ଭାଙ୍ଗିଗଲା ଝୁଲା ପୋଲ, ମୃ-ତ ସଂଖ୍ୟା 100ରୁ ଅଧିକ

ଗୁଜରାଟର ମୋର୍ବି ଜିଲ୍ଲାରେ ରବିବାର ଦିନ ସନ୍ଧ୍ୟା ସମୟରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁ-ଶୁଡ଼ି ପଡିଛି। ସମୟ ବିତିବା ସହ ପୋଲ ଦୁର୍ଘ-ଟଣାରେ ବଢ଼ିବାରେ ଲାଗିଛି ମୃ-ତ୍ୟୁ ସଂଖ୍ୟା। ବର୍ତ୍ତମାନ ପର୍ଯ୍ୟନ୍ତ 141 ଜଣଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି। ମୃ-ତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି।ଏହି ବ୍ରିଜଟି 5 ଦିନ ତଳେ ହିଁ ପୁନଃ ମରାମତି କରାଯାଇଥିଲା।

ଏକାଥରକେ ବହୁ ଲୋକ ଏହି ଝୁଲାପୋଲ ଉପରକୁ ଚାଲିଯିବାରୁ ଏଭଳି ଅଘ-ଟଣ ଘଟିଥିବା ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି। ତେବେ ଦୁର୍ଘଟଣା ପରେ 177 ଜଣଙ୍କୁ ଉ-ଦ୍ଧାର କରାଯାଇଛି ଏବଂ 19 ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଉ-ଦ୍ଧାର କାର୍ଯ୍ୟରେ ଆର୍ମି, ନେଭି, ଏୟାରଫୋର୍ସର ଶତାଧିକ ଯ-ବାନ ସାମିଲ ଅଛନ୍ତି। ଏନ୍‌ଡିଆର୍‌ଏଫ୍ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ରାତିସାରା ଉ-ଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଝୁଲା ପୋଲର ମରାମତି ପରେ ଯାତାୟତ ଆରମ୍ଭ ହୋଇଥିଲା। ଏକାସାଥିରେ ଅଧିକାଂଶ ଲୋକ ଯିବାଆସିବା କରିବାରୁ ଏହି ଅଘ-ଟଣ ଘ-ଟିଛି।

ଏହାସହ ପୋଲ ତଳେ ନଦୀରେ 15 ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ‌ ପୋଲ ଭୁଶୁଡ଼ିବା ବେଳେ ବ୍ରିଜ୍ ଉପରେ ପ୍ରାୟ 500ରୁ ଅଧିକ ଲୋକେ ଥିଲେ। ମୃତ-କଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ଥିବା ଜଣାପଡ଼ିଛି।ଆହ-ତଙ୍କୁ ଚିକିତ୍ସା କରିବା ଲାଗି ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇଛି। ମୃତ-କଙ୍କ ପରିବାରକୁ ରାଜ୍ୟ ସରକାର 4 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର 2 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁଣ୍ଡପିଛା 50 ହଜାର ଟଙ୍କା ଦେବେ।

ତେବେ ବିନା କୌଣସିସରକାରୀ ଅନୁମତିରେ ଏହି ପୋଲ ଲୋକଙ୍କ ପାଇଁ ଗତ 26 ତାରିଖରୁ ଖୋଲା ଯାଇଥିଲା। ଫଳରେ ଏଭଳି ଅଘ-ଟଣ ଘଟିଥିଲା ବୋଲି କୁହାଯାଉଛି। କିଛି ଦିନ ପୂର୍ବରୁ ଏହି ପୋଲର ମରାମତି ପାଇଁ ଏହାକୁ ବନ୍ଦ ରଖାଯାଇଥିଲା। ତେବେ ମରାମତି ପରେ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯାଇଥିଲା। ତେବେ ଏହି 230 ମିଟର ଲମ୍ୱା ପୋଲ ବ୍ରିଟିଶ ଶାସନକାଳର ଏକ ଉନ୍ନତ ଇଞ୍ଜିନିୟରିଂର ଉଦହାରଣ ଥିଲା।

Leave a Reply

Your email address will not be published. Required fields are marked *