ପୁଅ-ବୋହୂ ଉପରେ କେ-ସ କଲେ ବାପା-ମାଆ, କହିଲେ ଗୋଟେ ବର୍ଷ ମଧ୍ୟରେ ଆମକୁ ଜେଜେବାପା- ଜେଜେମାଆ କରାଅ, ନଚେତ….

ଉତ୍ତରାଖଣ୍ଡର ଜଣେ ବୃଦ୍ଧ ଦମ୍ପତି ଏସଆର ପ୍ରସାଦ (SR PRASAD) ଏବଂ ତାଙ୍କ ପତ୍ନୀ,ଏକ ନାତି ପାଇବା ପାଇଁ ବୋହୁ ଏବଂ ପୁଅ ଉପରେ କେ-ସ କରିଥିଲେ ଏବଂ ଅଦାଲତରେ ଗୁହାରି କରିଥିଲେ। ଏହି ଆଶ୍ଚର୍ଯ୍ୟଜନକ ମା-ମ-ଲାରେ ଦମ୍ପତି ପୁଅ ଏବଂ ବୋହୂ ଠାରୁ ଏକ ବର୍ଷ ମଧ୍ୟରେ ସେମାନଙ୍କର ଚାହିଦା ପୂରଣ କରିବାକୁ ଏବଂ ପୁଅର ଶିକ୍ଷା ଏବଂ ଲାଳନପାଳନରେ ଖର୍ଚ୍ଚ ହୋଇଥିବା କୋଟି ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି। ଓକିଲଙ୍କ ଅନୁଯାୟୀ ଏହି ବୃଦ୍ଧ ଦମ୍ପତିଙ୍କ ଆବେଦନ 17 ମେ ରେ ଶୁଣାଣି ହେବ।

ବୃଦ୍ଧ ପିତାମାତାଙ୍କ କଷ୍ଟ।

ଏସଆର ପ୍ରସାଦ କହିଛନ୍ତି, ‘ତାଙ୍କ ପୁଅକୁ ଶିକ୍ଷିତ କରିବା ଏବଂ ତାଙ୍କୁ ଆମେରିକାରୁ ତାଲିମ ଦେବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ କୌଣସି ଜମା ବାକି ନାହିଁ। ନାତି କିମ୍ବା ନାତୁଣୀଙ୍କ ଆଶାରେ ଆମେ ତାକୁ 2016 ରେ ବିବାହ କରାଇଥିଲୁ ଯାହା ଦ୍ୱାରା ଆମର ବୃଦ୍ଧାବସ୍ଥା ଆରାମରେ ବିତାଇହେବ। କିନ୍ତୁ ବିବାହ ପରେ ପୁଅ ଏବଂ ବୋହୂ ଆମକୁ ଏକୁଟିଆ ଛାଡିଦେଲେ। ଘର ନିର୍ମାଣ ପାଇଁ ଆମେ ବ୍ୟାଙ୍କରୁ ଲୋନ ନେଇଛୁ। ଆମେ ଆର୍ଥିକ ଏବଂ ବ୍ୟକ୍ତିଗତ ଭାବେ ଅସୁବିଧା ଭୋଗୁଛୁ। ସେଥିପାଇଁ ଆମେ ଉଭୟ ପୁଅ ଏବଂ ବୋହୂଙ୍କଠାରୁ 2.5 କୋଟି ଟଙ୍କା କ୍ଷ-ତିପୂ-ରଣ ଦାବି କରିଛୁ।

ସମାଜର ସତ୍ୟତା ଦର୍ଶାଉଛି ଏହି କେ-ସ।

ପିତାଙ୍କ ପୁଅ ବି-ରୋ-ଧରେ ଓକିଲ କହିଛନ୍ତି ଯେ ଏହି ମା-ମ-ଲା ସମାଜର ସତ୍ୟତାକୁ ଦର୍ଶାଉଛି। ଓକିଲ ଏ.କେ ଶ୍ରୀବାସ୍ତବଙ୍କ ଅନୁଯାୟୀ, ପୀ-ଡି-ତା ଦମ୍ପତି କହିଛନ୍ତି ଯେ ପ୍ରତ୍ୟେକ ପିତାମାତାଙ୍କ ପରି ସେମାନେ ମଧ୍ୟ ନିଜ ପିଲାମାନଙ୍କ ପାଇଁ ଟଙ୍କା ଖର୍ଚ କରିଥିଲେ ଏବଂ ସେମାନଙ୍କୁ ସମାଜରେ ରହିବାକୁ ଯୋଗ୍ୟ କରିଥିଲେ। କିନ୍ତୁ ପୁଅ- ବୋହୁ ଯେତେବେଳେ ସେମାନଙ୍କୁ ଛାଡି ପଳେଇଲେ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା।

Leave a Reply

Your email address will not be published. Required fields are marked *