ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବା ପରେ ବର୍ତ୍ତମାନ ଓଲା ଇଲେକ୍ଟ୍ରିକ୍ କାର୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଓଲା ଇଲେକ୍ଟ୍ରିକ୍ ର ଏହି କାରରେ ଅଟୋନୋମସ୍ ମୋବିଲିଟି (Autonomous Mobility) ରହିବ। କମ୍ପାନୀ ଏହାର ପରୀକ୍ଷା ଆରମ୍ଭ କରିସାରିଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହାକୁ ବଜାରରେ ଲଞ୍ଚ କରିବାକୁ ଯୋଜନା କରାଯାଇଛି। କମ୍ପାନୀର ସିଇଓ ଭବୀସ୍ ଅଗ୍ରୱାଲ (Bhavish Aggarwal) ଏହି ସୂଚନା ଦେଇଛନ୍ତି।
2024 ସୁଦ୍ଧା ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି।
ଅଗ୍ରୱାଲ ଓଲା ଇଲେକ୍ଟ୍ରିକର ଫ୍ୟୁଚର ଫ୍ୟାକ୍ଟ୍ରି ପ୍ଲାଣ୍ଟରେ ରିପୋଟର୍ସ ସହ କଥାବାର୍ତ୍ତା ହେଉଥିଲେ। ତାମିଲନାଡୁର କୃଷ୍ନାଗିରି ଜିଲ୍ଲାରେ ଅବସ୍ଥିତ ଏହି ପ୍ଲାଣ୍ଟରେ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ଅଟୋନୋମସ୍ ଟେକ୍ନୋଲୋଜି ସହିତ ସଜ୍ଜିତ କାର ଲଞ୍ଚ କରିବା ପାଇଁ ଓଲା ପ୍ରସ୍ତୁତି ହେଉଛି। ସେ କହିଛନ୍ତି, ‘ଓଲା ଇଲେକ୍ଟ୍ରିକ୍ ପ୍ରାୟ 6 ମାସ ପୂର୍ବରୁ ଏକ ଅଟୋନୋମସ୍ ଗାଡି ପରୀକ୍ଷା କରିବା ଆରମ୍ଭ କରିଛି। ଏହା 2023 ର ଶେଷ ଭାଗରେ କିମ୍ବା 2024 ର ଆରମ୍ଭରେ ବଜାରରେ ଲଞ୍ଚ ହେବ।
ଏତେ ହେବ ଓଲା କାରର ମୂଲ୍ୟ।
ପ୍ରସ୍ତାବିତ କାରର ମୂଲ୍ୟ ବିଷୟରେ ଅଗ୍ରୱାଲ ମଧ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଓଲା ଇଲେକ୍ଟ୍ରିକ୍ କାରର ମୂଲ୍ୟ ପାଖାପାଖି 10 ଲକ୍ଷ ଟଙ୍କା ରଖିବାକୁ ଚେଷ୍ଟା କରିବ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହାକୁ ପାଇପାରିବେ। ଓଲା ସିଇଓ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ କମ୍ପାନୀ ଚଳିତ ବର୍ଷ ସ୍ୱଳ୍ପ ମୂଲ୍ୟର ଓଲା S1 ସ୍କୁଟର ଲଞ୍ଚ କରିବାକୁ ଯୋଜନା କରୁଛି।
ଫ୍ୟାକ୍ଟ୍ରିରେ ସୋକେସ ଅଟେ ସେଲ୍ଫ ଡ୍ରାଇଭିଂ କାର୍ଟ।
ଓଲାର ଗାଡି ଉତ୍ପାଦନ କାରଖାନା ପୋଚମପଲି ଟାଉନରେ 500 ଏକର ଉପରେ ବିସ୍ତାର ହୋଇଛି। କମ୍ପାନୀ ଏହି କାରଖାନାରେ ଓଲା ସେଲ୍ଫ ଡ୍ରାଇଭିଂ କାର୍ଟ ମଧ୍ୟ ପ୍ରଦର୍ଶନ କରିଛି।ଏହି ସେଲ୍ଫ୍ ଡ୍ରାଇଭିଂ କାର୍ଟ LiDAR ଅର୍ଥାତ ଲାଇଟ ଡିଟେକ୍ସନ ଏବଂ ରେଙ୍ଗିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରେ। କମ୍ପାନୀ ଏହି କାର୍ଟକୁ ଅନ୍ୟ ଦେଶକୁ ରପ୍ତାନି କରିବାକୁ ଯାଉଛି। ଏହି କାର୍ଟ ହସ୍ପିଟାଲ୍, ମଲ୍ ଏବଂ ଅଫିସ୍ ଇତ୍ୟାଦିରେ ବ୍ୟବହାର କରାଯାଇପାରିବ।