4 ଘଣ୍ଟା ପରେ ଡେଲିଭରି ବଏ ଖାଦ୍ୟ ନେଇ ଆସିବାରୁ ଆରତୀ ଥାଳି ଧରି ଡେଲିଭରି ବଏଙ୍କର ସ୍ୱାଗତ କଲେ ଗ୍ରାହକ, ଦେଖନ୍ତୁ ଭିଡ଼ିଓ

ଆଜିକାଲି ଲୋକମାନେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅ-ର୍ଡର କରି ଘରେ ବସି ଖୁସିରେ ଖାଦ୍ୟ ଖାଉଛନ୍ତି। କିନ୍ତୁ ଯିଏ ଆପଣଙ୍କ ଘରେ ଖାଦ୍ୟ ପହଞ୍ଚାଉଛନ୍ତି ସେମାନଙ୍କୁ କେତେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ତାହା କେବଳ ସେହି ହିଁ ଜାଣିଛନ୍ତି। ଯେପରି ଟ୍ରାଫିକ ସମସ୍ୟା, ବର୍ଷା ସମସ୍ୟା, ଗାଡି ଖରାପ ହୋଇଯିବାର ସମସ୍ୟା ଇତ୍ୟାଦି।

କିନ୍ତୁ ଏଥିମଧ୍ୟରୁ ଟ୍ରାଫିକ ସମସ୍ୟା‌ ଅନେକ ଥର ଦେଖାଯାଏ। ବିଶେଷ କରି ପର୍ବପର୍ବାଣି ସମୟରେ ଏହା ବହୁତ ଅଧିକ ଦେଖାଯାଏ। ପୂଜା ପର୍ବ ସମୟରେ ଟ୍ରାଫିକ୍‌ କିପରି ରୁହେ, ତାହା ହୁଏତ ଆପଣ ଏହି ଦୁର୍ଗାପୂଜା ସମୟରେ ଅନୁଭବ କରିଥି‌ବେ।

ତଥାପି ଟ୍ରାଫିକକୁ ପାର କରି ଗ୍ରାହକଙ୍କ ନିକଟରେ ଡେଲିଭରି ବଏ ଖାଦ୍ୟ ପହଞ୍ଚାନ୍ତି। ବେଳେ ବେଳେ ଟ୍ରାଫିକ ପାଇଁ ବହୁତ ବିଳମ୍ବ ମଧ୍ୟ ହୋଇଯାଏ। ଯେଉଁଥିପାଇଁ ଏହି ଡେଲିଭରି ଏଜେଣ୍ଟମାନେ ଗ୍ରାହକଙ୍କ ଠାରୁ ଗା-ଳି ମଧ୍ୟ ଶୁଣିଥାନ୍ତି।

ତେବେ 4 ଘଣ୍ଟା ବିଳମ୍ବରେ ଖାଦ୍ୟ ପହଞ୍ଚାଇବାକୁ ନେଇ ସୋସିଆଲ୍‌ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜୋମାଟୋର ଜଣେ ଡେଲିଭରି ବଏ ଖାଦ୍ୟ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚିଲେ। ଗ୍ରାହକ ଜଣକ ଖାଦ୍ୟ ଅର୍ଡର ଦେବାର 4 ଘଣ୍ଟା ପରେ ଡେଲିଭରି ବଏ ଖାଦ୍ୟ ନେଇ ପହଞ୍ଚୁଥିବାରୁ ଗ୍ରାହକ ଜଣକ ଏକ ମଜାଦାର ଶୈଳୀରେ ଆରତୀ ଥାଳି ଧରି ତାଙ୍କର ସ୍ବାଗତ କରିଥିଲେ।

ଏହା ସହ ଗ୍ରାହକ ଜଣକ ‘ଆଇୟେ ଆପ୍‌କା ଇନ୍ତେଜାର୍‌ ଥା’ ଗୀତ ମଧ୍ୟ ଗାଉଥିବାର ଭିଡ଼ିଓ‌ରେ ନଜର ଆସୁଛନ୍ତି। ଏସବୁ ଦେଖି ଡେଲିଭରି ବଏ ଜଣକ ଲାଜରେ ହସୁ ଥିବାର ଦେଖାଯାଏ। ବାସ୍ତବରେ ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍ କାରଣରୁ ଡେଲିଭରି ବଏଙ୍କର ଏତେ ବିଳମ୍ବ ହୋଇଥିଲା। ତେବେ ବ୍ୟକ୍ତି ଜଣକ ଏହି ଭିଡ଼ିଓକୁ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ “ଦିଲ୍ଲୀର ପ୍ରବଳ ଟ୍ରାଫିକ୍ ସତ୍ତ୍ୱେ ମୁଁ ମୋର ଖାଦ୍ୟକୁ ବିଳମ୍ବରେ ହେଉପଛେ କିନ୍ତୁ ପାଇଗଲି, ସେଥିପାଇଁ ଜୋମାଟୋଙ୍କୁ ଧନ୍ୟବାଦ”।

Leave a Reply

Your email address will not be published. Required fields are marked *