୪୨ ଦିନ ମଧ୍ୟରେ ମିଳିବ ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡ ! ବାସ ଏହି କୁଆଁରୀ ଗଛକୁ ଥରେ ପୂଜା କରି ଚେଷ୍ଟା କରନ୍ତୁ !

ଆଜିର ଦୁନିଆରେ କେହି ପ୍ରେମ କରୁ ନାହାଁନ୍ତି ବୋଲି କହିହେବ ନାହିଁ, କାରଣ ୧୦୦ ଭାଗରୁ ୯୯ ଭାଗ ଲୋକ ମାନେ ପ୍ରେମ କରୁଛନ୍ତି କିଏ ପ୍ରେମରେ ସଫଳ ହୁଅନ୍ତି ଆଉ କିଏ ପ୍ରେମରେ ସଫଳ ହୁଅନ୍ତି ନାହିଁ। କୁହାଯାଏ, ଯାହାକୁ ଥରେ ପ୍ରେମ ନିଶା ଚଢ଼ିଯାଏ ତାହା ସହଜରେ ଛାଡ଼େ ନାହିଁ । ପ୍ରେମିକାଙ୍କୁ ପାଇବା ପାଇଁ ପ୍ରେମିକମାନେ ଅନେକ ଉପାୟ ଆପଣାଇଥାନ୍ତି । କିଏ ଫୁଲଦେଇ, କିଏ ଦାମି ଗିଫ୍ଟ ଦେଇ, କିଏ ଅନ୍ୟାନ୍ୟ ଲୋଭ ଦେଖାଇଥାନ୍ତି । ଆଜି ଆମେ ଆପଣମାନଙ୍କୁ ଏକ କୁଆଁରୀ ଗଛ ବିଷୟରେ କହିବୁ। ନିଜ ଗାର୍ଲଫ୍ରେଣ୍ଡଙ୍କୁ ପାଇବା ପାଇଁ ପ୍ରେମିକମାନେ ଭାଲେଣ୍ଟାଇନ୍ସ ଡେରେ ଏହି ପଛକୁ ପୂଜା କରିଥାନ୍ତି।

ଜଣାପଡ଼ିଛି ଯେ, ଦିଲ୍ଲୀ ୟୁନିଭରସିଟିର ହିନ୍ଦୁ କଲେଜ ପରିସରରେ ଏକ ଗଛ ରହିଛି । ଏହି ଗଛକୁ ସମସ୍ତେ ‘କୁଆଁରୀ ଗଛ’ ନାମରେ ଜାଣନ୍ତି । ଭାଲେଣ୍ଟାଇନ୍ସ ଡେରେ ଏହି ଗଛକୁ ପୂଜା କରିବା ପୂର୍ବରୁ ଭଲ ଭାବରେ ସ-ଜ୍ଜିତ କରାଯାଏ । ଏହି ଗଛକୁ ବେଲୁନ୍, କଣ୍ଡୋମ୍ ସହ ବିଭିନ୍ନ ପ୍ରକାର ଲଭ ଆକୃତିର ଚିତ୍ରରେ ସଜାଯାଇଥାଏ । ଏହି ପୂଜାକୁ ନେଇ ପିଲାମାନଙ୍କ ମଧ୍ୟରେ ଅନେକ ବିଶ୍ୱାସ ରହିଛି ।

ଭାଲେଣ୍ଟାଇନ୍ସ ଡେରେ ପୂଜାରେ ଉପସ୍ଥିତ ରହି ପ୍ରସାଦ ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ୬ ସପ୍ତାହ ମଧ୍ୟରେ ଗାର୍ଲଫେଣ୍ଡ ବା ବୟଫ୍ରେଣ୍ଡ ମିଳିଥାଏ।ଏଥିସହ ୧ ବର୍ଷ ମଧ୍ୟରେ ଭର୍ଜିନିଟି ହରାଇବାକୁ ପଡ଼ିଥାଏ ବୋଲି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧାରଣା ରହିଆସିଛି।ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ଏହି ପୂଜା କରିଆସୁଛନ୍ତି। ଏହି ପୂଜାକୁ କଲେଜର ଅଧ୍ୟକ୍ଷ ବହୁବାର ବି-ରୋ-ଧ କରିଆସୁଥିଲେ ମଧ୍ୟ ପୂଜାରେ କୌଣସି ପ୍ରତିବ-ନ୍ଧକ ସୃଷ୍ଟି ହୋଇନାହିଁ।ଏହି ପରମ୍ପରା ପ୍ରାୟ ୭୦ ବର୍ଷ ଧରି ଚାଲିଆସୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *