ଗାଡି ଗୁଡିକର ଟାୟାରର ରଙ୍ଗ କଣ ପାଇଁ ହୋଇଥାଏ କଳା, ଜାଣନ୍ତୁ ଏହାର ସତ୍ୟତା ବିଷୟରେ

ଦୁନିଆରେ ଅନେକ ଭିନ୍ନ ଭିନ୍ନ ରଙ୍ଗ ଅଛି। ରଙ୍ଗକୁ ଏକାଠି ମିଶାଇ ଏକ ନୂଆ ରଙ୍ଗ ମଧ୍ୟ ପ୍ରସ୍ତୁତ କରାଯାଏ। ଆପଣ ରାସ୍ତାରେ ବିଭିନ୍ନ ରଙ୍ଗର ଯାନ ଦେଖିଥିବେ ନିଶ୍ଚୟ। କିନ୍ତୁ ଆପଣ ଧ୍ୟାନ ଦେଇଛନ୍ତି କି ଯାନବାହାନର ଟାୟାର ରଙ୍ଗ ସବୁବେଳେ କଳା କାହିଁକି? ଆଜି ଏହି ପ୍ରଶ୍ନର ଉତ୍ତର ଦେବା।

ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ବିବିସିରେ ପ୍ରକାଶିତ ହୋଇଥିଲା। ସେହି ରିପୋର୍ଟ ଅନୁଯାୟୀ, ପୂର୍ବରୁ ଟାୟାରଗୁଡ଼ିକ ରବରରେ ତିଆରି ହେଉଥିଲା। ଆପଣ ଜାଣିଥିବେ ଯେ ରବରର ପ୍ରାକୃତିକ ରଙ୍ଗ ଧଳା ଅଟେ। କିନ୍ତୁ ପରବର୍ତ୍ତୀ ସମୟରେ ବୈଜ୍ଞାନିକମାନେ ଅନୁସନ୍ଧାନ କଲେ ଏବଂ ଜାଣିବାକୁ ପାଇଲେ ଯେ ଏହି ଟାୟାରରେ କାର୍ବନ ଏବଂ ସଲଫରକୁ ମିଶ୍ରଣ କରାଯାଏ।

କଞ୍ଚା ରବରର ରଙ୍ଗ ହଳଦିଆ। ଟାୟାରକୁ ଶକ୍ତିଶାଳୀ କରିବା ପାଇଁ କାର୍ବନ ମିଶ୍ରଣ କରାଯାଏ। ଫଳରେ ଟାୟାରଟି ଅଧିକ ଦିନ ଧରି ରହେ ଏବଂ ଶୀଘ୍ର ନଷ୍ଟ ହୋଇନଥାଏ। କାର୍ବନର ରଙ୍ଗ କଳା, ତେଣୁ ଯେତେବେଳେ କାର୍ବନ ରବର ସହିତ ମିଶ୍ରିତ ହୁଏ, ଏହାର ରଙ୍ଗ କଳା ହୋଇଯାଏ। ଏକ ଅଧ୍ୟୟନ ଅନୁଯାୟୀ କେବଳ ରବରର ଟାୟାର ମାତ୍ର 8 ହଜାର କିଲୋମିଟର ଗତିକରିପାରିବ କିନ୍ତୁ କାର୍ବନ ଏଥିରେ ମିଶିବା ଦ୍ୱାରା ଟାୟାର 1 ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ।

ଟାୟାରଗୁଡିକ ଅନ୍ୟ ରଙ୍ଗର କାହିଁକି ନୁହେଁ?

ଆପଣ ପିଲାମାନଙ୍କ ସାଇକେଲ ଦେଖିଥିବେ ନିଶ୍ଚୟ, ସେଗୁଡିକ ରଙ୍ଗୀନ ହୋଇଥାଏ। ଏଥିରେ କାର୍ବନ ମିଶାଯାଏ ନାହିଁ, ଏବଂ ଟାୟାର ଶୀଘ୍ର ଶେଷ ହୋଇଯାଏ। ପିଲାମାନଙ୍କର ସାଇକେଲ ରାସ୍ତାରେ କମ୍ ଚାଲିଥାଏ ଏବଂ ଏହି କାରଣରୁ ଏଥିରେ କାର୍ବନ ମିଶା ଯାଏ ନାହିଁ ଏବଂ ଟାୟାରକୁ ଅଲଗା ରଙ୍ଗ କରାଯାଏ।

Leave a Reply

Your email address will not be published. Required fields are marked *