କେବଳ ଆମ ଦେଶରେ ନୁହେଁ ବରଂ ଦୁନିଆର ପ୍ରତ୍ୟେକ କୋଣରେ ଚାହା ପସନ୍ଦ କରାଯାଏ ଏବଂ ପିଆଯାଏ। ଏହାର ପ୍ରକାର ସ୍ଥାନ ଅନୁଯାୟୀ ଭିନ୍ନ ହୋଇପାରେ। କିନ୍ତୁ କ୍ଷୀର ଵାଲା ଚାହା କିଏ ପସନ୍ଦ ନକରେ।ବିଶେଷକରି ଭାରତରେ ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି।
ଚାହା ଆପଣଙ୍କୁ କେବଳ ସତେଜତା ଦିଏନାହିଁ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି। ଏହି କାରଣରୁ ଚୀନ୍ ଏବଂ ଜାପାନର ଲୋକମାନେ ମଧ୍ୟ ଏହାକୁ ଅଧିକ ପିଇବାକୁ ପସନ୍ଦ କରନ୍ତି।
ଆମ ଦେଶରେ ଲୋକମାନେ ନିୟମିତ ଭାବେ ଚାହା ପିଅନ୍ତି କିନ୍ତୁ ଏହାର ଲାଭ ବିଷୟରେ ଅବଗତ ନଥାନ୍ତି। ଆଜି ଆମେ ଆପଣଙ୍କୁ ଚା ପିଇବାର ଉପକାରିତା ବିଷୟରେ କହିବାକୁ ଯାଉଛୁ। ଏକ ନୂତନ ରିପୋର୍ଟରେ ଏହା ଦାବି କରାଯାଇଛି।
ଚାହାର ପେୟ ପଦାର୍ଥରେ ପଲିଫେନୋଲସ୍ ଥାଏ ଯାହାର ବିଭିନ୍ନ ସ୍ୱାସ୍ଥ୍ୟ ଉପକାରିତା ପାଇଁ ଜଣାଶୁଣା। ଚାହାରେ ମିଳୁଥିବା କ୍ୟାଟେଚିନ୍, ଥିଆପ୍ଲେବିନ୍ସ ଏବଂ ଥରୁବିଗିନସ୍ ଭଳି ଯୌଗିକରେ ଅନେକ ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-କ୍ୟାନସର ଏବଂ କାର୍ଡିଓପ୍ରୋଟେକ୍ଟିଭ୍ ଗୁଣ ରହିଛି, ଯାହା ଆପଣଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ।
ଏହି ନୂତନ ଅନୁସନ୍ଧାନରେ ଦାବି କରାଯାଇଛି ଯେ ଚାହା ପିଇଲେ ଏହା କ୍ୟାନ୍ସର ଏବଂ ହୃଦରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ଚାହା ଦ୍ୱାରା ’ଡିମେନ୍ସିଆର ଆଶଙ୍କା ମଧ୍ୟ କମିଯାଏ।
ଏହି ରିପୋର୍ଟ ଅନୁଯାୟୀ ଦୈନିକ ଚାହା ପିଉଥିବା ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିପାରିବେ। ଅନୁସନ୍ଧାନରୁ ଜଣାପଡିଛି ଯେ ଦୈନିକ 1 କପ୍ ଚାହା ପିଇଲେ ’ଷ୍ଟ୍ରୋକ୍ କିମ୍ବା ହୃଦଘାତର ଆଶଙ୍କା 4 ପ୍ରତିଶତକୁ ହ୍ରାସ ହୋଇପାରେ।