ହନୁମାନ ଜୟନ୍ତୀରେ ଚିରଞ୍ଜିବି ସେୟାର କଲେ ପୁଅ ରାମ ଚରଣଙ୍କର ଖାସ ଭିଡ଼ିଓ,ଭିଡ଼ିଓ ଦେଖି ଫ୍ୟାନ୍ସ ମାନେ ହେଲେ ଆତ୍ମହରା,ଦେଖନ୍ତୁ ଭିଡ଼ିଓ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ରାମ ଚରଣ ବହୁତ କମ ସମୟରେ ହିଁ ନିଜର ବହୁତ ଭଲ ପରିଚୟ ବନେଇଛନ୍ତି | ବର୍ତ୍ତମାନ ପୁରା ଦେଶରେ ରାମ ଚରଣଙ୍କୁ ସମସ୍ତେ ଚିହ୍ନନ୍ତି | ନିଜର ଅତି ସୁନ୍ଦର ଅଭିନୟ ଏବଂ ନିଜର ଅତି ସୁନ୍ଦର ଷ୍ଟାଇଲି ଦ୍ୱାରା ରାମ ଚରଣ କୋଟି କୋଟି ଫ୍ୟାନ୍ସ ମାନଙ୍କ ହୃଦୟ ଜିତି ନେଇପାରିଛନ୍ତି | ଏମିତି ହିଁ କିଛି ସେ ଗୋଟେ ଥର ପୁଣି କରୁଥିବାର ନଜର ଆସିଛନ୍ତି |

କହିରଖୁଛୁ ଯେ ଏହି ଦିନ ମାନଙ୍କରେ ରାମ ଚରଣ ବ୍ରହ୍ମ୍ଛାଚାରୀୟ ର ଭୂମିକା ପାଳନ କରୁଛନ୍ତି | କଳା ପୋଷାକ ପିନ୍ଧୁଛନ୍ତି, ଚଟଣାରେ ଶୋଉଚନ୍ତି, ଗୋଟେ ସମୟହିଁ ଭୋଜନ କରୁଛନ୍ତି | ସେ ଭଗବାନ ଅୟପା ଙ୍କର ଦୀକ୍ଷା ନେଇଛନ୍ତି ଏବଂ 41 ଦିନ ପର୍ଯ୍ୟନ୍ତ ଲଗାତାର ସେ ଏହି କଷ୍ଟ ସାଧନା ପାଳନ କରିବେ | ଏହି ସମୟରେ ତାଙ୍କର ଏକ ଭିଡ଼ିଓ ଫ୍ୟାନ୍ସ ମାନଙ୍କ ହୃଦୟ ଜିତି ନେଇଛି |

ଦେଶରେ ହିନ୍ଦୁ ଧର୍ମର ଲୋକ ହନୁମାନଙ୍କ ଜନ୍ମୋଉତ୍ସବ ପର୍ବ ପାଳୁଛନ୍ତି | ଦେଶ ଦୁନିଆରେ ଶ୍ରୀ ହନୁମାନ ଙ୍କର ପୂଜା ଅର୍ଚନା ହେଉଛି | ଅନେକ ସେଲିବ୍ରିଟି ତାଙ୍କ ଫ୍ୟାନ୍ସଙ୍କୁ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି | ଏହି ତାଲିକାରେ ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତା ଚିରଞ୍ଜୀଵୀ ମଧ୍ୟ ସାମିଲ ଅଟନ୍ତି |

ହନୁମାନ ଜୟନ୍ତୀ ଭଳି ପବିତ୍ର ଉତ୍ସବ ସମୟରେ ଚିରଞ୍ଜିବି ନିଜ ପୁଅ ଏବଂ ଫିଲ୍ମ. ଅଭିନେତା ରାମ ଚରଣଙ୍କର ଗୋଟେ ଭିଡ଼ିଓ ପୋଷ୍ଟ କରି ଫ୍ୟାନ୍ସ ମାନଙ୍କୁ ହନୁମାନ ଜୟନ୍ତୀର ଶୁଭକାମନା ଦେଇଛସନ୍ତି | ଚିରଞ୍ଜିବି ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଗୋଟେ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି,“ସମସ୍ତଙ୍କୁ ହନୁମାନ ଜୟନ୍ତୀର ଶୁଭକାମନା”| ସେ #happyhanumanjayanti ଲଗେଇଛନ୍ତି ଏବଂ ନିଜ ପୁଅ ରାମ ଚରଣଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି |

ଚିରଞ୍ଜିବି ଯେଉ ଭିଡ଼ିଓ ପୋଷ୍ଟ କରିଥିଲେ ସେଥିରେ ନିରଞ୍ଜିବି କଳା ରଙ୍ଗର ପୋଷାକରେ ନଜର ଆସୁଛନ୍ତି | ଏହି ଭିଡ଼ିଓ ଚିରଞ୍ଜିବି ଏବଂ ରାମ ଚରଣଙ୍କ ଫିଲ୍ମ ‘ଆଚାର୍ଯ୍ୟ’ ଙ୍କ ସେଟର ଅଟେ | ଯେଉଁଥିରେ ରାମ ଦର୍ପଣ ସାମ୍ନାରେ ମେକପ କରୁଥିବାର ନଜର ଆସୁଛନ୍ତି ଠିକ ସେତିକି ବେଳେ ସେଠାକୁ ଗୋଟେ ମାଙ୍କଡ ଆସିଯାଏ | ସେ ମାଙ୍କଡକୁ ରାମ ଚରଣ ବିସ୍କୁଟ ଖୁଆଇବାକୁ ଲାଗନ୍ତି | ମାଙ୍କଡ଼ ମଧ୍ୟ ବଡ଼ ଆରମ୍ ରେ ରାମ ଚରଣଙ୍କ ହାତ ରୁ ବିସ୍କୁଟ ଖାଏ |

କାମ ବିଷୟରେ କହିବ ତେବେ ରାଣ ଚରଣ ଏହି ନିକଟରେ ହିଁ ବ୍ଲକବାଷ୍ଟର ଫିଲ୍ମ ‘RRR’ ରେ ଦେଖିବାକୁ ମିଳିଥିଲେ | 550 କୋଟି ଟଙ୍କା ବଜେଟରେ ବନିଥିବା ଏହି ଫିଲ୍ମ ଏପର୍ଯ୍ୟନ୍ତ ସାରା ଦୁନିଆରେ 1100 କୋଟି ଟଙ୍କାଠାରୁ ଵୀ ଅଧିକ ରୋଜଗାର କରିସାରିଛି | ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଜୁନିଅର ଏଣ୍ଟିଆର ମଧ୍ୟ ଅଭିନୟ କରିଛନ୍ତି |

ସେହିଠାରେ ରାମ ଚରଣଙ୍କର ଆଗାମୀ ଫିଲ୍ମ ‘ଆଚାର୍ଯ୍ୟ’ ଅଟେ | ସେଥିରେ ତାଙ୍କ ପିତା ଚିରଞ୍ଜିବି ମଧ୍ୟ ନଜର ଆସିବେ | ସେହିଠାରେ ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ପୂଜା ହେଗଡେ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ | ଫିଲ୍ମ ଟି ବଡ ପରଦାରେ ଏପ୍ରିଲ 29 ରେ ରିଲିଜ ହେବ | ରାମ ଚରଣ ଏବଂ ଚିରଞ୍ଜିବିଙ୍କ ଏହି ଆଗାମୀ ଫିଲ୍ମର ନିର୍ଦେଶନ କୋରତଲ୍ଲା ଶିବା କରିଛନ୍ତି |

Leave a Reply

Your email address will not be published. Required fields are marked *