ଯେକୌଣସି ରଙ୍ଗର ସାବୁନ ହେଲେ ମଧ୍ୟ କଣ ପାଇଁ ବାହାରେ କେବଳ ଧଳା ଫେଣ।:-

ସାବୁନ୍ ସମସ୍ତେ ବ୍ୟବହାର କରନ୍ତି। ନିଜର ପସନ୍ଦ ଅନୁଯାୟୀ ସମସ୍ତେ ବିଭିନ୍ନ ପ୍ରକାରର ସାବୁନ୍ ଆଣନ୍ତି। ବଜାରରେ ଗାଧେଇବା ସାବୁନଠାରୁ ଆରମ୍ଭ କରି କପଡା ଧୁଆ ସାବୁନ ପର୍ଯ୍ୟନ୍ତ ସବୁ ଉପଲବ୍ଧ। ଏହି ସାବୁନ ଗୁଡିକ ଅଲଗା ଅଲଗା ଆକାର ଏବଂ ରଙ୍ଗର ଆସିଥାଏ। ଆପଣ କେବେ ଭାବିଛନ୍ତି କି ସାବୁନ୍ ଯେକୌଣସି ରଙ୍ଗର ହେଲେ ମଧ୍ୟ ସର୍ବଦା ଧଳା ରଙ୍ଗର ଫେଣ କାହିଁକି ଦିଏ?

ଧଳା ଫେଣ କାହିଁକି?

କେବେ ନା କେବେ ଆପଣଙ୍କ ମନରେ ଏହା ମଧ୍ୟ ଆସିଥିବ ଯେ ସାବୁନ ଯେଉଁ ରଙ୍ଗର ହେଲେ ମଧ୍ୟ ଧଳା ଫେଣ କାହିଁକି ବାହାରେ। ଚାଲନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ବିଷୟରେ ଜାଣିବା।

ଧଳାରଙ୍ଗର କାହିଁକି ହୁଏ ଫେଣ।

ବିଜ୍ଞାନ ଅନୁଯାୟୀ କୌଣସି ବସ୍ତୁର ନିଜସ୍ୱ ରଙ୍ଗ ନଥାଏ। କୌଣସି ବସ୍ତୁ ରଙ୍ଗୀନ ଦେଖାଯିବାର କାରଣ ହେଉଛି ପ୍ରକାଶର କିରଣ ଅଟେ।

ଜାଣନ୍ତୁ ଏହା ପଛର ବିଜ୍ଞାନ।

ଯଦି କୌଣସି ବସ୍ତୁ ପ୍ରକାଶର କିରଣକୁ ସମ୍ପୂର୍ଣ୍ଣ ଅବଶୋଷିତ କରିଦିଏ ତାହା କଳା ରଙ୍ଗର ଦେଖାଯାଏ। ଅନ୍ୟ ପଟେ ଯଦି କୌଣସି ବସ୍ତୁ ପ୍ରକାଶର କିରଣକୁ ପ୍ରତିଫଳିତ କରେ ତେବେ ତାହା ଧଳା ରଙ୍ଗର ଦେଖାଯାଏ। ଏହା ସାବୁନ ଫେଣ କ୍ଷେତ୍ରରେ ମଧ୍ୟ ସମାନ।

କଣ କହେ ରି-ପୋ-ର୍ଟ।

ଏଥେନ୍ସ ସାଇନ୍ସ ରି-ପୋ-ର୍ଟ କହିଛି ଯେ ସାବୁନ ଯେକୌଣସି ରଙ୍ଗର ହେଲେ ମଧ୍ୟ ଏହା ଯେତେବେଳେ ଫେଣ ବାହାର କରେ ଏଥିରେ ବାୟୁ, ଜଳ ଏବଂ ସାବୁନ ଅଂଶ ଥାଏ। ଏହା ଉପରେ ଯେତେବେଳେ ଆଲୋକର କିରଣ ପଡେ ତାହା ପ୍ରତିଫଳିତ ହୋଇଯାଏ। ଏହି କାରଣରୁ ଏହି ଫେଣ ଧଳା ଦେଖାଯାଏ।

ଟ୍ରାନ୍ସପ୍ୟାରେଣ୍ଟ ଅଟନ୍ତି ଫେଣରୁ ତିଆରି ବବୁଲ।

ବିଜ୍ଞାନ ଏହା ମଧ୍ୟ କହିଛି ଯେ ସାବୁନର ଫେଣରୁ ତିଆରି ହେଇଥିବା ଛୋଟ ଛୋଟ ବବୁଲ ସତରଙ୍ଗୀ ପାରଦର୍ଶିରୁ ତିଆରି। କିନ୍ତୁ ବାସ୍ତବରେ ସଗୁଡିକ ଟ୍ରାନ୍ସପ୍ୟାରେଣ୍ଟ ଅଟନ୍ତି। ଏହି କାରଣରୁ ଯେତେବେଳେ ଆଲୋକ ସେଗୁଡିକ ଉପରେ ପଡେ, ତାହା ପ୍ରତିଫଳିତ ହୁଏ। ଏହି କାରଣରୁ ସାବୁନ ସବୁଜ ,ହଳଦିଆ, ନୀଳ କିମ୍ବା ଧଳା ରଙ୍ଗର ହେଲେ ମଧ୍ୟ ଫେଣ କେବଳ ଧଳା ରଙ୍ଗର ହୋଇଥାଏ।

Leave a Reply

Your email address will not be published. Required fields are marked *