ସରକାରଙ୍କର ନୂଆ ଯୋଜନା : ମାତ୍ର ୨ ଟଙ୍କା ରଖି ପାଆନ୍ତୁ ୩୬ ହଜାର ଟଙ୍କା ! ଜାଣନ୍ତୁ ଏହି ଯୋଜନା ବିଷୟରେ ସମ୍ପୂର୍ଣ ସୂଚନା

ଆପଣମାନେ ଜାଣିଥିବେ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ କିଛି ନା କିଛି ନୂଆ ଯୋଜନା ଆଣୁଛନ୍ତି। ଯେମିତି କିଛିଦିନ ତଳେ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ଇ-ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୨୭ କୋଟିରୁ ଅଧିକ ଲୋକମାନେ ରେଜିଷ୍ଟେସନ କରିସାରିଛନ୍ତି। ଯଦି ଆପଣମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଇ-ଶ୍ରମ କାର୍ଡରେ ରେଜିଷ୍ଟେସନ କରିନାହାଁନ୍ତି ତେବେ ନିହାତି ଏହି ଇ-ଶ୍ରମ କାର୍ଡରେ ରେଜିଷ୍ଟେସନ କରନ୍ତୁ। ଆଉ ଯଦି ଆପଣମାନଙ୍କ ପାଖରେ ଏହାର ରେଜିଷ୍ଟେସନ ସରିଛି ତେବେ ଆପଣମାନେ ନିହାତି ଭାବରେ ଏହି କାମ କରି ନିଅନ୍ତୁ।

ତେବେ ଆପଣ କେବଳ ଦିନ ରୁ ୨ ଟଙ୍କା ଜମା କରି ମାସକୁ ୩୬ ହଜାର ଟଙ୍କା ପାଇ ପାରିବେ କେମିତି ଆସନ୍ତୁ ଜାଣିବା। ପ୍ରଧାନମନ୍ତ୍ରୀ ଶ୍ରମ ଯୋଗି ମାନଧନ ଯୋଜନାରେ ରାସ୍ତା କଡରେ ଦୋକାନ ଲଗାଇଥିବା ବ୍ୟକ୍ତି ରିକ୍ସା ଚାଳକ ଏବଂ ନିର୍ମାଣ ଶ୍ରମିକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନାରେ ଦୈନିକ ଦୁଇ ଟଙ୍କାରୁ କମ ନିବେଶ କରି ଆପଣ ବାର୍ଷିକ ୩୬ ହଜାର ଟଙ୍କା ପେନସନ ପାଇପାରିବେ।

ତେବେ ଏହି ଯୋଜନାରେ ଆପଣ ମାସକୁ ୫୫ ଟଙ୍କାର ନିବେଶ କରିବାକୁ ପଡିଥାଏ। ଅର୍ଥାତ ଦିନକୁ ଦୁଇ ଟଙ୍କାରୁ କମ ନିବେଶରେ ମଧ୍ୟ ଆପଣ ୩୬ ହଜାର ପେନସନ ଉଠାଇ ପାରିବେ। ଏହି ଯୋଜନାରେ ସାମିଲ ହେବା ପାଇଁ ସର୍ବନିମ୍ନ ବୟସର ସୀମା ୧୮ ଓ ସର୍ବାଧିକ ବୟସ ସୀମା ୪୦ ରହିଛି। ତେବେ ୪୦ ବର୍ଷ ବୟସରେ ଯଦି ଆପଣ ଏହି ସେବା ପାଇଁ ଆବେଦନ କରୁଛନ୍ତି ତେବେ ଆପଣଙ୍କୁ ମାସିକ ଦୁଇଶହ ଟଙ୍କା ଜମା କରିବା ପାଇଁ ପଡିବ।

ଏହି ଯୋଜନାର ଲାଭ ଉଠାଇବା ପାଇଁ କମନ ସର୍ଭିସ ସେଣ୍ଟରରେ ପଞ୍ଜି କରଣ କରିବା ପାଇଁ ପଡିବ। କମନ ସର୍ଭିସ ସେଣ୍ଟର ପୋର୍ଟଲରେ ଅନଲାଇନରେ ପଞ୍ଜିକରଣ ପାଇଁ ଆଧାର କାର୍ଡ ଏବଂ ବ୍ୟାଙ୍କ ଏକାଣ୍ଟ ଆବଶ୍ୟକ। ଏହି ବ୍ୟବସ୍ତାରେ ଏକାଉଣ୍ଟ ଯୋଡିବା ପରେ ମାସକୁ ମାସ ଅଟମେଟିକ ପଇସା କଟିଯିବ। ଆଉ ଆପଣ ମଧ୍ୟ ୬୦ ବର୍ଷ ପରେ ବର୍ଷକୁ ୩୬ ହଜାର ଟଙ୍କା ପେନସନ ପାଇପାରିବେ।

Leave a Reply

Your email address will not be published. Required fields are marked *