କେନ୍ଦ୍ରାପଡା ଡେରାବିଶ ଅଞ୍ଚଳରେ ସାରଥୀଙ୍କ ପରେ ନାଲି ବାବାଙ୍କ ପାଦୁର୍ଭାବ

ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ଅନେକ ଭ-ଣ୍ଡ ବାବା ମାନେ ବାହାରିବାକୁ ଲାଗିଲେଣି । ତାଙ୍କ ଭ-ଣ୍ଡାମୀ ଦିନକୁ ଦିନ ମଧ୍ୟ ଖୁବ୍ ବଢ଼ିବାରେ ଲାଗିଛି । ଲୋକ ମାନେ ଏହି ଭ-ଣ୍ଡ ବାବା ମାନଙ୍କ ପ୍ରତି ଏବେ ମଧ୍ଯ ସଚେ-ତନ ନାହାଁନ୍ତି । ସେମାନେ ଏବେ ମଧ୍ୟ ଏହି ଭ-ଣ୍ଡ ବାବା ମାନଙ୍କୁ ବିଶ୍ବାସ କରିଥାଆନ୍ତି । ଆଧ୍ୟାତ୍ମିକ ଗୁରୁ ନାମରେ ସମାଜ ପାଇଁ ସେ ଏକ କ-ଳଙ୍କ ଅଟନ୍ତି । ହେଲେ ଏକଥା ଜନ ସାଧାରଣ ମାନେ କେବେ ହେଲେ ମଧ୍ୟ ବୁଝି ନଥାନ୍ତି

ଆଉ ସେହି ଭ-ଣ୍ଡ ବାବା ମାନେ ନିରୀହ ଲୋକଙ୍କୁ ଠକି ଚଳିବାରେ ମଧ୍ଯ ସମର୍ଥ ହୋଇ ଥାଆନ୍ତି । ଆପଣ ମାନେ ଜାଣିଥିବେ ବର୍ତ୍ତମାନର ବାବା ମାନେ ପଇସାକୁ ସେମାନଙ୍କର ଗୁରୁତ୍ଵ ଦେଉଥିବା ବେଳେ ଏବେ ସର୍ବ ପ୍ରଥମେ ସେମାନେ ସେମାନଙ୍କର ଯୌ-ନ ଭୋକ ମେଣ୍ଟେଇବାକୁ ଚାହାନ୍ତି । ଏଥିପାଇଁ ସେମାନେ ମଧ୍ୟ ଅନେକ ସିଷ୍ୟା ରଖି ଥାଆନ୍ତି । ଯେତିକି ସବୁ ଅନୈତିକ ଅସାମାଜିକ କାମରେ ଲିପ୍ତ ଥାଆନ୍ତି ଏହି ଭ-ଣ୍ଡ ବାବା ସବୁ । ନିକଟରେ ତୋ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ସାରଥୀଙ୍କ କଥା ଓଡ଼ିଶାରେ ଚହଳ ପକାଇଥିଲା । ଆଉ ଏବେ ଅନ୍ୟ ଜଣେ ନକଲି ବାବା ଘ-ଟଣା ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ।

ଡେରାବିଶ ଅଞ୍ଚଳରେ ବଢ଼ି ଚାଲିଛି ଆତ୍ମଘୋଷିତ ବାବା ମାନଙ୍କ ପାଦୁର୍ଭାବ । ଗତ ଜନ୍ମାଷ୍ଟମୀ ସମୟରୁ ପୁଣି ଡେରାବିଶ ବାରିମୂଳ ଅଞ୍ଚଳରେ ବାବା ସାରଥୀଙ୍କ ଭକ୍ତ ମାନଙ୍କ ସାରଥୀ କ୍ରେଜ ଦେଖା ଦେଇଥିବା ବେଳେ ଏବେ ପୁଣି ଡେରାବିଶ ରଘୁଦେଇପୁର ଅଞ୍ଚଳରେ ନାଲି ବାବା ନାମରେ ଜଣେ ଆତ୍ମଘୋ-ଷିତ ବାବା କିଛି ବର୍ଷ ହେବ ଆବିର୍ଭାବ ହୋଇ ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଟାନ ଖୋଲି ଥିଲେ ।

କିନ୍ତୁ ବାବାଙ୍କ ଶିକ୍ଷାନୁଷ୍ଟାନର ସ୍କୁଲ ଗାଡି ଡ୍ରାଇଭର ମାନଙ୍କ ମାସିକ ପାରିଶ୍ରମିକ ଦେଉନଥିଲେ । ମୁଣ୍ଡ ପିଛା ଷାଠିଏରୁ ସତୁରୀ ହଜାର ହିସାବରେ ପାଖାପାଖି ଦଶ ଜଣ ଡ୍ରାଇଭରଙ୍କ ୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବାକି ରଖିଥିବା ବେଳେ ଅନେକ ମାସର ଏହି ବକେୟା ପlରିଶ୍ରମିକ ଦେଉନାହାନ୍ତି ।

ଡ୍ରାଇଭର ମାନେ ଟଙ୍କା ମାଗିବାରୁ ବାବା ତାଙ୍କୁ ନାନାଦି ଧ-ମକ ଦେବା ସହ ଆକ୍ର-ମଣର ଉଦ୍ୟମ ମଧ୍ୟ କରିଥିଲେ । ଫଳରେ ଶ୍ରମିକ ମାନେ ଡେରାବିଶ ଥା-ନାର ଦ୍ୱାରସ୍ତ ହୋଇଛନ୍ତି । ତେବେ ଅଭି-ଯୋଗକାରୀ ମାନେ ଆହୁରି ମଧ୍ୟ ବାବାଙ୍କ ବିଭିନ୍ନ କେଳେ-ଙ୍କାରୀ ବିଷୟରେ ଅଭି-ଯୋଗ କରିଛନ୍ତି । ଏନେଇ ନାଲି ବାବା ତଥା ଅଭ-ୟl ନନ୍ଦ ଦାସଙ୍କ କୌଣସି ପ୍ରତି-କ୍ରିୟା ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *