ରାଜଧାନୀରେ ଘରୁ ମିଳିଲା ମହିଳାଙ୍କ ମୃ-ତଦେହ, ବେକରେ ରହିଛି ଦାଗ, ସ୍ୱାମୀ ଆଣିଲେ ହ-ତ୍ୟା ଅଭି-ଯୋଗ।

ଅଧ ରାତିରେ ଘରୁ ମିଳିଲା ମହିଳାଙ୍କ ମୃ-ତଦେହ। ବାପାକୁ ଭିଡିଓ କଲ କରି ମାଆର ମୃ-ତଦେହକୁ ଦେଖାଇଲା ପୁଅ। ମୃ-ତ ମହିଳାଙ୍କ ନାମ ଶୁଭଶ୍ରୀ ମହାପାତ୍ର। ସ୍ୱାମୀ ଘରେ ପହଂଚି ମହିଳାଙ୍କୁ ହସ୍ପିଟାଲ ନେବା ପରେ ତାଙ୍କୁ ମୃ-ତ ଘୋଷଣା କରିଥିଲେ ଡାକ୍ତର। ମହିଳାଙ୍କୁ 35 ବର୍ଷ ବୟସ ହୋଇଥିଲା

ତେବେ ଖାରବେଳନଗର ଥା-ନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ଏହି ଘ-ଟଣା ଘଟିଛି। ଖବର ଅନୁସାରେ ମହିଳାଙ୍କର ସନ୍ଦେ-ହଜନକ ଭାବେ ମୃ-ତ୍ୟୁ ଘଟିଛି।ମହିଳାଙ୍କ ସ୍ୱାମୀ ଅନନ୍ତ ନାରାୟଣ ନାଥ ଏକ ପ୍ରାଇ-ଭେଟ କମ୍ପାନୀରେ କାମ କରନ୍ତି। ସ୍ୱାମୀ ଘରେ ନଥିବାବେଳେ ଘରର କବାଟ ଖୋଲାଥିଲା ଏବଂ ମହିଳାଙ୍କ ମୃ-ତ ଶରୀର ଖଟ ଉପରେ ପଡି ରହିଥିଲା।

ପୁଅ ଟ୍ୟୁସନରୁ ଫେରିବା ପରେ ମାଆର ଏପରି ଅବସ୍ଥା ଦେଖି ବାପାଙ୍କୁ ଫୋନରେ ଜଣାଇଥିଲା। ଘରେ ପହଂଚି ସ୍ୱାମୀ ସଂଗେ ସଂଗେ ମହିଳାଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ମହିଳାଙ୍କୁ ମୃ-ତ ଘୋଷଣା କରିଥିଲେ।

ତାଙ୍କର ଗଳା ଦବାଇ ହ-ତ୍ୟା କରାଯାଇଥିବା ସ-ନ୍ଦେହ କରାଯାଉଛି। କାରଣ ମୃ-ତ ମହିଳାଙ୍କ ବେକରେ ଏକ ଦାଗ ରହିଛି। ତେବେ ମହିଳାଙ୍କୁ କିଏ ଏବଂ କାହିଁକି ମା-ରିଛି ତାହା ଜଣାପଡ଼ିନାହିଁ। ଏହାକୁ ନେଇ ପୋ-ଲିସ ତ-ଦନ୍ତ ଜାରୀ ରଖିଛି।

Leave a Reply

Your email address will not be published. Required fields are marked *