ଆମ ଗାଁରେ ଆଇଁଷ ପଶେନି । ପଶିଲେ ସାପ ଦଂଶନ କରିବ । ସୁନାମୁହିଁ ଠାକୁର ଅଛନ୍ତି ଏଠି ।

ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ଆପଣ ପ୍ରତ୍ୟେକ ଦିନ ଅନେକ ଘ-ଟଣା ସମ୍ପର୍କରେ ଅବଗତ ହେଉ ଥିବେ କିନ୍ତୁ ଆଜି ଏଭଳି ଏକ ଘଟ-ଣା ସମ୍ପ-ର୍କରେ କହିବୁ ତାହା ଶୁଣିଲେ ଆପଣ ହଠାତ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ ।ତେବେ ଆମ ସମାଜରେ ପ୍ରାୟତଃ ସମସ୍ତେ ଆମିଷ ଖାଉଛନ୍ତି ଏମିତି କିଛି କିଛି ଲୋକ ଅଛନ୍ତି ଯେଉଁ ଆମିଷ କୁ ଖାଆନ୍ତି ନାହିଁ ।

ହେଲେ ଆଜି ଏଭଳି ଏକ ଗାଁ କଥା କହିବୁ ଯେଉଁଠି କେହି ବି ଗାଁ ଲୋକ ପୂର୍ବ ପୁରୁଷରୁ ଆମିଷ ଦେଖି ମଧ୍ୟ ନାହାଁନ୍ତି । ଆଉ ଯିଏ ବି ସେହି ଗାଁରେ ଆମିଷ ଖାଇବା ପାଇଁ ଇଚ୍ଛା କରେ ତାକୁ ସାପ ଦଂଶନ କରେ ନଚେତ ତା ଆଖି କାନ ଫୁଟି ଯାଏ । ଏଭଳି ଆମେ କହୁନାହୁଁ ଉକ୍ତ ଗାଁର ଗ୍ରାମବାସୀଙ୍କ ବିଶ୍ୱାସ । ତେବେ ସେହି ଗାଁଟିର ନାଁ ହେଉଛି ବେଣ୍ଟଶାଳିଆ ।

ତେବେ ଏହି ଗାଁର ଜଣେ ମହିଳା କହିଛନ୍ତି କି ଆମ ପୂର୍ବ ପୁରୁଷରୁ କେହି ଏହି ଗାଁ ରେ ଆମିଷ ଖାଆନ୍ତି ନାହିଁ, ଆଉ ଯେତେ ବାହାଘର, ମୃତିକା, ଭଲ ମନ୍ଦ ଯାହା ବି ହେଉ କେବେ ବି ଆମ ଗାଁରେ ଆମିଷ ହୁଏ ନାହିଁ । ଛୁଆ ପିଲା ଯିଏ ବଡ଼ ମଣିଷ ବାହାରେ ରହୁଛନ୍ତି ସେମାନେ ମଧ୍ୟ ନିଜେ ରୋଷେଇ କରି ଖାଉଛନ୍ତି କେବେ କିନ୍ତୁ ଆମିଷ ଖାଇ ନାହାଁନ୍ତି।

ଆମ ଗାଁରେ ମଣିଷ କଣ ଆମ ଗାଁରେ ଯେତିକି ବିଲେଇ କୁକୁର ପ୍ରାଣୀ ଆଦି ବାସ କରୁଛନ୍ତି ସେମାନେ ବି କେବେ ଆମିଷ ଦେଖି ନାହାଁନ୍ତି ଆଉ ଖାଇବେ କଣ । ଆଉ ଆମିଷ କଣ ଆମ ବାହାଘର କି ଅନ୍ୟ କାର୍ଯ୍ୟରେ ପିଆଜ ରସୁଣ ମଧ୍ୟ ହୁଏ ନାହିଁ । ତେବେ ଏହି ଗାଁର ଅନ୍ୟ ଏକ ବାସିନ୍ଦା କହିଛନ୍ତି କି ଆମର ପ୍ରଥା ଅଛି କି ଏହି ଗାଁରେ ଯିଏ ବି ଆମିଷ ଖାଇବ ତାକୁ କିଛି ଦେଖାଯିବ ନାହିଁ ନହେଲେ ତାକୁ ସାପ ଦଂ-ଶନ କରି ଦେବ । ସେଭଳି ଏକ ଘ-ଟଣା ଘ-ଟିଛି ବୋଲି ମଧ୍ୟ ଜଣେ ବାସିନ୍ଦା ମିଡ଼ିଆ ସାମ୍ନାରେ କହିଛନ୍ତି।

ସେ କହିଛନ୍ତି କି ଆମ ଗାଁରେ ଜଣେ ଲୋକ ଆମିଷ ନେଇକି ଯାଉଥିଲା କିନ୍ତୁ ବାଟରେ ତାକୁ ସାପ କା-ମୁଡି ଦେଲା ।ଆଉ ସ୍କୁଲରେ ଯେଉଁ ଅଣ୍ଡା ଦିଆଯାଏ ଆମର ଏଠି ଅଣ୍ଡା ମଧ୍ୟ ଦିଆଯାଏ ନାହିଁ ସେ ଅଣ୍ଡାକୁ ବିକ୍ରି କରିକି ଛୁଆ ମାନଙ୍କୁ ଏଠି କଦଳୀ ଦିଆଯାଏ ବୋଲି ଗାଁ ଲୋକ ଜଣେ କହିଛନ୍ତି । ତେବେ ଯେଉଁ ଲୋକଟି ଆମିଷ ନେଇକି ଆମ ଗାଁ ଭିତରକୁ ଆସିଥିଲା ସେ ଜାଣି ନଥିଲା କିନ୍ତୁ ଗାଁ ଭିତରେ ପଶି ଯାଇଥିଲା ହେଲେ ସେହି ଯିବା ବାଟରେ ହିଁ ତାକୁ ଗୋଖର ସାପ ଗୋଟେ ଚୋ-ଟ ମା-ରି ଥିଲା ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *