ପିହୁ ସମ୍ପର୍କରେ ସୂଚନା ଦେଲେ ମିଳିବ ପାଞ୍ଚ ଲକ୍ଷ ଟଙ୍କା, ପୁରଷ୍କାର ଘୋଷଣା କଲା ପୋଲିସ।:-

ମଧୁସୁଦନପୁର ଗ୍ରାମର ନି-ଖୋଜ ପିହୁ ସମ୍ପର୍କରେ ସୂଚନା ଦେଲେ ପୋ-ଲିସ ପକ୍ଷରୁ ମିଳିବ 5 ଲକ୍ଷ ଟଙ୍କା ପୁରସ୍କାର। ନି-ଖୋଜ ହେବାର 2 ବର୍ଷ ପରେ ବିଞ୍ଝାରପୁର ପୋ-ଲିସ ପକ୍ଷରୁ ଏହି ବିଷୟକୁ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇଛି।

2 ବର୍ଷ ବୟସର ଶିଶୁ ପିହୁ ଗତ 2020 ଅଗଷ୍ଟ 9 ତାରିଖ ନି-ଖୋଜ ହୋଇଯାଇଥିଲା। ଗାଁର ଦାଣ୍ଡରେ ଖେଳୁଥିବା ସମୟରେ କିଛି ଲୋକ ତାକୁ ଅପହରଣ କରିନେଇଯିବାର ପରିବାର ଲୋକ ଅଭି-ଯୋଗ କରିଥିଲେ। କିନ୍ତୁ ପିହୁ ନି-ଖୋଜ ହେବାର 2 ବର୍ଷ ବିତିଗଲାଣି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ-ନ୍ଧାନ ପୋଲି-ସକୁ ମିଳିନି। ପୋଲି-ସର ତଦ-ନ୍ତ ପ୍ରକ୍ରିୟାକୁ ନେଇ ଅସ-ନ୍ତୁଷ୍ଟ ପ୍ରତି-କ୍ରିୟା ଦେଖାଇ ପିହୁର ମାଆ ମୋନାଲିସା ବାରମ୍ବାର ସିବିଆଇ ତ-ଦନ୍ତ ପାଇଁ ଦାବି କରିଛନ୍ତି।

ଆସନ୍ତା 15 ଦିନ ମଧ୍ୟରେ ତ-ଦନ୍ତ ପାଇଁ ନିର୍ଦ୍ଦେଶ ନଦେଲେ ଧାରଣାରେ ବସିବେ ବୋଲି ମୋନାଲିସା ଚେତା-ବନୀ ଦେଇଥିଲେ। ଏହାସହ ରାଜ୍ୟ ଶିଶୁ ଅଧିକାର ସୁର-କ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ମଧ୍ୟ ମୋନାଲିସା ଭେଟିଛନ୍ତି।

ତେବେ ସିବିଆଇ ମା-ମ-ଲା ହସ୍ତାନ୍ତର ରାଜ୍ୟ ଶିଶୁ ଅଧିକାର ସୁର-କ୍ଷା ଆୟୋଗଙ୍କ କ୍ଷମତାରେ ନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇବାକୁ କହିଥିଲେ ଆୟୋଗ ଅଧ୍ୟକ୍ଷା। ଏହି ବିଷୟକୁ ଆହୁରି ଗମ୍ଭୀରତାର ସହ ଗ୍ରହଣ କରି ପୋ-ଲିସ ପିହୁ ବାବ-ଦରେ ସୂଚନା ଦେବା ବ୍ୟକ୍ତିକୁ 5 ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋ-ଷଣା କରିଛି।

Leave a Reply

Your email address will not be published. Required fields are marked *