ଏମିତି ବି ଆସେ ମୃ-ତ୍ୟୁ । ଚିର ନିଦ୍ରାରେ ଶୋଇଗଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ମଶାଣିରେ ଏକା ସାଙ୍ଗରେ ଜଳିଲା ଗୋଟେ ପରିବାରର ୫ ଜୁ-ଇ ।

ରବିବାରର ସକାଳ ସମସ୍ତଙ୍କ ପାଇଁ ନୂଆ ଆଲୋକ ନେଇ ଆସିଥିବା ବେଳେ କାମାକ୍ଷାନଗର ଥା-ନା ଅନ୍ତର୍ଗତ ବାଙ୍ଗୁରା ଗ୍ରାମର ପ୍ରହ୍ଲାଦ ସାମଲ ପରିବାର ପାଇଁ ଘୋର ଅନ୍ଧକାର ଆଣି ଦେଇଛି । ଏକ ସଡ଼କ ଦୁର୍ଘ-ଟଣାରେ ଏହି ପରିବାରର ପାଞ୍ଚ ଜଣ ସଦସ୍ୟ ପ୍ରା-ଣ ହରାଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥା-ନା ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମ-ନ୍ତୁଦ ସଡକ ଦୁର୍ଘ-ଟଣା ଘଟିଥିଲା ଆଉ ଚାଲି ଯାଇଛି ଗୋଟିଏ ଗାଁର ୫ ଜଣଙ୍କ ଜୀବନ । ସୂଚନାନୁସାରେ, କାମାକ୍ଷାନଗର ଥା-ନା ଅନ୍ତର୍ଗତ ବାଙ୍ଗୁରା ଗ୍ରାମର ପ୍ରହ୍ଲାଦ ସାମଲ ପରିବାର ଏକ ଯାତ୍ରୀବାହି ଅଟୋରେ ଯାଉଥିଲେ।

ଏହି ସମୟରେ ଏକ କୋଇଲା ବୋଝେଇ ଟ୍ରକ ଉକ୍ତ ଅଟୋକୁ  ଘୋଷାଡି ନେଇଥିଲା । ଘଟ-ଣାସ୍ଥଳରେ ହିଁ ଅଟୋରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତ-କମାନେ କାମାକ୍ଷାନଗର ଥା-ନା ବାଉଁଶପାଳ ପଂଚାୟତ ବାଙ୍ଗୁରା ଗାଁର ପ୍ରହ୍ଲାଦ ସାମଲ (୫୨), ଅନନ୍ତ ସାମଲ (୨୨), ଆଦିକନ୍ଦ ସାମଲ (୪୮), ଅଂକୁର ସାମଲ (୪୨) ଓ ୧୩ ବର୍ଷର ନାବା-ଳକ ଦିବ୍ୟରଞ୍ଜନ ସାମଲ ବୋଲି ଚିହ୍ନଟ କରାଯାଇଛି ।

ଭୋର ସମୟରେ ମହୁଲ ଟୋଲରୁ ତେଲ ପେଶାଇବା ପାଇଁ ସାମଲ ପରିବାର ଅଟୋରେ ମୁକ୍ତାପଶି ଗ୍ରାମରେ ଥିବା ତେଲ ମିଲକୁ ଯାଉଥିବା ବେଳେ ଏହି ଦୁର୍ଘ-ଟଣା ଘ-ଟିଛି । ଦୁର୍ଘ-ଟଣା ପରେ ଟ୍ରକ ଛାଡି ଡ୍ରାଇଭର ଓ ହେଲପର ଫେ-ରାର ହୋଇ ଯାଇଥିବା ଜଣାପଡିଛି । କ୍ଷ-ତିପୂ-ରଣ ଦାବି କରି ଗ୍ରାମବାସୀ ତରଫରୁ ରାସ୍ତା ଅବରୋଧ କରାଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହିଛି । ଉତ୍ତେ-ଜନାକୁ ଆଖି ଆଗରେ ରଖି ବିପୁଳ ପୋ-ଲିସ ମୁତ-ୟନ କରାଯାଇଛି ।

ସ୍ଥାନୀୟ ପ୍ରଶା-ସନୀକ ଅଧିକାରୀମାନେ ଘଟ-ଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝୁସୁଧା କରିବାକୁ ଚେଷ୍ଟା କରିଛନ୍ତି । ୫୩ ନମ୍ବର ଜାତୀୟ ରାଜପଥର ଚାରି ଲେନ କାମ ଜାରି ରହିଛି । ଅନେକ ସ୍ଥାନରେ ଚାରି ଲେନ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ କିଛି କାମ ଏବେ ବି ବାକି ଅଛି, ଫଳରେ ଏହି ଭଳି ଦୁର୍ଘ-ଟଣା ବାରମ୍ବାର ଘ-ଟୁଛି । ରାସ୍ତା କାମ ଚାଲୁ ରହିଥିବା ବେଳେ ଡିଭାଇଡର ମଧ୍ୟ ରହୁନାହିଁ । ଯାହା ଫଳରେ ମାଲବାହି ଗାଡି କ୍ଷିପ୍ର ଗତିରେ ଗାଡିଚାଳନା କରୁଛନ୍ତି । ତେଣୁ ଖୁବଶୀଘ୍ର ରାସ୍ତା କାମ ସାରି ଦୁର୍ଘ-ଟଣା ପ୍ରବଣ ଅଞ୍ଚଳ ଚିହ୍ନଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *