡ଼ିଆ ଫିଲ୍ମ୍ ଦମନ ଯେଉଁଭଳି ଭଲପାଇବା ପାଇଛି ଏହି କଥା କେହି କେବେ ଭାବିନଥିଲେ।

ତଥ୍ୟ ଆଧାରରେ ଲେତୁଗୁ ରେ ରିଲିଜ୍ ହେଉଥିବା ବହୁ ଚର୍ଚ୍ଚିତ ଫିଲ୍ମ୍ ଆର୍ ଆର୍ ଆର୍ କୁ ପଛରେ ପକାଇଦେଇଛି। ଦର୍ଶକ ବନ୍ଧୁ ପୁଣି ଚର୍ଚ୍ଚାରେ ବହୁ ଚର୍ଚ୍ଚିତ ଦମନ ଫିଲ୍ମ୍ ସମସ୍ତଙ୍କୁ ଚକିତ କଲା ଭଳି କିଛି ତଥ୍ୟ ପୁଣି ସାମ୍ନାକୁ ଆସିଛି। ଯେମିତି ଫିଲ୍ମ୍ ନାମ ଦମନ ସେମିତି ଦମ୍ ଦେଖାଉଛି ଦମନ। ଗୋଟେ ଓଡ଼ିଆ ଫିଲ୍ମ୍ ଏମିତି ଦିନେ ଏତେ ଆଗକୁ ଚାଲିଯିବା ତାହା ଦର୍ଶକଙ୍କ ଆକଳନ ବାହାରେ ।

ଯେଉଁ ଦର୍ଶକ ମାନେ ଓଡ଼ିଆ ଫିଲ୍ମ୍ ପାଖରୁ ଦିନେ ମୁଁହ ଫେରାଇ ନେଉଥିଲେ ସେମାନେ ଆଜି ଦମନ ଫିଲ୍ମ୍ କୁ ଭାରି ପ୍ରଶଂସା କରୁଛନ୍ତି।ଏବେ ବନ୍ଧୁଗଣ ଆସନ୍ତୁ ନଜର ପକାଇବା ଆଇ- ଏମ୍- ବି- ଡି ରିପଟ୍ ଉପରେ ।ଏହି ଆଇ- ଏମ୍- ବି- ଡି ଏକ ସଂସ୍ଥା ଯାହାକି ଫିଲ୍ମ୍ କୁ ଲୋକପ୍ରିୟତା ଅନୁସାରେ ମାର୍କିଂ କରିଥାଏ ।ଏହି ଆଇ- ଏମ୍- ବି- ଡି ସଂସ୍ଥା ତେଲୁଗୁ ଫିଲ୍ମ୍ ଆର୍ ଆର୍ ଆର୍ କୁ ୮ ପଏଂଟ ଦେଇଥିବା ବେଳେ ଓଡ଼ିଆ ଫିଲ୍ମ୍ ଦମନ କୁ ୯.୪ ପଏଂଟ ଦେଉଛି।

ଏହିଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଦମନ ଫିଲ୍ମ୍ ର ଲୋକ ପ୍ରିୟତା କେତେ ଅଧିକ। ଆଇ- ଏମ୍- ବି- ଡି ଏକ ଲୋକପ୍ରିୟ ଅର୍ଗନାଇଜେସନ ଯାହାର କାମ ହେଉଛି ଫିଲ୍ମ୍ ର ଗୁଣ ଲୋକପ୍ରିୟତା କୁ ନେଇ ପଏଂଟ ପ୍ରସ୍ତୁତ କରିଥାନ୍ତି। ଫିଲ୍ମ୍ ର ଗୁଣବତ୍ତା ଉପରେ ପଏଂଟ ଦିଆଯାଉଥିବାରୁ ଏହାକୁ ଏକ ଫିଲ୍ମ୍ ର ମାନଦଣ୍ଡ ବୋଲି ଧରିନିଆଯାଏ। ଓଡ଼ିଆ ଫିଲ୍ମ୍ ଇଣ୍ଡର୍ଷ୍ଟ୍ରୀ ରେ ଗୋଟେ ଆଶାର ଆଲୋକ ଖଳାଇଦେଇଛି ଫିଲ୍ମ୍ ଦମନ।

Leave a Reply

Your email address will not be published. Required fields are marked *