ପତ୍ନୀକୁ ଡରେଇବା ପାଇଁ ସ୍ୱାମୀ କଲା ଆ-ତ୍ମହ-ତ୍ୟାର ନାଟକ, କିନ୍ତୁ ସେହି ନାଟକ କାରଣରୁ ପୋ-ଲିସ ହାତରେ ଧରାପଡ଼ିଲା ସ୍ୱାମୀ, ଆଉ ତାପରେ..

ପତ୍ନୀକୁ ଡ଼ରାଇବା ପାଇଁ ଆ-ତ୍ମହ-ତ୍ୟାର ନାଟକ ପ୍ରସ୍ତୁତ କରିଥିବା ସ୍ବାମୀ ସେହି ନାଟକରେ ନିଜେ ଫ-ସିଗଲେ। ନାଟକର ପରିଣାମ ଆଶା ଠାରୁ ଅଧିକ ହୋଇଯିବାରୁ ବାଧ୍ୟ ହୋଇ ସେ ଆ-ତ୍ମସମ-ର୍ପଣ କଲେ। ମଙ୍ଗଳବାର ଦିନ ସକାଳ ସମୟରେ ମୁଣ୍ଡଳି ବ୍ୟାରେଜ ଉପରେ ଏକ ଦୁଇ ଚକିଆ ଗାଡି ବହୁତ ସମୟ ଧରି ଠିଆ ହୋଇଥିଲା। ସେହି ସ୍ଥାନକୁ ଭଲରେ ଯା-ଞ୍ଚ କରିବା ପରେ ଗୋଟିଏ ଚପଲ ପଡ଼ିଥିବା ଜଣା ପଡିଲା। ଏହାପରେ ଲୋକମାନେ ଭାବିଲେ ଯେ ବ୍ୟକ୍ତି ଜଣକ ବୋଧ ହୁଏ ମହାନଦୀକୁ ଡ଼େଇଁ ଆ-ତ୍ମହ-ତ୍ୟା କରିଛନ୍ତି।

ଖବର ପାଇବା ମାତ୍ରେ ପ୍ରଥମେ ବାରଙ୍ଗ ପୋ-ଲିସ ଘ-ଟଣା ସ୍ଥଳରେ ପହଁଚିଥିଲା। ଉ-ଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗ ଆସିଥିଲେ। ତେବେ ଅଗ୍ନିଶମବାହିନୀ ସର୍ଚ୍ଚ ଅପରେସନକୁ ବହୁତ ସମୟ ଧରି ଜା-ରି ରଖିଲା। ସେହି ଗାଡ଼ିର ପଞ୍ଜିକରଣ ନମ୍ବରର ଜଣାପଡିଲା ଯେ ଗାଡ଼ିଟି ଅନୁଗୁଳ ଜିଲ୍ଲା ଶିମିଳିପଡ଼ା ବାସିନ୍ଦା ଝରଣା ମହାକୁଡଙ୍କ ନାମରେ ପଞ୍ଜିକୃତ ହୋଇଛି। ଝରଣାଙ୍କ ସ୍ବାମୀ ରଘୁରଞ୍ଜନ ମହାକୁଡ଼ ସେହି ଗାଡ଼ିଟିକୁ ବ୍ୟବହାର କରନ୍ତି।

ତେବେ ପତ୍ନୀଙ୍କ ସହ ଝ-ଗଡ଼ା ପରେ ରଘୁରଞ୍ଜନ ସୋମବାର ଦିନ ଠାରୁ ନି-ଖୋଜ ଅଛନ୍ତି ଏବଂ ମୁଣ୍ଡଳି ବ୍ୟାରେଜରୁ ତାଙ୍କ ଦୁଇ ଚକିଆ ଜାନଟି ମିଳିବା ପରେ ରଘୁରଞ୍ଜନ ପାଣିକୁ ଡ଼େଇଁ ଆ-ତ୍ମହ-ତ୍ୟା କରି ଥାଇପାରନ୍ତି ବୋଲି ଆଶଙ୍କା ଆହୁରି ଦୃଢ ହୋଇଗଲା। ଏହି ସମୟରେ ହଠାତ ରଘୁରଞ୍ଜନ ଆସି ଆ-ତ୍ମପ୍ର-କାଶ କରିଥିଲେ। ସ୍ଥାନୀୟ ପୋ-ଲିସ ପାଖରେ ପହଞ୍ଚି ସେ ସବୁକଥା କହିଥିଲେ। ରଘୁରଞ୍ଜନ କହିଛନ୍ତି ଯେ ସେ ନିଜ ପତ୍ନୀଙ୍କୁ ଡରେ-ଇବା ପାଇଁ ଏହି ନାଟକ କରିଥିଲେ। ତେବେ ତାଙ୍କ ଦ୍ବାରା କରାଯାଇଥିବା ଏହି ନାଟକ ଏପରି ପରିଣାମ ଦେବ ତାହା ସେ କେବେ ଭାବିନଥିଲେ।

ଏହା ପରେ ରଘୁରଞ୍ଜନ ସବୁ ଭୁଲକୁ ସ୍ୱୀ-କାର କରି ଏକ ଅଣ୍ଡର ଟେକିଂ ଲେଖି ଥା-ନାରୁ ଚାଲିଆସିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ରଘୁରଞ୍ଜନ ଜଣେ ରାଜମିସ୍ତ୍ରୀ ଅଟନ୍ତି ଏବଂ ସେ ପ୍ରତିଦିନ ନି-ଶା ସେ-ବନ କରନ୍ତି। ଏହାକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ଅନେକ ଥର ଝ-ଗଡ଼ା ହୁଏ। ସେଥିପାଇଁ ଏଥିରେ ବିର-କ୍ତ ହୋଇ ରଘୁରଞ୍ଜନ ନିଜ ପତ୍ନୀଙ୍କୁ ଡ଼ରେ-ଇବା ପାଇଁ ଏପରି ନାଟକ କରିଥିଲେ।

Leave a Reply

Your email address will not be published. Required fields are marked *