ପ୍ରାୟତଃ କୁହାଯାଏ ଯେ ଯେଉଁ ବ୍ୟକ୍ତି ଶିକ୍ଷିତ ନୁହଁନ୍ତି ସେ କେବେ ସଫଳ ହୋଇପାରିବ ନାହିଁ। କିନ୍ତୁ ଏହା ମଧ୍ୟ କୁହାଯାଏ ଯେ ଯଦି କୌଣସି ବ୍ୟକ୍ତିର ଏକ ଦୃଢ ଇଚ୍ଛାଶକ୍ତି ଏବଂ ଲକ୍ଷ ସ୍ଥିର ଥିବ , ତେବେ ସେ ନିଶ୍ଚିତ ସଫଳତା ହାସଲ କରିବ। ସମାନ କଥା ସୁନନ୍ଦା ଶିବାଜୀ କ୍ଷୀରସାଗର ନାମକ ଜଣେ ମହିଳାଙ୍କ ଦ୍ୱାରା ପ୍ରମାଣିତ ହୋଇଛି।ଯିଏ ନିଜେ କମ୍ ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କ ସଫଳତାର କାହାଣୀ ଲେଖିଥିଲେ।
ବାସ୍ତବରେ ସୁନନ୍ଦା ନିଜ ପରିବାରକୁ ସମ୍ଭାଳିବା ପାଇଁ ନିଜେ କୁକୁଡ଼ା ଚାଷର ବ୍ୟବସାୟ ଆରମ୍ଭ କରିଥିଲେ। ସେ 500 କୁକୁଡ଼ା ସାହାଯ୍ୟରେ ଏହି ବ୍ୟବସାୟ ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଜି ତାଙ୍କର 50 ହଜାର କୁକୁଡ଼ା ଅଛି।କେବଳ ଏତିକି ନୁହେଁ ସୁନନ୍ଦା ମଧ୍ୟ ତାଙ୍କ ପରି ଅନେକ ମହିଳାଙ୍କୁ ରୋଜଗାର ଦେଇଥିଲେ। ମହାରାଷ୍ଟ୍ର ସରକାର ଔରଙ୍ଗାବାଦର କୃଷିବିଜ୍ଞାନ କେନ୍ଦ୍ରର ସୁପାରିଶ କ୍ରମେ ସୁନନ୍ଦାଙ୍କୁ କୃଷି ଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ଔରଙ୍ଗାବାଦ ଜିଲ୍ଲାର ପେଠନ ତହସିଲର ପାଙ୍ଗଡ଼ା ଗାଁର ଅଟନ୍ତି ସୁନନ୍ଦା। ସୁନନ୍ଦା କହିଛନ୍ତି ଯେ ତାଙ୍କ ସ୍ୱାମୀ ଶିବାଜୀ ବିଜ୍ଞାନରେ ସ୍ନାତକ ଅଟନ୍ତି। ସ୍ୱାମୀ କାମ କରିବା ପରିବର୍ତ୍ତେ ଚାରି ଏକର ଜମି କିଣି କୁକୁଡ଼ା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରେ କେବଳ 5000 ରୁ 6000 ର ଅଭାବ ଦେଖାଦେଇଥିଲା। କିନ୍ତୁ ବର୍ତ୍ତମାନ ସେ ପ୍ରତି ମାସରେ 7 ରୁ 8 ଲକ୍ଷ ଟଙ୍କା ରୋଜଗାର କରନ୍ତି। ଏହା ବ୍ୟତୀତ ବର୍ତ୍ତମାନ ତାଙ୍କର 4 ଏକର ପରିବର୍ତ୍ତେ 27 ଏକର ଜମି ଅଛି।
ମହିଳାମାନଙ୍କୁ ଦେଲେ ପ୍ରେରଣା।
ଔରଙ୍ଗାବାଦର କୃଷି ବିଜ୍ଞାନ କେନ୍ଦ୍ରର କୁକୁଡ଼ା ବିଶେଷଜ୍ଞ ଅନୀତା ଜିନ୍ତୁରକର କହିଛନ୍ତି ଯେ ସାଧାରଣତଃ ମହିଳାମାନେ କୁକୁଡ଼ା ଓ ଛେଳି ପାଳନ୍ତି ନାହିଁ, କିନ୍ତୁ ସୁନନ୍ଦା ଏହି କ୍ଷେତ୍ରରେ ସଫଳତା ହାସଲ କରି ମହିଳାମାନଙ୍କୁ ପ୍ରେରଣା ଦେଇଛନ୍ତି।ଏଭଳି ପରିସ୍ଥିତିରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବାକୁ ଅନ୍ୟ ଏକ ବିକଳ୍ପ ପାଇଛନ୍ତି।